ପୂଜା ପୂର୍ବରୁ ବିଡ଼ା ବିଡ଼ା ଟଙ୍କା ଧରି ଘରକୁ ଫେରୁଥିବା ୩ ପ୍ରଥମ ଶ୍ରେଣୀ ଅଧିକାରୀ ଗିରଫ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 9, 2021

ପୂଜା ପୂର୍ବରୁ ବିଡ଼ା ବିଡ଼ା ଟଙ୍କା ଧରି ଘରକୁ ଫେରୁଥିବା ୩ ପ୍ରଥମ ଶ୍ରେଣୀ ଅଧିକାରୀ ଗିରଫ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିପୁଳ ଟଙ୍କା ସହ ଧରାପଡ଼ିଥିବା ୩ ଜଣ ପ୍ରଥମ ଶ୍ରେଣୀ ଅଧିକାରୀଙ୍କୁ ଗିରଫ କରିଛି ଭିଜିଲାନ୍ସ। ଶନିବାର ଏହି ତିନି ଅଧିକାରୀ ବିଡ଼ା ବିଡ଼ା ଟଙ୍କା ଧରି ନିଜ ନିଜ ଘରକୁ ଫେରୁଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। ସେମାନଙ୍କ ଠାରୁ ମୋଟ ୨୨ ଲକ୍ଷ ୬୧ ହଜାର ୪୩୦ ଟଙ୍କା ଜବତ କରାଯାଇଛି।

ଗିରଫ ହୋଇଥିବା ଏହି ୩ ପ୍ରଥମ ଶ୍ରେଣୀ କର୍ମଚାରୀ ହେଲେ- କେନ୍ଦୁଝର ଶାଳପଡ଼ା ବୈତରଣୀ ଡିଭିଜନ୍‌ର ଅଧୀକ୍ଷଣ ଯନ୍ତ୍ରୀ ବିଧାନ ଚନ୍ଦ୍ର ସାହୁ, ରାଉରକେଲା ପାନପୋଷସ୍ଥିତ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ ପ୍ରକାଶ କୁମାର ମହାପାତ୍ର ଓ ବାଲେଶ୍ୱର ସ୍ଥିତ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ ନରୋତ୍ତମ ବେହେରା।

ଅଧୀକ୍ଷଣ ଯନ୍ତ୍ରୀ ବିଧାନ ଚନ୍ଦ୍ର ସାହୁଙ୍କ ଠାରୁ ୧୦ ଲକ୍ଷ ୭୧ ହଜାରରୁ ଅଧିକ ଟଙ୍କା ଜବତ କରାଯାଇଥିବା ବେଳେ ପ୍ରକାଶ ମହାପାତ୍ରଙ୍କ ଠାରୁ ୧.୭୫ ଲକ୍ଷ ଓ ନରୋତ୍ତମ ବେହେରାଙ୍କ ଠାରୁ ୧୦ ଲକ୍ଷ ୧୪ ହଜାରରୁ ଅଧିକ ଟଙ୍କା ଜବତ କରାଯାଇଛି।

ଏମିତି ବଣ୍ଡଲ ବଣ୍ଡଲ ଟଙ୍କା ଜବତ କରିଛି ଭିଜିଲାନ୍ସ

ଗତକାଲି ଅଧୀକ୍ଷଣ ଯନ୍ତ୍ରୀ ବିଧାନ ଚନ୍ଦ୍ର ସାହୁ କେନ୍ଦୁଝରରୁ କଟକ ସ୍ଥିତ ନିଜ ଘର ଅଭିମୁଖେ ଅଫିସ୍ ବୋଲେରୋରେ ଆସୁଥିବା ବେଳେ ଯାଜପୁର ଏନ୍‌ସି କଲେଜ ସମ୍ମୁଖରେ ତାଙ୍କୁ ଭିଜିଲାନ୍ସ ଅଧିକାରୀମାନେ ଅଟକାଇ ଥିଲେ। ଗାଡ଼ି ଯାଞ୍ଚ ବେଳେ ତାଙ୍କ ଠାରୁ ୧୦ ଲକ୍ଷ ୭ ହଜାରରୁ ଅଧିକ ଟଙ୍କା ଜବତ କରାଯାଇଥିଲା। ପରେ କଟକ ସ୍ଥିତ ତାଙ୍କ ଘରେ ଭିଜିଲାନ୍ସ ଅଧିକାରୀମାନେ ଖୋଜାଖୋଜି କଲା ବେଳେ ଆଉ ୬୪ ହଜାର ଟଙ୍କା ପାଇଥିଲେ। ଯାଜପୁର ଭିଜିଲାନ୍ସ ବିଭାଗ ସହିତ କଟକ ଭିଜିଲାନ୍ସ ଏସ୍‌ପି ଓ ତାଙ୍କ ଟିମ୍ ଏହି ଚଢ଼ାଉରେ ସାମିଲ ହୋଇଥିଲେ।

ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ ପ୍ରକାଶ କୁମାର ମହାପାତ୍ର ରାଉରକେଲାରୁ ଟଙ୍କା ଧରି ଭୁବନେଶ୍ୱର ଆସୁଥିବା ବେଳେ ସୁନ୍ଦରପଦା ନିକଟରେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। ତାଙ୍କ ଠାରୁ ୧ଲକ୍ଷ ୮୫ ହଜାରରୁ ଅଧିକ ଟଙ୍କା ଜବତ କରାଯାଇଥିଲା। ଏହା ପରେ ତାଙ୍କର ସୁନ୍ଦରପଦା ଘରେ ଚଢ଼ାଉ କରାଯାଇଥିଲା। ଭୁବନେଶ୍ୱର ଭିଜିଲାନ୍ସ ପକ୍ଷରୁ ଏହି ଚଢ଼ାଉ କରାଯାଇଥିଲା।

ସେହିପରି ଏକ ଘରୋଇ କାର ଯୋଗେ ବାଲେଶ୍ୱର ସ୍ଥିତ ରାଜ୍ୟ ପ୍ରଦୂଷଣ ବୋର୍ଡର ଆଞ୍ଚଳିକ ଅଧିକାରୀ ନରୋତ୍ତମ ବେହେରା ଭୁବନେଶ୍ୱର ଆସୁଥିବା ବେଳେ କଟକ ଟାଙ୍ଗୀ ଚେକ୍ ଗେଟ୍ ନିକଟରେ ତାଙ୍କୁ ଭିଜିଲାନ୍ସ ଅଧିକାରୀ ଅଟକାଇ ଥିଲେ। ଗାଡ଼ି ଯାଞ୍ଚ ବେଳେ ତାଙ୍କ ଠାରୁ ୮୯ ହଜାର ଟଙ୍କା ବାହାରିଥିଲା। ଏହା ପରେ ତାଙ୍କର ବାଲେଶ୍ୱର ସ୍ଥିତ ସରକାରୀ ବାସଭବନ ଓ ଭୁବନେଶ୍ୱର ସତ୍ୟନଗର ସ୍ଥିତ ଘରେ ଚଢ଼ାଉ କରାଯାଇଥିଲା। ଏହି ସମୟରେ ତାଙ୍କ ଠାରୁ ଆଉ ୯ ଲକ୍ଷ ୨୫ ହଜାର ଟଙ୍କା ଜବତ କରାଯାଇଥିଲା।

ଭିଜିଲାନ୍ସ ଏସ୍‌ପି ଅକ୍ଷୟ କୁମାର ମିଶ୍ର କହିଛନ୍ତି, ୨୨ ଲକ୍ଷରୁ ଅଧିକ ଟଙ୍କା ଜବତ କରାଯାଇଛି। ଏବେ ବି ଅଭିଯୁକ୍ତଙ୍କ ଘରେ ଚଢ଼ାଉ ଜାରି ରହିଛି। ପ୍ରାଥମିକ ତଦନ୍ତରୁ ସେମାନେ ବ୍ଲାକ୍ ମନି ନେଇ ଆସୁଥିବା ଜଣାପଡ଼ିଛି। ତେବେ କେଉଁଠୁ ଏତେ ଟଙ୍କା ପାଇଲେ, ସେ ନେଇ ଖୋଳତାଡ଼ କରାଯାଉଛି। ଦରକାର ପଡ଼ିଲେ ସେମାନଙ୍କୁ ରିମାଣ୍ଡରେ ଅଣାଯିବ।

The post ପୂଜା ପୂର୍ବରୁ ବିଡ଼ା ବିଡ଼ା ଟଙ୍କା ଧରି ଘରକୁ ଫେରୁଥିବା ୩ ପ୍ରଥମ ଶ୍ରେଣୀ ଅଧିକାରୀ ଗିରଫ appeared first on Odisha Reporter.



from Odisha Reporter https://ift.tt/3Fw8Gak

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages