ଆଠଗଡ଼(ନୀଳକଣ୍ଡ ଦୋରା): ଆଉ ଦିନକ ପରେ କାର୍ତ୍ତିକ ମାସ ପ୍ରଥମ ସୋମବାର । ଏହି ଧର୍ମ ମାସର ପ୍ରତି ସୋମବାର ବାବା ଧବଳେଶ୍ୱରଙ୍କ ପୀଠରେ ହୁଏ ଅସମ୍ଭବ ଗହଳି। ବର୍ଷକର ପ୍ରତିକ୍ଷା ପରେ କାର୍ତ୍ତିକ ସୋମବାରରେ ବାବାଙ୍କ ଦର୍ଶନ କରି ପୁଣ୍ୟ ଅର୍ଜନ କରିବାକୁ ଲାଗିଥାଏ ଲମ୍ବା ଲାଇନ୍। କାହିଁ କେତେ ଦୂରରୁ ଛୁଟି ଆସେ ଭକ୍ତ । ହେଲେ ଏଥର କାର୍ତ୍ତିକ ସୋମବାରରେ ବାବା ଧବଳେଶ୍ୱରଙ୍କ ଦର୍ଶନ ପାଇବନି ଭକ୍ତ । କୋଭିଡ କଟକଣାକୁ ଆଖି ଆଗରେ ବାବା ଧବଳେଶ୍ଵରଙ୍କ ପୀଠରେ ଜାରି ହେବ ୧୪୪ ଧାରା।
ଆଠଗଡ଼ ଉପଜିଲ୍ଲାପାଳ ଅଜାମ୍ବର ମହାନ୍ତିଙ୍କ ନିକଟରୁ ମିଳିଥିବା ସୂଚନା ଅନୁଯାୟୀ, କଟକ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ଵରଙ୍କ ପୀଠରେ କାର୍ତ୍ତିକ ମାସର ପ୍ରଥମ ସୋମବାର ପ୍ରବଳ ଗହଳି ହେବାର ସମ୍ଭାବନା ରହିଛି। ଏହାକୁ ଆଖି ଆଗରେ ରଖି ପ୍ରଥମ ସୋମବାର ଧବଳେଶ୍ୱର ପୀଠରେ ୧୪୪ଧାରା ଜାରୀ କରିଛି ଆଠଗଡ଼ ପ୍ରଶାସନ । ଭୋର ୪ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଏହି ନିୟମ ବଳବତ୍ତର ରହିବ ବୋଲି ଆଠଗଡ଼ ଉପଜିଲ୍ଲାପାଳ ଅଜାମ୍ବର ମହାନ୍ତି ଦେଲେ ସୂଚନା ।
ଜ୍ୟ ସରକାରଙ୍କ କୋଭିଡ କଟକଣାକୁ ଆଖି ଆଗରେ ରଖି କାର୍ତ୍ତିକ ମାସରେ ସମସ୍ତ କାର୍ତ୍ତିକ ବ୍ରତଧାରୀ ଓ ଶ୍ରଦ୍ଧାଳୁ ଭକ୍ତମାନଙ୍କୁ ପୀଠକୁ ନ ଆସିବାକୁ ବାରଣ କରାଯାଇଛି। ନିଜ ପ୍ରଭୁଙ୍କ ଦର୍ଶନ ପାଇ ନ ପାରିବା ଆଶଙ୍କାରେ ଭକ୍ତମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।
ସୂଚନାଯୋଗ୍ୟ, କାର୍ତ୍ତିକ ଆରମ୍ଭରେ ପ୍ରତି ବର୍ଷ ପୁରୀରେ ହବିଷ୍ୟାଳିଙ୍କ ଭିଡ଼ ଜମିଥାଏ। ରାଜ୍ୟର ବି଼ଭିନ୍ନ ସ୍ଥାନରୁ ଆସିଥିବା ବୟସ୍କା ମହିଳା ମାସ ତମାମ ପୁରୀରେ ରହି କାଳିଆ ଦର୍ଶନ କରିଥାନ୍ତି। ହେଲେ କୋଭିଡ କଟକଣା ଯୋଗୁ ଚଳିତ ବର୍ଷ ପୁରୀକୁ ଯିବାକୁ ହବିଷ୍ୟାଳିଙ୍କୁ ବାରଣ କରାଯାଇଛି।
The post ଆଉ ଦିନକ ପରେ କାର୍ତ୍ତିକ ମାସ ପ୍ରଥମ ସୋମବାର, ଭକ୍ତକୁ ଧବଳେଶ୍ୱର ପୀଠ ମନା appeared first on Odisha Reporter.
from Odisha Reporter https://ift.tt/3vAc13u
No comments:
Post a Comment