ଝାରସୁଗୁଡ଼ା(ଭାଗିରଥୀ ସାହୁ): ସଂସାରକୁ ଛାରଖାର କଲା ବାଇକ୍ ଲୋଭ । ୩ ବର୍ଷ ତଳେ ଗଢ଼ିଥିବା ସଂସାରରେ ନିଜେ ନିଆଁ ଲଗାଇଦେଲେ ସ୍ୱାମୀ। ବାଇକ୍ ଆଣିବାକୁ ସବୁବେଳେ ସ୍ତ୍ରୀ ଉପରେ ଅତ୍ୟାଚାର କରୁଥିବା ସ୍ୱାମୀ ଶେଷରେ ଗାଁ ଦାଣ୍ଡରେ ପଥରରେ ଛେଚି ଛେଚି ସ୍ତ୍ରୀର ଜୀବନ ନେଇଗଲା। ଏପରି ଅଭାବନୀୟ ଘଟଣା ଝାରସୁଗୁଡ଼ା ଜିଲ୍ଲା କୋଲାବିରା ବ୍ଲକ ଗୁଛାପାଲି ଗାଁରେ ଘଟିଛି। ମୃତା ମହିଳା ହେଲେ ସୁନୀତା ଡନସେନା । ପୁଲିସ୍ ତାଙ୍କ ସ୍ୱାମୀ ତଥା ଅଭିଯୁକ୍ତ ରମେଶ ଡନସେନାଙ୍କୁ ଅଟକ ରଖିଛି।
ମୃତା ମହିଳାଙ୍କ ବାପା ସମ୍ବଲପୁର ଜିଲ୍ଲା ସିନ୍ଦୁରପଙ୍କ ଥାନା ଅନ୍ତର୍ଗତ ଦଣ୍ଡେଇପାଲି ଗାଁର ଜୀବର୍ଦ୍ଧନ ବେହେରା ଏନେଇ କୋଲାବିରା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ, ସୁନୀତା ୩ ବର୍ଷ ପୂର୍ବେ ଗୁଛାପାଲି ଗାଁର ରମେଶ ଡନସେନାଙ୍କୁ ବିବାହ କରିଥିଲେ। ବିବାହ ପରେ କିଛି ଦିନ ଉଭୟଙ୍କ ସଂସାର ଠିକ୍ଠାକ୍ ଚାଲିଥିଲା। ଏହାପରେ ଏକ ବାଇକ୍ ବାପ ଘରୁ ଆଣିବାକୁ ଜିଦ ଧରି ସବୁବେଳେ ସୁନୀତାଙ୍କ ଉପରେ ଅତ୍ୟାଚାର କରୁଥିଲେ ରମେଶ। ହେଲେ ଗତକାଲି ସବୁ ସୀମା ଟପିଗଲା ରମେଶଙ୍କ ବର୍ବରତା।
ଗତକାଲି ସନ୍ଧ୍ୟା ବେଳେ ନିଶାଗ୍ରସ୍ତ ଅବସ୍ଥାରେ ରମେଶ ଘରକୁ ଫେରିବା ପରେ ଉଭୟ ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ବଚସା ହୋଇଥିଲା। ଏହାପରେ ଉତ୍ତ୍ୟକ୍ତ ରମେଶ ଗାଁ ଦାଣ୍ଡରେ ଏକ ପଥରରେ ଛେଚି ଛେଚି ସୁନୀତାଙ୍କୁ ହତ୍ୟା କଲେ। ଗାଁ ଲୋକେ ହତ୍ୟାକାରୀ ସ୍ୱାମୀକୁ ବାନ୍ଧି ପୁଲିସକୁ ଖବର ଦେଇଥିଲେ।। ପୁଲିସ୍ ଶବକୁ ଜବତ କରି ଅଭିଯୁକ୍ତଙ୍କୁ ଅଟକ ରଖିଛି । ଆଜି ସନ୍ଧାନୀ ଟିମ୍ ପହଞ୍ଚି ଅଧିକ ତଦନ୍ତ କରିବ ବୋଲି ପୁଲିସ୍ କହିଛି।
The post ସଂସାରକୁ ଛାରଖାର କଲା ବାଇକ୍ ଲୋଭ appeared first on Odisha Reporter.
from Odisha Reporter https://ift.tt/3ozlZRu
No comments:
Post a Comment