ରାଧେଙ୍କ ଘରୁ ମିଳିଲା ମୃତ ଶିକ୍ଷୟିତ୍ରୀ ମମିତାଙ୍କ ମୋବାଇଲ୍ ଫୋନ୍‌! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 21, 2021

ରାଧେଙ୍କ ଘରୁ ମିଳିଲା ମୃତ ଶିକ୍ଷୟିତ୍ରୀ ମମିତାଙ୍କ ମୋବାଇଲ୍ ଫୋନ୍‌!

ଧର୍ମଗଡ଼ (ଓଡ଼ିଶା ରିପୋର୍ଟର): କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନ୍‌ସାଇନ୍ ପବ୍ଲିକ୍ ସ୍କୁଲ୍ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ଶୁକ୍ରବାର ଆଉ କିଛି ଅଗ୍ରଗତି ହୋଇଛି। ଏହି ହତ୍ୟାକାଣ୍ଡ ମାମଲାରେ ଗିରଫ ଅନ୍ୟତମ ଅଭିଯୁକ୍ତ ରାଧେ ଚଣ୍ଡୀର ଘରୁ ଏକ ବ୍ୟାଗ୍ ମିଳିଛି। ଏହି ବ୍ୟାଗ୍‌ରେ ଗୋଟିଏ ମୋବାଇଲ୍ ଫୋନ୍, ଗୋଟିଏ ମୋବାଇଲ୍ ଫୋନ୍ ଚାର୍ଜର, ୩ ହଳ ମହିଳା ଡ୍ରେସ୍ ଓ କିଛି ଔଷଧ ଥିବା ଜଣାପଡ଼ିଛି। ବ୍ୟାଗ୍‌ରେ ମୋବାଇଲ୍ ଫୋନ୍ ଥିବାରୁ ତାହା ମୃତ ମମିତା ମେହେରଙ୍କ ବୋଲି ସନ୍ଦେହ କରାଯାଉଛି। ତେବେ ପୁଲିସ୍ ଏନେଇ କିଛି କହି ନାହିଁ।

ଏହି ବ୍ୟାଗ୍‌ଟି ରାଧେଙ୍କ ଘରେ ଥିଲା। ଏହାକୁ ରାଧେଙ୍କ ପତ୍ନୀ ଆଶା ଚଣ୍ଡୀ ପାଇଥିଲେ। ପରେ ତାଙ୍କ ଠାରୁ ବ୍ୟାଗ୍‌ଟିକୁ କେ.ଗାଁ ଥାନା ପୁଲିସ୍ ନେଇ ଯାଇଥିବା ସେ କହିଛନ୍ତି।

ଆଶା କହିଛନ୍ତି ଯେ ବ୍ୟାଗ୍‌ଟି କେତେ ଦିନରୁ ତାଙ୍କ ଘରେ ଥିଲା, ତାହା ସେ ଜାଣି ନାହାନ୍ତି। ତାଙ୍କ ସ୍ୱାମୀ କେବେ ନା କେବେ ଆଣି ବ୍ୟାଗ୍‌ଟିକୁ ଘରେ ରଖିଥିବେ। ଘର ଝଡ଼ାଝଡ଼ି କଲା ବେଳେ ଖଟ ତଳୁ ସେ ବ୍ୟାଗ୍‌ଟିକୁ ପାଇଥିଲେ।

ସେ ଆହୁରି କହିଛନ୍ତି ଯେ ତାଙ୍କ ସ୍ୱାମୀ ରାଧେ ଚଣ୍ଡୀ ସଂପୂର୍ଣ୍ଣ ନିର୍ଦ୍ଦୋଷ। ଗୋବିନ୍ଦ ସାହୁ ସବୁ କରିଛି। ସେ ତାଙ୍କ ସ୍ୱାମୀଙ୍କୁ ଫସାଇ ଦେଇଛି। ତାଙ୍କ ସ୍ୱାମୀ ଗୋବିନ୍ଦ ସାହୁ ନିକଟରେ ମାତ୍ର ୩ ମାସ ହେଲା କାମ କରୁଥିଲା। ସେ ତାଙ୍କୁ ହଳିଆ ଭଳି ଘରେ କାମ କରାଉଥିଲା।

ଅନ୍ୟପକ୍ଷରେ ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ଗିରଫ ହୋଇଥିବା ଗୋବିନ୍ଦ ସାହୁ ଆଜି ଡେମୋ ଦେଖାଇଥିଲା। ଆଜି ଭୋରରେ ତାକୁ ମହାଲିଙ୍ଗ ଷ୍ଟାଡିୟମକୁ ଅଣାଯାଇଥିଲା, ଯେଉଁଠି ସେ ମମିତାଙ୍କୁ ପୋଡ଼ିବା ପରେ ପୋତି ଦେଇଥିଲା। ଷ୍ଟାଡିୟମରେ ପ୍ରାୟ ୧୫ ମିନିଟ୍ ଧରି ସିନ୍ ରିକ୍ରିଏସନ୍ କରାଯାଇଥିଲା। ମମିତାଙ୍କୁ ସେ କେମିତି ପୋଡ଼ିଥିଲା ଓ କେମିତି ପୋତିଥିଲା- ସବୁ କରି ଦେଖାଇଥିଲା। ଏହି ସମୟରେ ଉତ୍ତରାଞ୍ଚଳ ଡିଆଇଜି ଦୀପକ କୁମାର ଓ ବଲାଙ୍ଗିର ଏସ୍‌ପି ନୀତୀନ କୁଶଲକର ସେଠାରେ ଉପସ୍ଥିତ ଥିଲେ।

The post ରାଧେଙ୍କ ଘରୁ ମିଳିଲା ମୃତ ଶିକ୍ଷୟିତ୍ରୀ ମମିତାଙ୍କ ମୋବାଇଲ୍ ଫୋନ୍‌! appeared first on Odisha Reporter.



from Odisha Reporter https://ift.tt/3EaEX5v

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages