କରୋନା ବେଳେ ଖାଲି ପଡ଼ିଥିବା ପଦକୁ ନେଇ ଚିନ୍ତାରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 15, 2021

କରୋନା ବେଳେ ଖାଲି ପଡ଼ିଥିବା ପଦକୁ ନେଇ ଚିନ୍ତାରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ମହାମାରୀ କରୋନାର ମୁକାବିଲା କରୁଥିବା ଟିମ୍‌ରେ ବରିଷ୍ଠ ଅଧିକାରୀଙ୍କ ପଦ ଦୀର୍ଘ ଦିନ ହେଲା ଖାଲି ପଡ଼ିଥିବାରୁ ଚିନ୍ତା ପ୍ରକଟ କରିଛି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ। ପଦ ଖାଲି ପଡ଼ିଥିବାରୁ ମନ୍ତ୍ରଣାଳୟ ଖୁବ ଚାପରେ କାର୍ଯ୍ୟ କରୁଛି। ବର୍ତ୍ତମାନ ମହାମାରୀ କରୋନାର ଦ୍ୱିତୀୟ ଲହର ସାମନ୍ୟ ଧିମା ରହିଛି।

କିନ୍ତୁ କରୋନା ବିରୋଧୀ ଯୁଦ୍ଧ ଶେଷ ହୋଇନି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ନେତୃତ୍ୱରେ ସାରା ଦେଶରେ କରୋନାକୁ ନିୟନ୍ତ୍ରଣ କରିବା ପାଇଁ ପ୍ରୟାସ କରାଯାଉଛି। କିନ୍ତୁ କରୋନା ସଙ୍କଟ ସମୟରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଟିମ୍‌ରେ ବରିଷ୍ଠ ପଦପଦବୀ ଖାଲି ପଡ଼ିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ଦୁଇ ମାସ ତଳେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସଚିବ ରାଜେଶ ଭୂଷଣ ଖାଲି ପଡ଼ିଥିବା ପଦଗୁଡ଼ିକୁ ପୂରଣ କରିବା ପାଇଁ କର୍ମଚାରୀ ଓ ତାଲିମ ବିଭାଗ (ଡିଓପିଟି)କୁ ଚିଠି ଲେଖିଥିଲେ। ହେଲେ କୌଣସି ପ୍ରକାରର ପଦକ୍ଷେପ ନିଆଯାଇ ନଥିବାରୁ ସେ ଏବେ ପୁଣି ଚିଠି ଲେଖି ତୁରନ୍ତ ଖାଲି ପଡ଼ିଥିବା ପଦବୀ ପୂରଣ କରିବାକୁ କହିଛନ୍ତି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, କରୋନା ମୁକାବିଲା ପାଇଁ ଗଠିତ ଟିମ୍‌ରେ ମୋଟ ୯ଟି ବରିଷ୍ଠ ଅଧିକାରୀଙ୍କ ପଦ ଖାଲି ପଡ଼ିଛି। ଜଣେ ଯୁଗ୍ମ ସଚିବ ଓ ଆଠ ଜଣ ଉପ ସଚିବ/ନିର୍ଦ୍ଦେଶକ ପଦରେ କେହି କାମ କରୁ ନାହାନ୍ତି। ତେଣୁ ପୂରା ଟିମ ଅତ୍ୟନ୍ତ ଚାପରେ କାମ କରୁଛି।

ଏବେ ୯ଟି ପଦବୀ ଖାଲି ପଡ଼ିଥିବା ବେଳେ ଆଗକୁ ମଧ୍ୟ ଅନେକ ପଦ ଖାଲି ହୋଇଯିବ ବୋଲି ଶ୍ରୀ ଭୂଷଣ ଚିଠିରେ ସୂଚନା ଦେଇଛନ୍ତି। ଏଥିସହ ଶ୍ରୀ ଭୂଷଣ ବିଭିନ୍ନ କାରଣ ପାଇଁ ମନ୍ତ୍ରଣାଳୟରୁ ବାହାରି ଯାଇଥିବା ୮ ଜଣ ଅଫିସରଙ୍କ ନାଁ ମଧ୍ୟ ଚିଠିରେ ଉଲ୍ଲେଖ କରିଛନ୍ତି।
ସୂଚନାଯୋଗ୍ୟ, ଦେଶରେ କରୋନା ମୁକାବିଲା ସହ ଟିକାକରଣ କାର୍ଯ୍ୟକ୍ରମ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅଧୀନରେ କରାଯାଉଛି।

ଦେଶରେ ୧୦୦ କୋଟି ଟିକାକରଣ ଯଥାଶୀଘ୍ର ଶେଷ କରିବାକୁ ସରକାର କହୁଛନ୍ତି। ଆଗକୁ ମଧ୍ୟ ଦେଶରେ କରୋନାର ତୃତୀୟ ଲହର ଆସିବାର ଆଶଙ୍କା ରହିଛି। ଏସବୁ ଭିତରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟରେ ଖାଲି ପଡ଼ିଥିବା ପଦବୀ ସରକାର ପୂରଣ କରୁନାହାନ୍ତି।

The post କରୋନା ବେଳେ ଖାଲି ପଡ଼ିଥିବା ପଦକୁ ନେଇ ଚିନ୍ତାରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ appeared first on Odisha Reporter.



from Odisha Reporter https://ift.tt/3ADElmA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages