ଆଜି ପହଞ୍ଚିବ ୩ ଜଣିଆ ବିଜେପି ଟିମ୍‌, ମମିତାଙ୍କ ପରିବାରକୁ ଭେଟିବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 28, 2021

ଆଜି ପହଞ୍ଚିବ ୩ ଜଣିଆ ବିଜେପି ଟିମ୍‌, ମମିତାଙ୍କ ପରିବାରକୁ ଭେଟିବ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାରା ରାଜ୍ୟକୁ ହୁଲସ୍ତୁଲ କରୁଥିବା ମମିତା ମେହେର ହତ୍ୟା ମାମଲାର ଅନୁଧ୍ୟାନ ପାଇଁ ଆଜି ଆସୁଛି ବିଜେପି କେନ୍ଦ୍ରୀୟ ଟିମ୍ । ୩ ଜଣିଆ ଟିମ୍‌ରେ ଆସିବେ ବିଜେପି ଜାତୀୟ ମହିଳା ମୋର୍ଚ୍ଚା ସଭାପତି ଭି.ଶ୍ରୀନିବାସନ, ସାଂସଦ ସୁନିତା ଦୁଗଲ ଓ ବିଧାୟିକା ରୁପା ମିତ୍ର । ଏହି ଟିମ୍‌ ମମିତାଙ୍କ ପରିବାରବର୍ଗଙ୍କୁ ଭେଟି ସମବେଦନା ଜଣାଇବା ସହିତ ପୂରା ଘଟଣା ସଂପର୍କରେ ପଚାରି ବୁଝିବେ ।

ଏହାପରେ ମହାଲିଙ୍ଗ ଯାଇ ହତ୍ୟାକାଣ୍ଡ ଘଟିଥିବା ସ୍ଥଳ ବି ବୁଲି ଦେଖିବେ ବୋଲି ରାଜ୍ୟ ବିଜେପି ପକ୍ଷରୁ ସୂଚନା ଦିଆଯାଇଛି ।  ଆଜି ଅପରାହ୍ନ ୩ଟାରେ ମହାଲିଙ୍ଗରେ ପହଞ୍ଚିବାକୁ ଥିବା ବେଳେ ସନ୍ଧ୍ୟା ୫ଟାରୁ ୭ଟା ମଧ୍ୟରେ ବିଜେପି କାର୍ଯ୍ୟକର୍ତ୍ତାଙ୍କ ସହ ଟିମ୍‌ ସଦସ୍ୟ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି ।

ଅପରପକ୍ଷେ,  ଆଜିଠୁ ରାଜ୍ୟର ସମସ୍ତ ଥାନା ଘେରାଉ କରିବ ବିଜେପି । ୨୯, ୩୦ ଓ ୩୧ ତାରିଖ ଏହି ତିନି ଦିନ ରାଜ୍ୟର ସମସ୍ତ ୬୨୫ଟି ଥାନା ଘେରାଉ କରିବା କାର୍ଯ୍ୟକ୍ରମ ରହିଛି । ଗତ ୨୬ ଓ ୨୭ତାରିଖରେ ମଧ୍ୟ ବିଭିନ୍ନ ଏସ୍ପି ଅଫିସ ଘେରାଉ କରିଥିଲା ବିଜେପି  ।

The post ଆଜି ପହଞ୍ଚିବ ୩ ଜଣିଆ ବିଜେପି ଟିମ୍‌, ମମିତାଙ୍କ ପରିବାରକୁ ଭେଟିବ appeared first on Odisha Reporter.



from Odisha Reporter https://ift.tt/3pMTnEF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages