ଆଜି ବରଗଡ଼ ବନ୍ଦ, ଗଡ଼ିବନି ଅଖଚକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 31, 2021

ଆଜି ବରଗଡ଼ ବନ୍ଦ, ଗଡ଼ିବନି ଅଖଚକ

ବରଗଡ଼(ଓଡ଼ିଶା ରିପୋର୍ଟର): କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନ୍‌ସାଇନ୍ ପବ୍ଲିକ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡକୁ ନେଇ ତେଜୁଛି ଆନ୍ଦୋଳନ। ମମିତାଙ୍କୁ ନ୍ୟାୟ ଓ  ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର  ଦାବିରେ ବିଜେପି ପକ୍ଷରୁ ଆଜି ୮ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି।  ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବିଜେପି ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି।  ଫଳରେ ଦୋକାନ ବଜାର ବନ୍ଦ ରହିବା ସହ ସରକାରୀ, ବେସରକାରୀ ଅନୁଷ୍ଠାନ ବନ୍ଦ ରହିଛି।

ସକାଳୁ ସକାଳୁ ବିଜେପି କର୍ମୀମାନେ ସହରରେ ବିଭିନ୍ନ ସ୍ଥାନରେ ପିକେଟିଂ କରିବା ସହ ବିଭିନ୍ନ ଛକରେ ରାସ୍ତା ଅବରୋଧ କରିଛନ୍ତି। ଏଥିଯୋଗୁ ଜାତୀୟ ରାଜପଥର ଉଭୟ ପଟରେ ବହୁଗାଡି ଅଟକି ରହିଛି।ମମିତା ହତ୍ୟାକାଣ୍ଡରେ ସିବିଆଇ ତଦନ୍ତ  କରିବାକୁ ଦାବି କରାଯାଇଛି ଓ  ଏହାସହ ଏହି ଘଟଣାରେ ସବୁ ଅଭିଯୁକ୍ତଙ୍କୁ ଗିରଫ  କରାଯାଉ ବୋଲି ଦାବି  କରାଯାଇଛି।

ଏହାବାଦ ବରଗଡ ଟାଉନ ଥାନାରେ ପୁଲିସ ହେପାଜତରେ ତୋରା ଗାଁର ଗୋବିନ୍ଦ କୁମ୍ଭାରଙ୍କ ମୃତ୍ୟୁ ଘଟଣାର  ଅଭିଯୁକ୍ତ ପୁଲିସ କର୍ମଚାରୀଙ୍କୁ ତୁରନ୍ତ ଗିରଫ   କରିବାକୁ ବିଜେପି ପକ୍ଷରୁ ଦାବି  କରାଯାଇଛି। ଏହାସହ ତାଙ୍କ ପରିବାରକୁ କ୍ଷତିପୂରଣ ଦେବା ସହ ତାଙ୍କ ସ୍ତ୍ରୀକୁ  ସରକାରୀ ଚାକିରି ଦେବାକୁ ଦାବି କରାଯାଇଛି। 

The post ଆଜି ବରଗଡ଼ ବନ୍ଦ, ଗଡ଼ିବନି ଅଖଚକ appeared first on Odisha Reporter.



from Odisha Reporter https://ift.tt/3CxpjAI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages