ଘାଟିରେ ସାଧାରଣ ନାଗରିକଙ୍କୁ ହତ୍ୟା, ୫୭୦ ଜଣ ଅଟକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 9, 2021

ଘାଟିରେ ସାଧାରଣ ନାଗରିକଙ୍କୁ ହତ୍ୟା, ୫୭୦ ଜଣ ଅଟକ

ଶ୍ରୀନଗର: ସଂଖ୍ୟା ଲଘୁଙ୍କୁ ଟାର୍ଗେଟ କରୁଛନ୍ତି ଆତଙ୍କବାଦୀ। ଜମ୍ମକଶ୍ମୀର ଉପତ୍ୟକାରେ ସପ୍ତାହ ମଧ୍ୟରେ ୭ ଜଣ ସାଧାରଣ ନାଗରିକଙ୍କୁ ହତ୍ୟା କରାଯାଇଛି। ଆକ୍ରମଣ ପରେ ଏବେ ଭାରତୀୟ ସେନା ଆକ୍ସନ ମୋଡକୁ ଆସିଛି। ଘାଟିରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ବ୍ୟାପକ ଚଢ଼ାଉ କରାଯାଇଛି।

ଶ୍ରୀନଗରରେ ପ୍ରାୟ ୭୦ ଜଣ ଯୁବକଙ୍କୁ ଅଟକ ରଖାଯାଇଛି। ଏହାକୁ ମିଶାଇ ସମଗ୍ର କଶ୍ମୀରରେ ମୋଟ ୫୭୦ଜଣଙ୍କୁ ଅଟକ ରଖାଯାଇଥିବା ସୂଚନା ମିଳିଛି। ଏମାନନଙ୍କ ମଧ୍ୟରେ ଥିବା କେତେକ ପଥର ଫିଙ୍ଗାଳି ଏବଂ ଅନ୍ୟାନ୍ୟ ଅସାମାଜିକ କାର୍ଯ୍ୟରେ ଲିପ୍ତ ରହୁଥିବା ବ୍ୟକ୍ତି ବିଶେଷଙ୍କୁ ଜମ୍ମୁ ଓ କଶ୍ମୀର ପୁଲିସ ପଚରାଉଚରା କରୁଛି। ସେପଟେ ଆତଙ୍କବାଦୀଙ୍କ ବିରୋଧୀ ଅପରେସନକୁ ସହଯୋଗ କରିବା ପାଇଁ କେନ୍ଦ୍ର ସରକାର ଜଣେ ବରିଷ୍ଠ ଇଣ୍ଟେଲିଜେନ୍ସ ବ୍ୟୁରୋ ଅଧିକାରୀଙ୍କୁ ଶ୍ରୀନଗରକୁ ପଠାଇଛନ୍ତି।

ସେହିପରି, ଆତଙ୍କବାଦୀ ସମ୍ବନ୍ଧୀୟ କାର୍ଯ୍ୟକଳାପ ବିରୋଧରେ ଚଳାଇଥିବା ଚଢ଼ାଉ ଅଭିଯାନର ଅଂଶବିଶେଷ ଭାବେ ‘ନ୍ୟାସ୍‌ନାଲ୍‌ ଇନ୍‌ଭେଷ୍ଟିଗେସନ୍‌ ଏଜେନ୍‌ସି’ ମଧ୍ୟ ଜମ୍ମୁ ଓ କଶ୍ମୀରର ୧୪ଟି ସ୍ଥାନରେ ଚଢ଼ାଉ କରିଛି।

ଗତ ପାଞ୍ଚ ଦିନ ମଧ୍ୟରେ କଶ୍ମୀର ଉପତ୍ୟକାରେ ନିହତ ହୋଇଥିବା ୭ଜଣ ସାଧାରଣ ନାଗରିକଙ୍କ ମଧ୍ୟରୁ ୪ଜଣ ହେଉଛନ୍ତି ସଂଖ୍ୟାଲଘୁ ସମ୍ପ୍ରଦାୟର।  ଅଧିକାରୀମାନଙ୍କ କହିବା ଅନୁସାରେ, ୨୦୨୧ରେ ଏପର୍ଯ୍ୟନ୍ତ ନିହତ ହୋଇଥିବା ୨୮ଜଣ ସାଧାରଣ ନାଗରିକମାନଙ୍କ ମଧ୍ୟରୁ ୫ଜଣ ହେଉଛନ୍ତି ସ୍ଥାନୀୟ ହିନ୍ଦୁ କିମ୍ବା ଶିଖ୍‌ ସମ୍ପ୍ରଦାୟର ଏବଂ ଅନ୍ୟ ୨ଜଣ ଅଣ-ଆଞ୍ଚଳିକ ଶ୍ରମିକ।

The post ଘାଟିରେ ସାଧାରଣ ନାଗରିକଙ୍କୁ ହତ୍ୟା, ୫୭୦ ଜଣ ଅଟକ appeared first on Odisha Reporter.



from Odisha Reporter https://ift.tt/3oI1QIW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages