ଭୋପାଲ: ମଧ୍ୟପ୍ରଦେଶର ରାଜଧାନୀ ଭୋପାଲରେ ଦୁର୍ଗା ପୂଜା ଭସାଣୀ ବେଳେ ଅଘଟଣ। ବିସର୍ଜନରେ ଯାଉଥିବା ଲୋକଙ୍କ ଉପରେ ଏକ ଦ୍ରୁତଗାମୀ କାର୍ ମାଡି ଯାଇଛି। ଏହି ଦୁର୍ଘଟଣାରେ କାର୍ ଚକାତଳେ ଚାପି ହୋଇ ଜଣେ ଶିଶୁ ଗୁରୁତର ହୋଇଛି। ଭୋପାଲ ରେଲୱେ ଷ୍ଟେସନ ନିକଟ ବାଜିରାଓ ଛକରେ ଏହି ଦୁର୍ଘଟଣା ଘଟିଛି।
ସୂଚନାନୁସାରେ, ଭୋପାଳ ରେଳ ଷ୍ଟେସନ ନିକଟ ବାଜରିଓ ତିରାହରେ ଶନିବାର-ରବିବାର ରାତିରେ ଦୁର୍ଗା ମୂର୍ତ୍ତି ଭସାଣୀ ଚାଲିଥିଲା। ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଲୋକ ଏକତ୍ରିତ ହୋଇଥିଲେ। ସମାରୋହ ଚାଲିଥିବାବେଳେ ହଠାତ୍ ଏକ କାର ଭିଡ଼ ଭିତରକୁ ଦ୍ରୁତଗତିରେ ପଶି ଆସିଥିଳା। ଏହି ସମୟରେ କାରର ଡ୍ରାଇଭର ଦ୍ରୁତ ବେଗରେ କାରକୁ ପଛକୁ ନେଇଥିଲା। ଏହି ସମୟରେ ଏକ ଶିଶୁ କାରର ଚକ ତଳେ ଚାପି ହୋଇଯାଇଥିଲା।
କାରର ଚକ ତଳେ ଚାପି ହୋଇ ଶିଶୁଟି ଗୁରୁତର ହୋଇଥିଲା। ପରେ ସେଠାରେ ଉପସ୍ଥିତ ଥିବା ଲୋକେ ଶୀଘ୍ର ଆହତ ଶିଶୁଟିକୁ ଚିକିତ୍ସା ପାଇଁ ଡାକ୍ତରଖାନା ନେଇଥିଲେ। ଏହି ପୂରା ଘଟଣାର ଏକ ଭିଡିଓ ସାମ୍ନାକୁ ଆସିଛି। ଭିଡିଓରେ କାରଟି ପଛକୁ ଯାଉଥିବା ଦେଖିବାକୁ ମିଳିଛି। ଏଥିସହ କାର୍ ଭିତରେ ଦୁଇରୁ ତିନି ଜଣ ଲୋକ ବସିଥିବା ମଧ୍ୟ ନଜର ଆସିଛନ୍ତି।
ସେପଟେ ଏହି ଘଟଣାକୁ ପୁଲିସ ଗୁରୁତର ଭାବେ ଗ୍ରହଣ କରି ତଦନ୍ତ ଆରମ୍ଭ କରିଛି। ଦୁର୍ଘଟଣା ଘଟାଇଥିବା ଉକ୍ତ କାର୍କୁ ଚିହ୍ନଟ କରିବା ପାଇଁ ପୁଲିସ ସିସିଟିଭି କ୍ୟାମେରା ଯାଂଚ କରୁଛି।
ପୂର୍ବରୁ ମଧ୍ୟ ଛତିଶଗଡ଼ର ଜଶପୁର ଜିଲ୍ଲାର ପାଥଲ ଗାଁରେ ଦୁର୍ଗା ଭସାଣୀ ପାଇଁ ଯାଉଥିବା ଲୋକଙ୍କ ଉପରେ ଦ୍ରୁତଗାମୀ କାର୍ ମାଡ଼ି ଯାଇଥିଲା। ଏଥିରେ ୪ ଜଣଙ୍କର ମୃତ୍ୟୁ ହେବା ସହ ୧୬ ଜଣ ଗୁରୁତର ଆହତ ହୋଇଥିଲେ।
The post ଭସାଣୀ ବେଳେ ମାଡିଗଲା କାର୍, ଚକା ତଳେ ଚାପି ହୋଇଗଲା ଶିଶୁ appeared first on Odisha Reporter.
from Odisha Reporter https://ift.tt/3n08yYn
No comments:
Post a Comment