ନିଜେ ନିଜର ୧୧ଟି ଦାନ୍ତ ଉପାଡ଼ି ଦେଲେ ମହିଳା, କହିଲେ- ବହୁତ କଷ୍ଟଦାୟକ… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 7, 2021

ନିଜେ ନିଜର ୧୧ଟି ଦାନ୍ତ ଉପାଡ଼ି ଦେଲେ ମହିଳା, କହିଲେ- ବହୁତ କଷ୍ଟଦାୟକ…

ଲଣ୍ଡନ: ସାଧାରଣତଃ ଅସୁସ୍ଥ ହେଲେ ଜଣେ ଡାକ୍ତରଖାନା ଯାଇଥାଏ। ମାତ୍ର ଆଜିକାଲି ଘରୋଇ ହସ୍ପିଟାଲରେ ସ୍ୱାସ୍ଥ୍ୟସେବା ଖୁବ୍‌ ମହଙ୍ଗା ହୋଇଗଲାଣି।  ଫଳରେ ଯେ କେହି ରୋଗ ଭଲ କରିବା ପାଇଁ ଘରୋଇ ହସ୍ପିଟାଲ ଯିବା ପୂର୍ବରୁ ୪ ଥର ଭାବୁଛି। ଘରୋଇ କ୍ଲିନିକକୁ ଯିବାକୁ ପାଖରେ ଅର୍ଥ ନ ଥିବାରୁ ବ୍ରିଟେନ୍‌ର ଜଣେ ମହିଳା ଏପରି କାମ କଲେ ଯାହାକି ପୂର୍ବରୁ ଆପଣ କେବେ ଶୁଣି ନ ଥିବେ।

ସୂଚନା ଅନୁଯାୟୀ, ଲଣ୍ଡନରେ ରହୁଥିବା ୪୨ ବର୍ଷୀୟା ଡାନିଏଲ୍‌ ୱାଟ୍‌ ନାମ୍ନୀ ମହିଳାଙ୍କର ଦାନ୍ତ ସମସ୍ୟା ବାହାରିଥିଲା। ଫଳରେ ସେ ନିକଟସ୍ଥ ସରକାରୀ ହସ୍ପିଟାଲକୁ ଯାଇଥିଲେ। ମାତ୍ର ସେଠାରେ କୌଣସି ଦନ୍ତ ରୋଗ ବିଶେଷଜ୍ଞ ନ ଥିଲେ। ଏହାବାଦ ପାଖରେ ଟଙ୍କା ନ ଥିବାରୁ ଘରୋଇ କ୍ଲିନିକକୁ ଯିବାକୁ ମହିଳାଜଣକ ସାହସ ଯୋଗାଡ଼ କରିପାରି ନ ଥିଲେ।

ହେଲେ ଚିକିତ୍ସା ଅଭାବରୁ ଦାନ୍ତ ଅସହ୍ୟ ଯନ୍ତ୍ରଣା କରିବାକୁ ଲାଗିଲା। ଫଳରେ ମହିଳାଜଣକ ନିଜେ ହିଁ  ଗୋଟିଏ ପରେ ଗୋଟିଏ ଖରାପ ହୋଇଯାଇଥିବା ଦାନ୍ତ ଉପାଡ଼ିବାକୁ ଲାଗିଲେ। ଏପରି କରି  ଗତ ୩ ବର୍ଷରେ ମହିଳାଜଣକ ନିଜର ୧୧ ଦାନ୍ତ ଉପାଡ଼ି ସାରିଥିବା ମିରର ୟୁକେରେ ବାହାରିଥିବା ଏକ ରିପୋର୍ଟରୁ ଜଣାଯାଇଛି।

ଏନେଇ ମହିଳାଜଣକ କହିଛନ୍ତି, “ଅସହ୍ୟ ଯନ୍ତ୍ରଣା ଯୋଗୁ ମୁଁ ହସିବା ଭୁଲି ଯାଇଛି। ମୋର ଆତ୍ମବିଶ୍ୱାସ ଟଳମଳ ହେବାରେ ଲାଗିଛି।  ଯନ୍ତ୍ରଣାରୁ ଉପଶମ ପାଇବା ଲାଗି ମୋତେ ସବୁଦିନ ମେଡିସିନ ଭରସାରେ ବଞ୍ଚିବାକୁ ପଡ଼ୁଛି।  କୌଣସି ଡାକ୍ତରୀ ଜ୍ଞାନ ବିନା ନିଜ ଦାନ୍ତ ନିଜେ ଉପାଡ଼ିବା ବହୁତ କଷ୍ଟଦାୟକ। ହେଲେ ମୋ ପାଖରେ ଏହା ଛଡ଼ା ଆଉ କିଛି ଉପାୟ ନାହିଁ ।”

ଏହାବାଦ ସେ କହିଛନ୍ତି, ମୋର ବହୁତ ଦାନ୍ତ ନଷ୍ଟ ହୋଇ ଯାଇଥିଲା। ଏପରିକି ବହୁତ ହଲିବାକୁ ବି ଲାଗିଥିଲା। ଏହାପରେ ଘର ନିକଟ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଇଥିବା ବେଳେ ସେଠାରେ ଡାକ୍ତର ନ ଥିଲେ । ଆଖପାଖରେ ବି କୌଣସି ସରକାରୀ ଡାକ୍ତରଖାନା ନାହିଁ। ଏନେଇ ନିଜ ସାଙ୍ଗସାଥୀଙ୍କ ସହ ଆଲୋଚନା କରିବାରୁ ସେମାନେ ଘରୋଇ କ୍ଲିନିକ୍‌କୁ ଯିବାକୁ ପରାମର୍ଶ ଦେଲେ। ହେଲେ ଘରୋଇ କ୍ଲିନିକ୍‌କୁ ଯାଇ ଡାକ୍ତର ଖର୍ଚ୍ଚ ଭରଣା କରିବାକୁ ମୁଁ ଅସମର୍ଥ। ତେଣୁ ଏପରି ପଦକ୍ଷେପ ନେବାକୁ ବାଧ୍ୟ ହେଲି।

The post ନିଜେ ନିଜର ୧୧ଟି ଦାନ୍ତ ଉପାଡ଼ି ଦେଲେ ମହିଳା, କହିଲେ- ବହୁତ କଷ୍ଟଦାୟକ… appeared first on Odisha Reporter.



from Odisha Reporter https://ift.tt/2YuEEma

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages