ଅକ୍ଷୟଙ୍କ ‘ଗୋର୍ଖା’କୁ ନେଇ କେଁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 16, 2021

ଅକ୍ଷୟଙ୍କ ‘ଗୋର୍ଖା’କୁ ନେଇ କେଁ

ମୁମ୍ବାଇ: ବିବାଦରେ ବଲିଉଡର ଖିଲାଡି ଷ୍ଟାର ଅକ୍ଷୟ କୁମାର। ରିଲିଜ ନହେଉଣୁ ତାଙ୍କ ଅପ୍‌କମିଂ ଫିଲ୍ମ ‘ଗୋର୍ଖା’କୁ ନେଇ ଦେଖାଦେଇଛି କେଁ। ଗତ ଶୁକ୍ରବାର ଫିଲ୍ମର ପୋଷ୍ଟର ରିଲିଜ୍ ହୋଇଥିବା ବେଳେ ଏହାକୁ ନେଇ ଦେଖାଦେଇଛି ବିବାଦ।

ରିଲିଜ ହୋଇଥିବା ଫିଲ୍ମ ପୋଷ୍ଟରରେ ଦେଖା ଯାଇଥିବା ଶସ୍ତ୍ରକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଗୋର୍ଖା ରାଇଫଲ୍ସର ପୂର୍ବତନ ସେନା ଅଧିକାରୀ। ସେ ଏକ ଟ୍ୱିଟି କରିଛନ୍ତି । କହିଛନ୍ତି ଯେ ପୋଷ୍ଟରରେ ଅକ୍ଷୟ କୁମାର ଏକ ଶସ୍ତ୍ର ଧରିଥିବା ଦେଖିବାକୁ ମିଳୁଛି। ଗୋର୍ଖା ମାନେ ସାଧାରଣଃ ଧରୁଥିବା ଶସ୍ତ୍ରକୁ ଖୁକ୍ରୀ କୁହାଯାଏ। ପୋଷ୍ଟରରେ ଦେଖାଯାଇଥିବା ଶସ୍ତ୍ର ଖୁକ୍ରୀ ଭଳି ଆଦୌ ଦେଖାଯାଉନଥିବାରୁ ସେ ଏହାକୁ ନେଇ ଆପତ୍ତି ଉଠାଇଛନ୍ତି।

ଏହା ସହ ସେ ଆହୁରି ଲେଖିଛନ୍ତି, ଗୋର୍ଖା ଉପରେ ଫିଲ୍ମ ତିଆରି କରୁଥିବାରୁ ସେ ଅକ୍ଷୟ କୁମାରଙ୍କୁ ଧନ୍ୟବାଦ ଜଣାଇଥିବା ସହ ପୋଷ୍ଟରରେ ଦେଖାଯାଉଥିବା ଖୁକ୍ରୀକୁ ପରିବର୍ତ୍ତନ କରି ଠିକ୍ କରିବାକୁ ସେ ଅନୁରୋଧ କରିଛନ୍ତି। ପୋଷ୍ଟରେ ଦେଖାଯାଇଥିବା ଖୁକ୍ରୀର ଆକାର ଠିକ୍ ନୁହେଁ ବୋଲି ପୂର୍ବତନ ସେନା ଅଧିକାରୀ ନିଜ ଟ୍ୱିଟ୍‌ରେ ଲେଖିଛନ୍ତି। ସେ ଟ୍ୱିଟ୍‌ରେ ଖୁକ୍ରୀର ସଠିକ୍ ଫଟୋ ମଧ୍ୟ ଅପ୍‌ଲୋଡ କରିଛନ୍ତି।

ଅନ୍ୟପଟେ ଅକ୍ଷୟ କୁମାର ମେଜର ମାଣିକ୍ ଏମ୍ ଜଲିଙ୍କ ଏହି ଟ୍ୱିଟ୍‌ର ଉତ୍ତର ଦେଇଛନ୍ତି। ‘ଗୋର୍ଖା’ ପୋଷ୍ଟରରେ ଥିବା ଭୁଲ୍ ଧରିଥିବା ପାଇଁ ଅଧିକାରୀଙ୍କୁ ଧନ୍ୟବାଦ୍ ଦେବା ସହ ଫିଲ୍ମରେ ଏହାକୁ ଠିକ୍ କରିବେ ବୋଲି ଲେଖିଛନ୍ତି ଅକ୍ଷୟ।

‘ଗୋର୍ଖା’ ଫିଲ୍ମଟି ଜଣେ ସେନା ଅଧିକାରୀଙ୍କ ଜୀବନୀ ଉପରେ ଆଧାରିତ। ଏଥିରେ ମହାନ ଯୋଦ୍ଧା ନାୟକ ମେଜର ଜେନେରାଲ ଇୟାନ କାରଡୋଜୋ ଚରିତ୍ରରେ ଅକ୍ଷୟ କୁମାର ନଜର ଆସିବେ। ଯିଏକି ଲ୍ୟାଣ୍ଡ ମାଇନ୍ ବିସ୍ଫୋରଣ ଫଳରେ ତାଙ୍କର ଗୋଡ଼ ହରାଇଥିଲେ। ଏହାପରେ ମଧ୍ୟ ସେ ବାଟାଲିୟନ ଓ ବ୍ରିଗେଡ୍ର ନେତୃତ୍ୱ ନେଇଥିଲେ।

ତାଙ୍କର ଏହି ରିୟଲ ଲାଇଫ କାହାଣୀକୁ ନେଇ ଗୋର୍ଖା ଫିଲ୍ମ ନିର୍ମିତ ହୋଇଛି। ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱରେ ସଞ୍ଜୟ ପୂରଣ ସିଂହ ଚୌହାନ ଥିବା ବେଳେ ପ୍ରଯୋଜନା ଦାୟିତ୍ୱରେ ଆନନ୍ଦ ଏଲ୍‌ ରାୟ ହିମାଂଶୁ ଶର୍ମା ଅଛନ୍ତି।

The post ଅକ୍ଷୟଙ୍କ ‘ଗୋର୍ଖା’କୁ ନେଇ କେଁ appeared first on Odisha Reporter.



from Odisha Reporter https://ift.tt/3G4k79E

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages