ଆଜି ମୟୂରଭଞ୍ଜ ବନ୍ଦ, ରାସ୍ତାକୁ ଓହ୍ଲାଇଲା ବିଜେପି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 24, 2021

ଆଜି ମୟୂରଭଞ୍ଜ ବନ୍ଦ, ରାସ୍ତାକୁ ଓହ୍ଲାଇଲା ବିଜେପି

ବାରିପଦା(ମାଣିକଲାଲ ପାଣି): ବାରିପଦାରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ବେଳେ ବିଜେପି କର୍ମୀଙ୍କୁ ଆକ୍ରମଣ ମାମଲାରେ ଆଜି  ଦଳ ପକ୍ଷରୁ ମୟୂରଭଞ୍ଜ ଜିଲ୍ଲା ବନ୍ଦ ଡାକରା ଦିଆଯାଇଛି। ବିଜେପି ପକ୍ଷରୁ ସକାଳ ୬ଟାରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ଏହାର ପ୍ରଭାବ ବାରିପଦା ସହରରେ ଦେଖିବାକୁ ମିଳିଛି ।

ବିଭିନ୍ନ ଛକରେ ରାସ୍ତା ଅବରୋଧ କରିବା ସହ ପିକେଟିଂ କରିଛନ୍ତି ବିଜେପି କର୍ମୀ । ତାସହ ଉଦଳା, କରଞ୍ଜିଆ , ରାଇରଙ୍ଗପୁରରେ ବି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଫଳରେ ରାସ୍ତାରେ ଗାଡ଼ି ଚଳାଚଳରେ ପ୍ରଭାବ ପଡ଼ିଛି ।

ବନ୍ଦ ପ୍ରଭାବରେ ଖାଁ ଖାଁ ବାରିପଦା ରାସ୍ତା।

ବାରିପଦାରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ବେଳେ ବିଜେପି କର୍ମୀଙ୍କୁ ଆକ୍ରମଣ ମାମଲା ସମେତ ଅନ୍ୟ ୧୫ଟି ଦାବି ନେଇ ଆଜି ରାସ୍ତାକୁ ଓହ୍ଲାଇଛି ବିଜେପି । ମୁଖ୍ୟମନ୍ତ୍ରୀ ମୟୂରଭଞ୍ଜ ଜିଲ୍ଲା ପାଇଁ ଦେଇଥିବା ବିଭିନ୍ନ ପ୍ରତିଶ୍ରୁତି, ମମତା ମେହେର ହତ୍ୟା ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଏବଂ ବିଶେଶ୍ୱର ଟୁଡୁଙ୍କୁ ପ୍ରଶାସନିକ ଅଧିକାରୀ ଅସମ୍ମାନ ଅଭିଯୋଗ ପ୍ରସଙ୍ଗକୁ ନେଇ ବି ତାତିଛି ବିଜେପି ।

The post ଆଜି ମୟୂରଭଞ୍ଜ ବନ୍ଦ, ରାସ୍ତାକୁ ଓହ୍ଲାଇଲା ବିଜେପି appeared first on Odisha Reporter.



from Odisha Reporter https://ift.tt/3EgUn8j

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages