ବାଂଲାଦେଶରେ ହିନ୍ଦୁ ଅସୁରକ୍ଷିତ! ୯ ବର୍ଷରେ ୩୭୦୦ରୁ ଅଧିକ ଘର ଓ ମନ୍ଦିର ଉପରେ ହମଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 18, 2021

ବାଂଲାଦେଶରେ ହିନ୍ଦୁ ଅସୁରକ୍ଷିତ! ୯ ବର୍ଷରେ ୩୭୦୦ରୁ ଅଧିକ ଘର ଓ ମନ୍ଦିର ଉପରେ ହମଲା

ଢାକା: ବାଂଲାଦେଶରେ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ହୋଇଥିବା ଆକ୍ରମଣ ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି। ଦୁର୍ଗାପୂଜା ସମୟରେ ଆରମ୍ଭ ହୋଇଥିବା ଧାର୍ମିକ ହିଂସା ଦିନକୁ ଦିନ ଭୟଙ୍କର ରୂପ ନେବାରେ ଲାଗିଛି। ଅନେକ ହିନ୍ଦୁ ଧର୍ମର ଲୋକ ଓ ମନ୍ଦିର ଉପରେ ଆକ୍ରମଣ କରାଯାଉଛି।

ଏହି ଆକ୍ରମଣରେ ୫ରୁ ଅଧିକ ଲୋକ ପ୍ରାଣ ହରାଇଥିବା ବେଳେ ବିଭିନ୍ନ ସ୍ଥାନରେ ପୋଡ଼ାଜଳା ହୋଇଛି। ହିନ୍ଦୁ ଲୋକମାନଙ୍କ ୨୯ଟି ଘରକୁ ଦୁର୍ବୃତ୍ତମାନେ ଜାଳି ଦେବା ପରେ ସ୍ଥିତି ଆହୁରି ଭୟଙ୍କର ହୋଇଛି। ବିଭିନ୍ନ ସ୍ଥାନରେ ସୁରକ୍ଷାକର୍ମୀ ମୁତୟନ ହୋଇଥିଲେ ମଧ୍ୟ ବାଂଲାଦେଶରେ ଥିବା ହିନ୍ଦୁ ସଂପ୍ରଦାୟର ଲୋକମାନେ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି।

ଏସବୁ ଭିତରେ ଗୋଟିଏ ରିପୋର୍ଟ ସାମ୍ନାକୁ ଆସିଛି। ଏଥିରେ କୁହାଯାଇଛି ଯେ ଗତ ୯ ବର୍ଷ ମଧ୍ୟରେ ୩୭୨୧ଟି ହିନ୍ଦୁ ସମ୍ପ୍ରଦାୟର ଘର ଓ ମନ୍ଦିର ଉପରେ ହମଲା କରାଯାଇ ଏଗୁଡ଼ିକୁ ନଷ୍ଟ କରାଯାଇଛି। ନାଗରିକ ଅଧିକାର ସମୂହ Ain o Salish Kendra ଏହି ରିପୋର୍ଟ ଦେଇଛି।

ଢାକା ଟ୍ରିବ୍ୟୁନ୍ ଏହି ରିପୋର୍ଟକୁ ଆଧାର କରି ଖବର ପ୍ରକାଶ କରିଛି ଯେ ଗତ ପାଞ୍ଚ ବର୍ଷର ତଥ୍ୟକୁ ଯଦି ବିଚାର କରାଯିବ, ତା’ହେଲେ ୨୦୨୧ ବାଂଲାଦେଶରେ ରହୁଥିବା ହିନ୍ଦୁମାନଙ୍କ ପାଇଁ ସବୁଠାରୁ ଭୟଙ୍କର ସ୍ଥିତି ସୃଷ୍ଟି କରିଛି। କିଛି ଦିନ ପୂର୍ବରୁ ହିନ୍ଦୁ ମନ୍ଦିର ଓ ଦୁର୍ଗା ପୂଜା ପେଣ୍ଡାଲ ଉପରେ ହୋଇଥିବା ହମଲା ଏହାର ଉଦାହରଣ ଭାବେ ନିଆଯାଇ ପାରେ।

ରିପୋର୍ଟ ଅନୁଯାୟୀ, ହିନ୍ଦୁ ମନ୍ଦିର ଓ ମୂର୍ତ୍ତି ଉପରେ ୧୬୭୮ ଥର ଆକ୍ରମଣ ହୋଇଥିବା ନେଇ ମାମଲା ରୁଜୁ ହୋଇଛି। ଏହା ବ୍ୟତୀତ ଗତ ତିନି ବର୍ଷ ମଧ୍ୟରେ ୧୮ଟି ହିନ୍ଦୁ ପରିବାରକୁ ମଧ୍ୟ ଟାର୍ଗେଟ କରାଯାଇଥିଲା। ନାଗରିକ ଅଧିକାର ସମୂହ କହିଛି ଯେ ଏହି ସଂଖ୍ୟା ମଧ୍ୟ ପ୍ରକୃତ ସ୍ଥିତିକୁ ବୟାନ କରିପାରିବ ନାହିଁ। କାରଣ ହିନ୍ଦୁ ସଂପ୍ରଦାୟଙ୍କ ଉପରେ ହୋଇଥିବା ଅନେକ ହମଲା ପଞ୍ଜିକୃତ ହୋଇନାହିଁ।

ରିପୋର୍ଟ ଅନୁଯାୟୀ, ୨୦୧୪ ବର୍ଷ ବାଂଲାଦେଶର ସଂଖ୍ୟାଲଘୁଙ୍କ ପାଇଁ ସବୁଠାରୁ ଖରାପ ସମୟ ଥିଲା। ସେହିବର୍ଷ ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କ ୧୨୦୧ଟି ଘରେ ଆକ୍ରମଣ କରାଯାଇଥିଲା। ଦୁର୍ବୃତ୍ତମାନେ ଘର ଗୁଡ଼ିକୁ ଭଙ୍ଗାରୁଜା କରିବା ପରେ ଏଗୁଡ଼ିକୁ ଜାଳି ଦେଇଥିଲେ। ଚଳିତ ବର୍ଷ ଇତି ମଧ୍ୟରେ ହିନ୍ଦୁ ସଂପ୍ରଦାୟର ୧୯୬ଟି ଘର, ବ୍ୟବସାୟ ପ୍ରତିଷ୍ଠାନ, ମନ୍ଦିର, ବୌଦ୍ଧ ମନ୍ଦିର ଓ ପ୍ରତିମୂର୍ତ୍ତିକୁ ଭଙ୍ଗା ରୁଜା କରାଯାଇଥିବା ନେଇ ମାମଲା ପଞ୍ଜିକୃତ ହୋଇଛି।

ବାଂଲାଦେଶର କୋମିଲା ଅଞ୍ଚଳରେ ମୁସଲିମଙ୍କ ପବିତ୍ର ଗ୍ରନ୍ଥ କୁରାନକୁ ଅପମାନିତ କରାଯାଉଥିବା ବିଷୟରେ ଗୁଜବ ପ୍ରଚାର ହୋଇଥିଲା। ଏହାପରେ ହିଁ ହିନ୍ଦୁମାନଙ୍କ ଉପରେ ଆକ୍ରମଣର ଘଟଣା ବୃଦ୍ଧି ପାଇଛି। ଏଠାରେ ଥିବା ଗୋଟିଏ ଦୁର୍ଗା ପୂଜା ପେଣ୍ଡାଲରେ କୁରାନକୁ ନଷ୍ଟ କରାଯାଉଥିବା ଗୁଜବ ପ୍ରଚାରିତ ହୋଇଥିଲା।

ଏହାପରେ କିଛି ଲୋକ ପେଣ୍ଡାଲରେ ଭଙ୍ଗାରୁଜା କରିବା ସହ ହିନ୍ଦୁମାନଙ୍କ ଉପରେ ଆକ୍ରମଣ କରିଥିଲେ। ଏଥିରେ ୭୦ ଜଣ ଆହତ ହୋଇଥିବା ଜଣାପଡ଼ିଛି। ଏଥିସହ ସଂଖ୍ୟାଲଘୁ ସଂପ୍ରଦାୟର ୧୩୦ଟି ଦୋକାନ, ଘର, ମନ୍ଦିର ନଷ୍ଟ ହୋଇଯାଇଛି। ଚାନ୍ଦପୁର, ଚିତ୍ତଗାଓଁ, ଗାଜିପୁର ଓ ମୌଲବୀ ବଜାର ଭଳି ଅନେକ ଅଞ୍ଚଳରେ ପୂଜା ପେଣ୍ଡାଲ ଉପରେ ଆକ୍ରମଣ ହୋଇଛି।

The post ବାଂଲାଦେଶରେ ହିନ୍ଦୁ ଅସୁରକ୍ଷିତ! ୯ ବର୍ଷରେ ୩୭୦୦ରୁ ଅଧିକ ଘର ଓ ମନ୍ଦିର ଉପରେ ହମଲା appeared first on Odisha Reporter.



from Odisha Reporter https://ift.tt/3aOZQWW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages