ପ୍ରଥମଥର ପାଇଁ ଡ୍ରୋନରେ ଗଲା କରୋନା ଟିକା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 4, 2021

ପ୍ରଥମଥର ପାଇଁ ଡ୍ରୋନରେ ଗଲା କରୋନା ଟିକା

ନୂଆଦିଲ୍ଲୀ: ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଭାରତରେ ପ୍ରଥମଥର ପାଇଁ ଏପରି ଘଟଣା ଘଟିଛି। ମହାମାରୀ କରୋନା ଟିକାର ଡୋଜ୍‌ଗୁଡ଼ିକୁ ଡ୍ରୋନ ଯୋଗେ ଟିକାକରଣ କେନ୍ଦ୍ରକୁ ପଠାଯାଇଛି। ଏହି ଡ୍ରୋନ ଯୋଗେ ଟିକା ପଠାଇବା କାର୍ଯ୍ୟକ୍ରମ ମଣିପୁରରୁ ଆରମ୍ଭ ହୋଇଛି। ଆଗକୁ ବିଭିନ୍ନ ରାଜ୍ୟରେ ଭାରତ ସରକାର ଏପରି କାର୍ଯ୍ୟକ୍ରମ ଆରମ୍ଭ କରିବେ ବୋଲି ଲକ୍ଷ୍ୟ ରଖିଛନ୍ତି।

ମଣିପୁରର ବିଷ୍ଣୁପୁରରୁ କରଙ୍ଗ ଯାଏ ଟିକା ପହଞ୍ଚା ଯିବାର ଥିଲା। ସଡ଼କ ପଥରେ ଏହି ଦୁଇ ସ୍ଥାନର ଦୂରତା ୨୬ କିମି। କିନ୍ତୁ ଆକାଶପଥରେ ଏହାର ଦୂରତା ୧୫ କିମି। ତେଣୁ ଡ୍ରୋନ ଦ୍ୱାରା ମାତ୍ର ୧୨ରୁ ୧୫ ମିନିଟ୍‌ ମଧ୍ୟରେ କରୋନା ବିରୋଧୀ ଟିକା କରଙ୍ଗ ଦ୍ୱୀପପୁଞ୍ଜରେ ପହଞ୍ଚିଛି। ଆଇସିଏମଆରର ତତ୍ତ୍ୱାବଧାନରେ ଏପରି ଡ୍ରୋନ ଯୋଗେ ଟିକା ଯୋଗାଣ କରାଯାଇଛି। ଆଇସିଏମଆର୍‌ର ସ୍ୱତନ୍ତ୍ରରେ ଟିକା ପରିବହନ କରାଯାଇଛି। ଟିକା ପରିବହନ କରିଥିବା ଡ୍ରୋନଟି ସଂପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ତିଆରି ହୋଇଛି।

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଏହି ଘଟଣାରେ ବେଶ ଖୁସି ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଯେ ଆଜି ପ୍ରଥମ ଥର ପାଇଁ ଦକ୍ଷିଣ ପୂର୍ବ ଏସିଆରେ ଡ୍ରୋନର ବ୍ୟବସାୟିକ ଉଡ଼ାଣ ହୋଇଛି। ଏଥିପାଇଁ ଆଇସିଏମଆର, ମଣିପୁର ସରକାର, ବୈଷୟିକ କର୍ମଚାରୀଙ୍କୁ ଶୁଭେଚ୍ଛା। ଆଗକୁ ଡ୍ରୋନ ଦ୍ୱାରା ବିଭିନ୍ନ ସ୍ଥାନରେ ଟିକା ଓ ଜରୁରୀ ମେଡିସନ ଖୁବଶୀଘ୍ର ପହଞ୍ଚି ପାରିବ ବୋଲି ମଧ୍ୟ ସେ କହିଛନ୍ତି।

ସୂଚନାଯୋଗ୍ୟ, ମଣିପୁରର କରଙ୍ଗ ଅଞ୍ଚଳର ଜନସଂଖ୍ୟା ପ୍ରାୟ ୩୫ଶହ। ସେମାନଙ୍କ ମଧ୍ୟରୁ ୩୦% ଲୋକଙ୍କୁ ଟିକାର ଦୁଇଟି ଯାକ ଡୋଜ୍‌ ଦିଆଯାଇ ସାରିଛି। ଏବେ ଡ୍ରୋନରେ ବାକି ଲୋକଙ୍କ ଟିକା ପଠା ଯାଇଛି। ଟିକା ପଠା ଯାଇଥିବା କଥା କୁହାଯାଇଥିଲେ ହେଁ ଏହାର ଡୋଜ୍‌ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ। ଆଗକୁ ମଣିପୁରର ଆଉ ଦୁଇଟି ଜିଲ୍ଲାରେ ମଧ୍ୟ ଏଭଳି ଡ୍ରୋନ୍ ଦ୍ୱାରା ଟିକା ପହଞ୍ଚାଇବାକୁ ଯୋଜନା କରାଯାଇଛି।

The post ପ୍ରଥମଥର ପାଇଁ ଡ୍ରୋନରେ ଗଲା କରୋନା ଟିକା appeared first on Odisha Reporter.



from Odisha Reporter https://ift.tt/3ozSfDJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages