ଚେନ୍ନାଇ: ତାମିଲନାଡୁର କଲ୍ଲାକୁରିଚି ଜିଲ୍ଲାର ଶଙ୍କରପୁରମରେ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ବାଣ ହୋଲ୍ସେଲ୍ ଦୋକାନରେ ନିଆଁ ଲାଗିଯିବାରୁ ୫ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଦୋକାନର ମାଲିକ ଓ ତାଙ୍କର କର୍ମଚାରୀ ଥିବା ଜଣାପଡ଼ିଛି।
ଏହି ଘଟଣାରେ ଆହୁରି ୧୦ ଜଣ ପୋଡ଼ି ଯାଇଛନ୍ତି। ସେମାନଙ୍କ ଅବସ୍ଥା ଗୁରୁତର ଅଛି। ସେମାନଙ୍କୁ କଲ୍ଲାକୁରିଚି ସ୍ଥିତ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ନିଆଁ କେମିତି ଲାଗିଲା ତାହା ଜଣାପଡ଼ି ନାହିଁ। ତେବେ ବାଣ ଦୋକାନରେ ନିଆଁ ଲାଗିବା ପରେ ସେଠାରେ ବିସ୍ଫୋରଣ ହୋଇଥିଲା ଓ ନିଆଁ ଆଖପାଖ ଦୋକାନ ଗୁଡ଼ିକୁ ବ୍ୟାପୀ ଯାଇଥିଲା। ଫଳରେ ଅନ୍ୟମାନେ ଆହତ ହୋଇଛନ୍ତି। ଅନ୍ୟ ଦୋକାନ ଗୁଡ଼ିକରେ ଥିବା ଗ୍ୟାସ୍ ଟାଙ୍କି ଗୁଡ଼ିକ ନିଆଁ ସଂସ୍ପର୍ଶରେ ଆସି ଫାଟି ଯାଇଥିଲା ଓ ନିଆଁକୁ ଆହୁରି ବ୍ୟାପକ କରିଥିଲା। କଲ୍ଲାକୁରିଚି ଓ ତିରୁକୋଇଲୟୁରରୁ ଦମକଳ ବାହିନୀ ଆସି ନିଆଁ ଲିଭାଇ ଥିଲେ।
ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍କେ ଷ୍ଟାଲିନ୍ ମୃତକଙ୍କ ପରିବାର ଲୋକଙ୍କୁ ୫ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଛନ୍ତି। ସେହିପରି ଗୁରୁତର ଆହତ ହୋଇ ହସ୍ପିଟାଲ୍ରେ ଥିବା ବ୍ୟକ୍ତିମାନଙ୍କୁ ୧ ଲକ୍ଷ ଟଙ୍କା ଲେଖାଏଁ ଦିଆଯିବ।
The post ବାଣ ଦୋକାନରେ ଲାଗିଲା ନିଆଁ: ୫ ମୃତ appeared first on Odisha Reporter.
from Odisha Reporter https://ift.tt/3ntX7Zb
No comments:
Post a Comment