ଆଜି କାର୍ତ୍ତିକ ମାସ ପ୍ରଥମ ସୋମବାର, ଖାଁ ଖାଁ ପଡ଼ିଛି ଧବଳେଶ୍ୱର ପୀଠ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 24, 2021

ଆଜି କାର୍ତ୍ତିକ ମାସ ପ୍ରଥମ ସୋମବାର, ଖାଁ ଖାଁ ପଡ଼ିଛି ଧବଳେଶ୍ୱର ପୀଠ

କଟକ(ଓଡ଼ିଶା ରିପୋର୍ଟର): ଆଜି ପବିତ୍ର କାର୍ତ୍ତିକ ମାସର ପ୍ରଥମ ସୋମବାର । ରାଜ୍ୟର ବିଭିନ୍ନ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି। ପ୍ରତି ବର୍ଷ ଏହି ଦିନ ବାବା ଧବଳେଶ୍ୱରଙ୍କ ପୀଠରେ ଅସମ୍ଭବ ଭିଡ଼ ଜମୁଥିବା ବେଳେ ଆଜି କିନ୍ତୁ ଖାଁ ଖାଁ ପଡ଼ିଛି ପୀଠ। ଶ୍ରଦ୍ଧାଳୁଙ୍କୁ ବାରଣ କରାଯାଇଛି ପ୍ରଭୁ ଧବଳେଶ୍ୱରଙ୍କ ପୀଠ।

କୋଭିଡ୍ କଟକଣା ପାଇଁ ବାବାଙ୍କ ପୀଠରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଲାଗୁ କରାଯାଇଛି ।  ଭୋର ୪ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଏହି ନିୟମ ବଳବତ୍ତର ରହିବ । କେବଳ ପରମ୍ପରା ବଜାୟ ରଖିବା ସହ ରୀତିନୀତିରେ ପୂଜକମାନେ ପୂଜା କରୁଛନ୍ତି ।

ସକାଳୁ ପୂଜକ ସମିତି ପକ୍ଷରୁ ପହଡ଼ ଖୋଲାଯାଇ ୧୦୮ ଗରା ଜଳରେ ସ୍ନାନ କରାଯାଇଛି । ଏହାସହ ମଙ୍ଗଳ  ଆଳତି ଶେଷ ହୋଇଛି । ତେବେ କାର୍ତ୍ତିକ ସୋମବାରରେ ହଜାର ହଜାର ଶ୍ରଦ୍ଧାଳୁ ଆସି ବାବା ଧବଳେଶ୍ୱରଙ୍କ ଦର୍ଶନ କରି ପୂଣ୍ୟ ଅର୍ଜନ କରିଥାନ୍ତି । ହେଲେ ଚଳିତ ବର୍ଷ  ମନ୍ଦିର ବନ୍ଦ ରହିଥିବାରୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । କୋଭିଡ କଟକଣାକୁ ଆଖି ଆଗରେ ରଖି ସମସ୍ତ କାର୍ତ୍ତିକ ବ୍ରତଧାରୀ ଓ ଶ୍ରଦ୍ଧାଳୁଙ୍କୁ  ପୀଠକୁ ନ ଆସିବାକୁ ବାରଣ କରାଯାଇଛି ।

The post ଆଜି କାର୍ତ୍ତିକ ମାସ ପ୍ରଥମ ସୋମବାର, ଖାଁ ଖାଁ ପଡ଼ିଛି ଧବଳେଶ୍ୱର ପୀଠ appeared first on Odisha Reporter.



from Odisha Reporter https://ift.tt/3b6ZISZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages