ହଷ୍ଟେଲ୍‌ରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 26, 2021

ହଷ୍ଟେଲ୍‌ରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ବଲାଙ୍ଗିର ଜିଲ୍ଲା ଲୋଇସିଂହାର ସକମା ସ୍ଥିତ ଯୁବଦୋୟ ମହାବିଦ୍ୟାଳୟର ଲେଡିଜ୍ ହଷ୍ଟେଲରୁ ଜଣେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତ ଛାତ୍ରୀ ଜଣଙ୍କ ହେଲେ ଆଶା ମେହେର। ସେ  ଯୁକ୍ତ ଦୁଇ ବିଜ୍ଞାନ ଛାତ୍ରୀ ଥିଲେ।

ଆଶା ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି, ତାହା ଜଣାପଡ଼ିନି। ଆଶାଙ୍କ ପରିବାର ଲୋକେ ତାଙ୍କୁ ହତ୍ୟା କରାଯାଇଛି ବୋଲି ଅଭିଯୋଗ କରିଛନ୍ତି। ଛାତ୍ରୀଙ୍କ ମୃତଦେହ ନିକଟରୁ ଏକ ସୁଇସାଇଡ ନୋଟ୍‌ ମିଳିଛି। ସୁଇସାଇଡ ନୋଟ୍‌ରେ ବଡ଼ ବଡ଼ ଅକ୍ଷରରେ- “ସରି ଭଲରେ ଥାଅ, ପିଲେ….ବାଏ’ ବୋଲି ଲେଖାଯାଇଥିବା ପୁଲିସ କହିଛି। ପୁଲିସ୍ ଏହାକୁ ବି ଯାଞ୍ଚ କରୁଛି। 

ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ଲୋଇସିଂହା ପୁଲିସ କହିଛି।

ମୃତ ଯୁବତୀଙ୍କ ଭାଇ କହିଛନ୍ତି, ମୋ ଭଉଣୀକୁ ହତ୍ୟା କରାଯାଇଛି। ଗତକାଲି ସେ ଭଲ ଥିବା ହଷ୍ଟେଲ ଇନଚାର୍ଜ ଫୋନରେ କହିଥିଲେ। ହେଲେ ସନ୍ଧ୍ୟାରେ ଝିଅ ଅସୁସ୍ଥ ଅଛି, ତାକୁ ବଲାଙ୍ଗିର ମେଡିକାଲକୁ ନେଉଛୁ, ତମେ ବଲାଙ୍ଗିର ଆସ ବୋଲି ବୋଲି ହଷ୍ଟେଲ ଇନଚାର୍ଜ ଫୋନ କରି କହିଥିଲେ।

ଯୁବଦୋୟ ମହାବିଦ୍ୟାଳୟର ନିର୍ଦ୍ଦେଶକ ଅମ୍ବରିଶ ଦାସ କହିଛନ୍ତି, ଛାତ୍ରୀ ଜଣଙ୍କ ଆତ୍ମହତ୍ୟା କରିଛନ୍ତି ବୋଲି ତାଙ୍କ ରୁମ୍‌ମେଟ ୱାଡେନଙ୍କୁ ଖବର ଦେଇଥିଲା। ୱାଡେନ ଆମକୁ ଏହି ବିଷୟରେ ଫୋନ କରି ଜଣାଇଥିଲେ। ଆମେ ଏହି ବିଷୟରେ ପୁଲିସ ଓ ମୃତ ଛାତ୍ରୀ ବାପାମା’ଙ୍କୁ ଜଣାଇଥିଲୁ।

 

 

The post ହଷ୍ଟେଲ୍‌ରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ appeared first on Odisha Reporter.



from Odisha Reporter https://ift.tt/3nutabn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages