ୱାଶିଂଟନ: ସୁଟିଂ ସେଟ୍ରେ ଅଘଟଣ । ଲାଇଟ-କ୍ୟାମେରା-ଆକ୍ସନ କହୁ କହୁ ଫୁଟିଲା ଗୁଳି । କ୍ଷଣିକରେ ଟଳି ପଡ଼ିଲେ କ୍ୟାମେରାମ୍ୟାନ । ନକଲି ବନ୍ଧୁକରୁ ବାହାରିଥବା ଗୁଳିରେ ଜଣଙ୍କ ଜୀବନ ବି ଚାଲିଗଲା । ଅନ୍ୟ ଜଣେ କ୍ରୁ ମେମ୍ବର ଗୁରତର ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଆମେରିକାର ନ୍ଯୁ ମେକ୍ସିକୋ ଫିଲ୍ମ ସିଟିରେ ଘଟିଛି ଏହି ଅଘଟଣ ।ଫିଲ୍ମ Rustର ସୁଟିଂ ବେଳେ ଆଖି ପିଛୁଳାକେ ଘଟିଗଲା ଏହି ଅଘଟଣ ।
ପ୍ରଯୋଜକ ତଥା ଅଭିନେତା ଆଲେକ୍ ବାଲ୍ଡୱିନ୍ଙ୍କ ଦ୍ୱାରା ଗୁଳି ଫୁଟି ଏତେ ବଡ଼ ଅଘଟଣ ଘଟିଯାଇଛି । ଏକ ସିନ୍ ଦୃଶ୍ୟାୟନ ବେଳେ ଏହି ଅଘଟଣ ଘଟିଛି । ଏହି ଅଘଟଣ ଯୋଗୁ ୪୨ ବର୍ଷୀୟ ମହିଳା ଡିରେର ଅଫ୍ ଫଟୋଗ୍ରାଫି ହାଲିନା ହଚିନ୍ସ ଆଖି ବୁଜିଥିବା ବେଳେ ଫିଲ୍ମର ନିର୍ଦ୍ଦେଶକ ଗୁରୁତର ଆହତ ହୋଇଛନ୍ତି । ତେବେ ଏହା ସ୍ପଷ୍ଟ ହୋଇପାରିନି ଯେ, ପ୍ରକ୍ସି ଗନ୍ ଅସଲି ଗୁଳିରେ ଭରି ରହିଥିଲା ନା ଥିୟୋଟ୍ରିକା ବକ୍ସରେ ବ୍ୟବହାର ହେଉଥିବା ବାରୁଦ କାରଣରୁ ଏହା ଘଟିଲା ।
ସୂଚନା ଅନୁସାରେ ସୁଟିଂ ବେଳେ ଆଲେକ ବାଲ୍ଡୋବିନ୍ ଫିଲ୍ମ ପାଇଁ ବ୍ୟବହାର ହେବାକୁ ଆସିଥିବା ପ୍ରକ୍ସି ପିସ୍ତଲ ଚାଳନା କରୁ କରୁ ଗୁଳି ଫୁଟିଥିଲା । ଏହା ସିଧା ଯାଇ ସିନେମାଟୋଗ୍ରାଫର ହାଲିନା ହଚିନ୍ସଙ୍କ ଶରୀରରେ ଲାଗିଥିଲା। । ତୁରନ୍ତ ତାଙ୍କୁ ଏୟାରଲିଫ୍ଟ କରି ମେଡିକାଲ ନିଆଯାଇଥିଲା । ହେଲେ ମଝି ଆକାଶରେ ହିଁ ତାଙ୍କର ମୃତ୍ୟୁ ଘଟିଲା । ଏହାବାଦ ଫିଲ୍ମର ନିର୍ଦ୍ଦେଶକ ଥିବା ଜୋଏଲ ସୁଜାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ସାନ୍ତା ପୁଲିସ୍ କୌଣସି ଅପରାଧିକ ମାମଲା ଦାଏର କରିନଥିଲେ ସୁଦ୍ଧା ସୁଟିଂ ସେଟ୍ରେ ପହଞ୍ଚି ବ୍ୟାରିକେଡ୍ କରି ତଦନ୍ତ ଜାରି ରଖିଛି। ସେପଟେ
ହାଲିନା ହଚିନ୍ସ ୟୁକ୍ରେନ୍ର ମୂଳ ବାସିନ୍ଦା ହୋଇଥିବା ବେଳେ ତାଙ୍କ ପିତା ଜଣେ ସୈନିକ ଥିଲେ। ତେଣୁ ତାଙ୍କ ପିଲା ବେଳର ଅଧିକାଂଶ ଦିନ ସୋଭିଏତ ମିଲିଟାରୀ ବେସ୍ରେ ହିଁ କଟିଥିଲା। ଏହାପରେ ସେ ସାମ୍ବାଦିକତା ଓ ଫିଲ୍ମ ଉପରେ ପାଠ ପଢ଼ିଥିଲେ। କାଲିଫର୍ଣ୍ଣିଆର ବେନିସ୍ ବିଚ୍ରେ ରହୁଥିବା ୪୨ ବର୍ଷୀୟ ଏହି ସିନେମାଟୋଗ୍ରାଫର ହଲିଉଡ୍ରେ ବେଶ ଜଣାଶୁଣା ଥିଲେ । ହଚିନ୍ସଙ୍କୁ ଆମେରିକାନ ସିନେମାଟୋଗ୍ରାଫର ମାଗାଜିକ଼-୨୦୧୯ ଦ୍ୱାରା “rising star” ବା ‘ଉଦୟମାନ ତାରକା’ ର ଉପାଧି ଦିଆଯାଇଥିଲା। ମାତ୍ର ଏହାର ମାତ୍ର ୨ ବର୍ଷ ମଧ୍ୟରେ ସେ ଅସ୍ତ ହୋଇଗଲେ। ହାଲିନା ହଚିନ୍ସଙ୍କ ନିଧନରେ ଶୋକ ପ୍ରକାଶ କରିଛି ହଲିଉଡ ଜଗତ । ସୋଶାଲ ମିଡିଆରେ ମଧ୍ୟ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି ।
The post ଲାଇଟ-କ୍ୟାମେରା-ଆକ୍ସନ କହୁ କହୁ ଫୁଟିଲା ଗୁଳି, ଟଳି ପଡ଼ିଲେ କ୍ୟାମେରାମ୍ୟାନ appeared first on Odisha Reporter.
from Odisha Reporter https://ift.tt/3julUuJ
No comments:
Post a Comment