ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୧୯୯୫ ବ୍ୟାଚ୍ ଓଡ଼ିଶା କ୍ୟାଡ଼ରର ଚିତ୍ରା ଅରୁମଗମ କେନ୍ଦ୍ରରେ ଅତିରିକ୍ତ ସଚିବ ପାହ୍ୟାରେ ତାଲିକାଭୁକ୍ତ ହୋଇଛନ୍ତି। ମାତ୍ର ତାଙ୍କ ବ୍ୟାଚର ଅନ୍ୟ ୩ଜଣ ଓଡ଼ିଶା କ୍ୟାଡ଼ର ଆଇଏଏସ୍ ହେମନ୍ତ ଶର୍ମା, ବିଷ୍ଣୁପଦ ସେଠୀ ଓ ସୁଶୀଲ ଲୋହାନୀଙ୍କୁ କେନ୍ଦ୍ରରେ ଅତିରିକ୍ତ ସଚିବ ପାହ୍ୟାରେ ତାଲିକାଭୁକ୍ତ ହେବାର ସୁଯୋଗ ମିଳିନି।
କେନ୍ଦ୍ର କ୍ୟାବିନେଟର ନିଯୁକ୍ତି ସଂକ୍ରାନ୍ତ କମିଟି ଦ୍ୱାରା ମୋଟ ୪୨ଜଣ ଆଇଏଏସଙ୍କୁ କେନ୍ଦ୍ର ସରକାରରେ ଅତିରିକ୍ତ ସଚିବ ପାହ୍ୟା ଏବଂ ସଚିବ ପାହ୍ୟାରେ ୧୨ଜଣ ଅଫିସରଙ୍କୁ ତାଲିକାଭୁକ୍ତ କରାଯାଇଛି। ସେଥିରେ ଓଡ଼ିଶାରୁ କେବଳ ଶ୍ରମ ସଚିବ ଚିତ୍ରା ଅରୁମଗମ ରହିଛନ୍ତି ।
ଅତିରିକ୍ତ ସଚିବ ପାହ୍ୟାରେ ତାଲିକାଭୁକ୍ତ ପାଇଁ କେନ୍ଦ୍ର ସରକାର ୧୯୯୫ ବ୍ୟାଚର ୩୭ଜଣଙ୍କ ସମେତ ମୋଟ ୪୨ଜଣ ଆଇଏଏସ୍ ଏବଂ ସଚିବ ପାହ୍ୟା ନିମନ୍ତେ ୧୯୮୫ରୁ ୧୯୮୯ ବ୍ୟାଚର ୧୨ଜଣ ଆଇଏଏସ୍ ଯୋଗ୍ୟ ବିବେଚିତ ହୋଇଛନ୍ତି।
The post ଚିତ୍ରା ଅରୁମଗମଙ୍କୁ କେନ୍ଦ୍ରରେ ଅତିରିକ୍ତ ସଚିବ ପାହ୍ୟା appeared first on Odisha Reporter.
from Odisha Reporter https://ift.tt/3FsFykk
No comments:
Post a Comment