ନୂଆଦିଲ୍ଲୀ : ମହଙ୍ଗା ମାଡ଼ରେ ତ୍ରାହି ତ୍ରାହି ଡାକିଲେଣି ଗ୍ରାହକ। ରାତି ପାହିଲେ ପେଟ୍ରୋଲ, ଡିଜେଲ ଦାମ ବଢ଼ୁଥିବା ବେଳେ ଅତ୍ୟାବଶ୍ୟକ ସାମଗ୍ରୀ ଦାମ ଆକାଶ ଛୁଆଁ ହେଲାଣି। ଏପରି ସ୍ଥିତିରେ ନଭେମ୍ବର ଆରମ୍ଭରୁ ଗ୍ରାହକଙ୍କୁ ଲାଗିଛି ଗ୍ୟାସ ଝଟକା । ଦୀପାବଳି ପୂର୍ବରୁ କମର୍ସିଆଲ ଗ୍ୟାସ ସିଲିଣ୍ଡର ପିଛା ମୂଲ୍ୟ ୨୬୫ ଟଙ୍କା ବୃଦ୍ଧି କରାଯାଇଛି । ଆଜିଠୁ ଏହି ବର୍ଦ୍ଧିତ ଦର ଲାଗୁ କରାଯାଇଛି।
ମାତ୍ର ଆଶ୍ୱସ୍ତିକର ବିଷୟ ଯେ ଏହି ବୃଦ୍ଧି ଘରୋଇ ଗ୍ୟାସ ପାଇଁ ନୁହେଁ, କେବଳ ବ୍ୟବସାୟିକ ସିଲିଣ୍ଡର କ୍ଷେତ୍ରରେ ଲାଗୁ କରାଯାଇଛି। ଫଳରେ ଏବେ ବାହାରେ ଖାଇବା ଆହୁରି ମହଙ୍ଗା ହୋଇଯିବ ।
ଇଣ୍ଡିଆନ ଅଏଲ ୱେବସାଇଟ୍ ଅନୁଯାୟୀ, ୨୬୫ ଟଙ୍କା ବଢ଼ିବା ପରେ ବର୍ତ୍ତମାନ ଦିଲ୍ଲୀରେ ବ୍ୟବସାୟିକ ସିଲିଣ୍ଡର ପିଛା ୨୦୦୦ ଟଙ୍କା ଅତିକ୍ରମ କରିଛି । ଦିଲ୍ଲୀରେ ଏବେ କମର୍ସିଆଲ ସିଲିଣ୍ଡର ମୂଲ୍ୟ ୨୦୦୦.୫୦ ଟଙ୍କା ହେବ। ଏହା ପୂର୍ବରୁ ଅକ୍ଟୋବର ୬ ତାରିଖରେ ହୋଇଥିବା ସମୀକ୍ଷା ସମୟରେ ଦିଲ୍ଲୀରେ ୧୯.୨ କେଜି ସିଲିଣ୍ଡର ମୂଲ୍ୟ ୧୭୩୩ ଟଙ୍କା ଥିଲା । କଲିକତାରେ ଏବେ ଗ୍ରାହକଙ୍କୁ ପ୍ରତି କମର୍ସିଆଲ ସିଲିଣ୍ଡର ପିଛା ୨୦୭୩.୫, ମୁମ୍ବାଇରେ ୧୯୫୦ ଓ ଲକ୍ଷ୍ନୌରେ ୨୦୯୩ ଟଙ୍କା ଗଣିବାକୁ ପଡ଼ିବ ।
ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧିକୁ ଦୃଷ୍ଟିରେ ରଖି ଏଥର ଏଲପିଜି ସିଲିଣ୍ଡରର ମୂଲ୍ୟ ୧୦୦୦ ଟଙ୍କାରୁ ଅଧିକ ହେବ ବୋଲି ଆଶଙ୍କା କରାଯାଉଥିଲା ।
ଏବେ ଘରୋଇ ଗ୍ୟାସ୍ ସିଲିଣ୍ଡର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇ ନ ଥିବା ବେଳେ ନିକଟ ଭବିଷ୍ୟତରେ ଏହା ମୂଲ୍ୟରେ ମଧ୍ୟ ପରିବର୍ତ୍ତନ କରାଯିବା ନେଇ ଚର୍ଚ୍ଚା ଜୋର ଧରିଛି। ଗତ ଜୁଲାଇରୁ ବର୍ତ୍ତମାନ ମଧ୍ୟରେ ଘରୋଇ ସିଲିଣ୍ଡର ଦାମରେ ୯୦ ଟଙ୍କା ବଢ଼ି ସାରିଲାଣି।
ପୂର୍ବରୁ ଖାଇବା ତେଲ, ପନିପରିବା ଦାମ ବଢ଼ି ସାରିଥିବା ବେଳେ ଏବେ କମର୍ସିଆଲ ଗ୍ୟାସ ସିଲିଣ୍ଡର ପିଛା ୨୬୫ ଟଙ୍କା ବଢ଼ିବାରୁ ଏବେ ବାହାରେ ଖାଇବା ଆହୁରି ମହଙ୍ଗା ହେବା ଆଶଙ୍କା ଦେଖାଦେଇଛି।
The post ମାସ ଆରମ୍ଭରୁ ମହଙ୍ଗା ମାଡ଼, ସିଲିଣ୍ଡର ପିଛା ବଢ଼ିଲା ୨୬୫ ଟଙ୍କା appeared first on Odisha Reporter.
from Odisha Reporter https://ift.tt/2ZKbtN7
No comments:
Post a Comment