ସରିଲା ଗଜଲକ୍ଷ୍ମୀ ପୂଜା, ଆଜି ମେଲାଣି ନେବେ ମା’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 28, 2021

ସରିଲା ଗଜଲକ୍ଷ୍ମୀ ପୂଜା, ଆଜି ମେଲାଣି ନେବେ ମା’

ଢେଙ୍କାନାଳ (ଓଡ଼ିଶା ରିପୋର୍ଟର): ଆଜି ଢେଙ୍କାନାଳରେ ମା’ ଗଜଲକ୍ଷ୍ମୀଙ୍କୁ ଦିଆଯିବ ମେଲାଣି। କୋଭିଡ ଗାଇଡଲାଇନ ଅନୁସାରେ ସହରର ୩୮ଟି ପୂଜା କମିଟି ପର୍ଯ୍ୟାୟ କ୍ରମେ ନିରାଡମ୍ବର ଭାବେ ମା’ ଗଜଲକ୍ଷ୍ମୀଙ୍କ ଭସାଣ କରିବେ।

ସକାଳ ୮ଟାରୁ ଦିନ ୨ଟା ମଧ୍ୟରେ ଏହି ଭସାଣି କରିବା ପାଇଁ ପ୍ରଶାସନ ଓ ମିଳିତ ବଜାର ପୂଜା କମିଟି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। କୌଣସି ଶୋଭାଯାତ୍ରା ନ କରାଯାଇ ଘଣ୍ଟ, ଶଙ୍ଖ ବଜାଇ ମାଆଙ୍କୁ ମେଲାଣି ଦିଆଯିବ।

ଭସାଣି ପାଇଁ ଢେଙ୍କାନାଳ ସହରର ବିଭିନ୍ନ ସ୍ଥାନରେ କୃତ୍ରିମ ପୁଷ୍କରିଣୀ କରାଯାଇଛି। ଏହି ପୁଷ୍କରିଣୀରେ ପୂଜା ମଣ୍ଡପ ଗୁଡିକ ପକ୍ଷରୁ ମା’ ଗଜଲକ୍ଷ୍ମୀଙ୍କ ବିସର୍ଜନ କରାଯିବ।

ସୂଚନାଯୋଗ୍ୟ, ପ୍ରଶାସନର କଟକଣା ପାଇଁ ଗତବର୍ଷ ଭଳି ଏବର୍ଷ ମଧ୍ୟ ମା’ ଗଜଲକ୍ଷ୍ମୀଙ୍କ  ପୂଜା ସମ୍ପୂର୍ଣ୍ଣ ଫିକା ହୋଇଯାଇଥିଲା। କୋଭିଡ୍ କଟକଣା ଭିତରେ ମଣ୍ଡପରେ ବିଧି ପାଳନ କରି ମା’ଙ୍କ ପୂଜା କରାଯାଇଥିଲା। ଭିନ୍ନ ମଣ୍ଡପରେ ପରଦା ଆଢୁଆଳରେ ପୂଜା ପାଇଥିଲେ ମା’ ।

 

The post ସରିଲା ଗଜଲକ୍ଷ୍ମୀ ପୂଜା, ଆଜି ମେଲାଣି ନେବେ ମା’ appeared first on Odisha Reporter.



from Odisha Reporter https://ift.tt/3CrC4N6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages