ଜେଇଇ ଆଡଭାନ୍ସଡ ରେଜଲ୍ଟ: ମୃଦୁଳ ଅଗ୍ରୱାଲ ଟପ୍ପର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 15, 2021

ଜେଇଇ ଆଡଭାନ୍ସଡ ରେଜଲ୍ଟ: ମୃଦୁଳ ଅଗ୍ରୱାଲ ଟପ୍ପର

ନୂଆଦିଲ୍ଲୀ: ପବିତ୍ର ବିଜୟାଦଶମୀରେ ପ୍ରକାଶ ପାଇଛି ୨୦୨୧ ଜେଇଇ ଆଡଭାନ୍ସଡ ରେଜଲ୍ଟ। ଖଡ଼ଗପୁର ଆଇଆଇଟି ପକ୍ଷରୁ ଏହି ରେଜଲ୍ଟ ଘୋଷଣା କରାଯାଇଛି। କାରଣ ଦେଶର ଆଇଆଇଟିଗୁଡ଼ିକରେ ନାମ ଲେଖାଇବା ପାଇଁ ଆଇଆଇଟି ଖଡ଼ଗପୁର ପକ୍ଷରୁ ଏହି ପରୀକ୍ଷା ଅକ୍ଟୋବର ୩ରେ ଆୟୋଜନ କରାଯାଇଥିଲା। ପରୀକ୍ଷା ଶେଷ ହେବାର ମାତ୍ର ୧୨ ଦିନ ମଧ୍ୟରେ ଆଜି ରେଜଲ୍ଟ ପ୍ରକାଶ ପାଇଛି।

ଜେଇଇ ଆଡଭାନ୍ସଡରେ ଆଇଆଇଟି ଦିଲ୍ଲୀ ଜୋନର ମୃଦୁଳ ଅଗ୍ରୱାଲ ଟପ୍ପର ହୋଇଛନ୍ତି। ସେ ଏହି ପ୍ରବେଶିକା ପରୀକ୍ଷାରେ ୩୬୦ରୁ ୩୪୮ ମାର୍କ ରଖି ଶୀର୍ଷ ସ୍ଥାନରେ ରହିଛନ୍ତି। ସମାନ ଜୋନର କାବ୍ୟା ଚୋପ୍ରା ମହିଳା ବର୍ଗରେ ଟପ୍ପର ହୋଇଛନ୍ତି। ସେ ୨୮୬ ମାର୍କ ରଖିଛନ୍ତି।

କାବ୍ୟା ଜେଇଇ ମେନ୍‌ର ମାର୍ଚ୍ଚ ପରୀକ୍ଷାରେ ୩୦୦ରୁ ୩୦୦ ମାର୍କ ସ୍କୋର କରିଥିଲେ। ସେ ପ୍ରଥମ ମହିଳା ଭାବେ ଏପରି କୀର୍ତ୍ତିମାନ ସ୍ଥାପନ କରିଥିଲେ। ମୃଦୁଳ ଅଗ୍ରୱାଲ ମଧ୍ୟ ଜେଇଇ ମେନରେ ୧୦୦% ମାର୍କ ରଖିଥିଲେ।

ଚଳିତ ବର୍ଷ ମୋଟ ୧,୪୧,୬୯୯ ଜଣ ଛାତ୍ରଛାତ୍ରୀ ଆଇଆଇଟି ପ୍ରବେଶିକା ପରୀକ୍ଷା ଦେଇଥିଲେ। ଏମାନଙ୍କ ମଧ୍ୟରୁ ୪୧,୮୬୨ ଜଣ କୃର୍ତ୍ତକାର୍ଯ୍ୟ ହୋଇଛନ୍ତି। ପିଲାମାନେ jeeadv.ac.in ଜରିଆରେ ନିଜର ରେଜଲ୍ଟ ଜାଣି ପାରିବେ। ଜେଇଇ ଆଡଭାନ୍ସଡ ପରୀକ୍ଷା ଜୁଲାଇ ୩ରେ ଅନୁଷ୍ଠିତ ହେବାର ଥିଲା।

କିନ୍ତୁ କରୋନା ପାଇଁ ଏହାକୁ ସ୍ଥଗିତ ରଖାଯାଇଥିଲା। ଶେଷରେ କରୋନା ସ୍ଥିତିରେ ସୁଧାର ଆସିବାରୁ ଜୁଲାଇ ୨୬ରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ କରି ଜେଇଇ ଆଡଭାନ୍ସଡ ଅକ୍ଟୋବର ୩ରେ ହେବ ବୋଲି ଘୋଷଣା କରିଥିଲେ।

The post ଜେଇଇ ଆଡଭାନ୍ସଡ ରେଜଲ୍ଟ: ମୃଦୁଳ ଅଗ୍ରୱାଲ ଟପ୍ପର appeared first on Odisha Reporter.



from Odisha Reporter https://ift.tt/3DNn3Wd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages