ମିଳିବ କି ନିଖୋଜ ମମିତାଙ୍କ ପତ୍ତା ? ଷ୍ଟାଡିଅମ୍‌ ସିଲ୍‌ କରି ଅଣ୍ଡାଳୁଛି ପୁଲିସ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 18, 2021

ମିଳିବ କି ନିଖୋଜ ମମିତାଙ୍କ ପତ୍ତା ? ଷ୍ଟାଡିଅମ୍‌ ସିଲ୍‌ କରି ଅଣ୍ଡାଳୁଛି ପୁଲିସ୍‌

ବଲାଙ୍ଗିର/ ଧର୍ମଗଡ଼(ଓଡ଼ିଶା ରିପୋର୍ଟର): ପ୍ରାୟ ୧୧ ଦିନ ହେବ କଳାହାଣ୍ଡି ଜିଲ୍ଲା ମହାଲିଙ୍ଗର ସନ୍‌ସାଇନ ପବ୍ଲିକ୍ ସ୍କୁଲର ଶିକ୍ଷୟିତ୍ରୀ ମମିତା ମେହେର ନିଖୋଜ ଥିବା ବେଳେ ତାଙ୍କ ପତ୍ତା ପାଇପାରୁନି ପୁଲିସ୍‌।  ମମିତାଙ୍କ ନିଖୋଜ ମିଷ୍ଟ୍ରିକୁ ନେଇ ନାନା କଳ୍ପନାଜଳ୍ପନା ଲାଗି ରହିଥିବା ବେଳେ କଳାହାଣ୍ଡି ମହାଲିଙ୍ଗ ହାଇସ୍କୁଲ ଷ୍ଟାଡିୟମ୍‌କୁ ଗତକାଲିଠୁ ସିଲ୍‌ କରିଛି କଳାହାଣ୍ଡି ପୁଲିସ୍‌। ଉକ୍ତ ଷ୍ଟାଡିୟମ ଭିତରୁ ମମିତାଙ୍କ ନିଖୋଜ ସମ୍ପର୍କୀତ କିଛି ଗୁଢ଼ ରହସ୍ୟ ମିଳିପାରେ ବୋଲି ଚର୍ଚ୍ଚା ହେଉଛି।

ଏହି ଘଟଣାର ତଦନ୍ତକୁ କଳାହାଣ୍ଡି ଓ ବଲାଙ୍ଗିର ଜିଲ୍ଲା ପୁଲିସ୍‌ ଜୋରଦାର କରିଥିବା ବେଳେ  ଘଟଣା ସହ ଲିଙ୍କ ଥିବା ବହୁ ଲୋକଙ୍କୁ ପଚରାଉଚରା କରୁଛି ପୁଲିସ୍‌ । ସେମାନଙ୍କଠାରୁ ମିଳିଥିବା ତଥ୍ୟ ଆଧାରରେ ପୁଲିସ୍‌ ମହାଲିଙ୍ଗ ହାଇସ୍କୁଲ ଷ୍ଟାଡିୟମ୍‌କୁ ତନ ତନ କରି ଯାଞ୍ଚ କରୁଛି।  ଗତକାଲି ରାତିରୁ ଷ୍ଟାଡିଅମକୁ ସିଲ୍‌ କରାଯାଇଥିବା ବେଳେ ଆଜି ସକାଳେ  ସେଠାରେ ସାଇଣ୍ଟିଫିକ୍‌ ଟିମ୍‌,  ବରିଷ୍ଠ ପୁଲିସ୍‌ ଅଧିକାରୀ, ମାଜିଷ୍ଟ୍ରେଟ  ପହଞ୍ଚି ସାରିଛନ୍ତି। ସମ୍ପୂର୍ଣ୍ଣ ଷ୍ଟାଡିଅମକୁ  ଗୋଟିଏ ପ୍ଲାଟୁନ ଫୋର୍ସ ଜଗି ରହିଥିବା ବେଳେ ଭିତରକୁ କାହାକୁ ଛଡ଼ା ଯାଉଛି । ଘଟଣାସ୍ଥଳକୁ ବରିଷ୍ଠ ଅଧିକାରୀ ଯାଞ୍ଚ କରୁଥିବା ବେଳେ ଜେସିବି  ମେଶିନ ସାହାଯ୍ୟରେ ବେଳେ ଖୋଳାଖୋଳି  ଆରମ୍ଭ ହୋଇଛି। ମମିତାଙ୍କ ଜଣେ ସମ୍ପର୍କୀୟଙ୍କ ଉପସ୍ଥିତିରେ ପୁଲିସ୍‌ ଖୋଳାଖୋଳି କାମ ଆରମ୍ଭ କରିଛି। ନିଖୋଜ ମମିତାଙ୍କୁ ହତ୍ୟା କରି ଏଠାରେ ପୋତାଯାଇଥିବା ସନ୍ଦେହରେ ପୁଲିସ୍‌ ଖୋଳାଖୋଳି ଆରମ୍ଭ କରିଛି।

ଷ୍ଟାଡିଅମ ଗେଟ୍‌କୁ ପୁଲିସ୍‌ କର୍ମଚାରୀ ଜଗି ରହିଛନ୍ତି।

ଅପରପକ୍ଷେ, ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ସନ୍‌ସାଇନ ପବ୍ଲିକ୍ ସ୍କୁଲ  ପରିଚାଳନା କମିଟି ସଭାପତି ଗୋବିନ୍ଦ ସାହୁଙ୍କୁ ପୁଲିସ୍‌ ୪ ଦିନ ଅଟକ ରଖିଥିବା ବେଳେ ଗତ ରାତିରେ ଟିଟିଲାଗଡ଼ ପୁଲିସ୍ ହେପାଜତରୁ ସେ ଚମ୍ପଟ ମାରିଥିଲେ। ତାଙ୍କୁ ଟିଟିଲାଗଡ଼ ପୁଲିସ୍ ବ୍ୟାରେକ୍‌ରେ ରଖାଯାଇଥିବା ବେଳେ   ସେ ହାତ ଧୋଇଯିବେ କହି ଖସି ପଳାଇଥିଲେ ବୋଲି କୁହାଯାଇଛି।  ପୁଲିସ୍ ବ୍ୟାରେକ୍‌ରୁ ଜଣେ ଅଭିଯୁକ୍ତ ଚମ୍ପଟ ମାରିବା ଘଟଣା ସହଜେ ବିଶ୍ୱାସ ହେଉ ନ ଥିବା ବେଳେ କର୍ତ୍ତବ୍ୟରେ ଅବହେଳା ପାଇଁ୩ ପୁଲିସ୍ କର୍ମଚାରୀଙ୍କୁ ସସ୍‌ପେଣ୍ଡ କରାଯାଇଛି। ଏହାବାଦ ଗୋବିନ୍ଦଙ୍କ କାର୍‌କୁ ସିନ୍ଧେକେଲା ପୁଲିସ୍‌ ଜବତ କରିଛି । ଏହି କାର୍‌ରେ ଗୋବିନ୍ଦ ମମିତାଙ୍କୁ ନେବା ଆଣିବା କରୁଥିବା କୁହାଯାଉଛି।

ଗୋବିନ୍ଦ ସାହୁ ଫେରାର ହୋଇଯାଇଛନ୍ତି ନା ତାଙ୍କୁ ଫେରାର କରି ଦିଆଯାଇଛି, ସେ ନେଇ ପ୍ରଶ୍ନ ଉଠିଛି। ସୂଚନା ମିଳିଛି ଯେ ତାଙ୍କର ପଲିଗ୍ରାଫ୍ ଟେଷ୍ଟ କରିବା ପାଇଁ ପୁଲିସ୍ ଯୋଜନା କରିଥିଲା। ହେଲେ ଏହା ପୂର୍ବରୁ ସେ ପୁଲିସ୍‌ ଆଖିରେ ଧୁଳି ଦେଇ ଚମ୍ପଟ ମାରିବାରେ ସକ୍ଷମ ହେଲେ।  ଗୋବିନ୍ଦ ସାହୁ ଫେରାର ହେବା ପରେ ତାଙ୍କୁ ଧରିବାକୁ କଳାହାଣ୍ଡି, ବଲାଙ୍ଗିର ପୁଲିସ୍‌ ପକ୍ଷରୁ ବିଭିନ୍ନ ସ୍ଥାନରେ ଜୋରଦାର ଚଢ଼ାଉ କରାଯାଉଛି ।

ଏହି ଘଟଣାର ତଦନ୍ତକୁ ଜୋରଦାର କରିଥିବା ପୁଲିସ୍‌ ସ୍କୁଲର ଜଣେ କର୍ମଚାରୀଙ୍କୁ ଉଠାଇ ନେଇଛି। ସିନ୍ଧେକେଲାର ଜଣେ ଯୁବକଙ୍କୁ  ଉଠାଇ ୨ ଦିନ ପଚରାଉଚରା ପରେ ଛାଡ଼ି ଦେଇଛନ୍ତି ପୁଲିସ୍‌।  ଜଣେ ଯୁବତୀଙ୍କୁ ପୁଲିସ୍‌ ପଚରାଉଚରା କରୁଥିବା ବେଳେ ସେ ତଦନ୍ତରେ ସହଯୋଗ କରୁଥିବା ଜଣାଯାଇଛି।  ଏହାବାଦ ଜଣେ ଯୁକ୍ତ ୩ ଛାତ୍ରୀଙ୍କୁ ଗୋବିନ୍ଦ ସାହୁଙ୍କ ସହ ସମ୍ପର୍କ ଅଭିଯୋଗରେ ପଚରାଉଚରା କରୁଛି ପୁଲିସ୍‌।

ଷ୍ଟାଡିଅମ ପରିସରରେ ଜେସିବି ମେଶିନ ।

ପୁଲିସ୍ ଗୋବିନ୍ଦ ସାହୁଙ୍କୁ ଫେରାର କରାଇ ଦେଇଛି ବୋଲି ନିଖୋଜ ଶିକ୍ଷୟିତ୍ରୀଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ତାଙ୍କ ଭାଇ କହିଛନ୍ତି, ମନ୍ତ୍ରୀଙ୍କ ସହିତ ତାଙ୍କର ଭଲ ସଂପର୍କ ଅଛି ବୋଲି କୁହାଯାଉଥିଲା। ଏହା ଏବେ ପ୍ରମାଣିତ ହୋଇଛି। ମନ୍ତ୍ରୀଙ୍କ ସହିତ ଭଲ ସଂପର୍କ ଥିବାରୁ ତାଙ୍କୁ ପୁଲିସ୍  ଫେରାର କରାଇ ଦେଇଛି।

ସେହିପରି ଗୋବିନ୍ଦ ସାହୁଙ୍କ ସ୍କୁଲ୍‌ରେ ସେକ୍ସ ସ୍କ୍ୟାଣ୍ଡେଲ ଚାଲୁଥିବା ନେଇ ଅଭିଯୋଗ ହେଉଥିବା ବେଳେ  ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସହିତ ତାଙ୍କର ଭଲ ସଂପର୍କ ଥିବା କଥା ମଧ୍ୟ ଉଠିଛି। କଣ୍ଟାବାଞ୍ଜିର କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା ଏହି ଘଟଣାରେ ସିଧାସଳଖ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଟାର୍ଗେଟ କରିବା ସହିତ ତାଙ୍କୁ ବରଖାସ୍ତ କରି ଘଟଣାର ନିରପେକ୍ଷ ତଦନ୍ତ କରିବାକୁ ଦାବି କରିଛନ୍ତି। ଅନ୍ୟପକ୍ଷରେ ଜିଲ୍ଲା ବିଜେଡି ପକ୍ଷରୁ କୁହାଯାଇଛି ଯେ ପୁଲିସ୍ ଘଟଣାର ତଦନ୍ତ କରୁଛି। ଏଥିରେ ଦଳ ପକ୍ଷରୁ କୌଣସି ଚାପ ପ୍ରୟୋଗ କରାଯାଇ ନାହିଁ।

ସୂଚନାଯୋଗ୍ୟ, ଅକ୍ଟୋବର ୮ ତାରିଖରୁ ଶିକ୍ଷୟିତ୍ରୀ ମମିତା ମେହେର ନିଖୋଜ ଅଛନ୍ତି। ସେହିଦିନ ଗୋବିନ୍ଦ ସାହୁ ହିଁ ତାଙ୍କୁ ଦେଖା କରିବାକୁ ଡାକିଥିଲେ। ତାଙ୍କୁ ଦେଖା କରିବାକୁ ଯାଇ ଆଉ ଘରକୁ ଫେରି ନାହାନ୍ତି ମମିତା। ତାଙ୍କୁ ଖୋଜିବାକୁ ପୁଲିସ୍ ୮ଟି ଟିମ୍ ଗଠନ କରିଛି। ତାଙ୍କ ଏଯାଏଁ ପତ୍ତା ମିଳି ନଥିବା ବେଳେ ଏବେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଗୋବିନ୍ଦ ସାହୁ ଫେରାର ହୋଇଯାଇଛି। ତାଙ୍କୁ ଖୋଜିବାକୁ ବି ପୁଲିସ୍ ସ୍ୱତନ୍ତ୍ର ଟିମ୍ ଗଠନ କରିଥିବା ଜଣାପଡ଼ିଛି।

The post ମିଳିବ କି ନିଖୋଜ ମମିତାଙ୍କ ପତ୍ତା ? ଷ୍ଟାଡିଅମ୍‌ ସିଲ୍‌ କରି ଅଣ୍ଡାଳୁଛି ପୁଲିସ୍‌ appeared first on Odisha Reporter.



from Odisha Reporter https://ift.tt/3AStrth

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages