ଶେଷ ହୋଇପାରୁନି କି ଗୃହ ନିର୍ମାଣ କାର୍ଯ୍ୟ ? ଜାଣନ୍ତୁ, କ’ଣ ଥାଇପାରେ ବାସ୍ତୁ ଦୋଷ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 9, 2021

ଶେଷ ହୋଇପାରୁନି କି ଗୃହ ନିର୍ମାଣ କାର୍ଯ୍ୟ ? ଜାଣନ୍ତୁ, କ’ଣ ଥାଇପାରେ ବାସ୍ତୁ ଦୋଷ

ଘରଟିଏ ନିର୍ମାଣ କଲା ବେଳେ ଅନେକ ପ୍ରକାରର ବାଧା ଉପୁଜିଥାଏ। ତେଣୁ ଅନେକ ସମୟରେ ଅନେକ ଲୋକ ନିର୍ଦ୍ଧାରିତ ସମୟ ମଧ୍ୟରେ ଘରର ନିର୍ମାଣ କାର୍ଯ୍ୟ ଶେଷ କରିବାରେ ବିଫଳ ହୁଅନ୍ତି। ଘରଟିଏ ତିଆରି କରିବା ବେଳେ ସବୁ ସମୟରେ ଅର୍ଥର ଆବଶ୍ୟକତା ପଡ଼ିଥାଏ। ଅର୍ଥ ନ ଥିଲେ ନିର୍ମାଣ କାର୍ଯ୍ୟର ଅଗ୍ରଗତିରେ ପ୍ରତିବନ୍ଧକ ସୃଷ୍ଟି ହୋଇଥାଏ। କିନ୍ତୁ ବେଳେ ବେଳେ ପ୍ରଚୁର ଟଙ୍କା ଥିଲେ ବି କିଛି ନା କିଛି ସମସ୍ୟା ଦେଖାଯାଏ। ଏମିତିକି ଘରଟି କୌଣସି ନା କୌଣସି କାରଣରୁ ସମ୍ପୂର୍ଣ୍ଣ ହୋଇପାରେ ନାହିଁ କିମ୍ବା ଏଥିରେ ବହୁ ବିଳମ୍ବ ଘଟେ। ଏପରି କ୍ଷେତ୍ରରେ ଅନେକ ଲୋକ ବାସ୍ତୁବିଦ୍‌ଙ୍କ ପରାମର୍ଶ ନେଇଥା’ନ୍ତି। କାରଣ ବାସ୍ତୁଦୋଷ ଯୋଗୁଁ ଏଭଳି ସମସ୍ୟା ମଧ୍ୟ ଦେଖାଯାଇଥାଏ। ତା’ହେଲେ ଆସନ୍ତୁ ଜାଣିବା ସାଧାରଣତଃ କେଉଁ ସବୁ ବାସ୍ତୁଦୋଷ ଥିଲେ ଗୃହ ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇପାରି ନଥାଏ।

୧- ଗୃହର ଭୂମିରେ ସମସ୍ୟା ଥିଲେ ଓ ଭୁଲ୍‌ ସମୟରେ ଶୁଭ ଦିଆଯାଇଥିଲେ, ଗୃହର ନିର୍ମାଣ କାର୍ଯ୍ୟ ଶେଷ ହୋଇପାରି ନଥାଏ।
୨- ଗୃହର ବାହୁ, ଅଗ୍ନିକୋଣ, ନୈଋତ୍ୟ କୋଣ ଓ ବାୟୁ କୋଣରେ ମୋଡ଼ ଥିଲେ ବା ତାହା ବଙ୍କା ହୋଇଥିଲେ, ଏହାର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାରେ ସମସ୍ୟା ସୃଷ୍ଟି ହୋଇଥାଏ।
୩- ମଶାଣି ଭୂମି, ଦେବ ଭୂମି ଓ ଗୋଭୂମି ଆଦିରେ ଗୃହ କଲେ ତାହା ସମ୍ପୂର୍ଣ୍ଣ ହୋଇପାରି ନଥାଏ।
୪- ଗୃହର ପଶ୍ଚିମରେ କୂପ, ନଳକୂପ ଓ ଜଳାଶୟ ଥିଲେ ମାନସିକ ବିକୃତ ଦେଖାଦେବା ସହିତ ଏହାର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରି ନଥାଏ।
୫- ନିଜର ରାଶି, ନକ୍ଷତ୍ର, ତାରବାର, ରିକ୍ତା ପିଥି, ପାପଚନ୍ଦ୍ର, ରାହୁକାଳ, ବାରବେଳା ବିଚାର ନ କରି ଗୃହର ଶୁଭ ଦେଲେ ସମସ୍ୟା ଉପୁଜିଥାଏ।
୬- ଭୂମିରେ ଶଲ୍ୟ ଦୋଷ ଥିଲେ ଏବଂ ଭୂମିରୁ ନକାରାତ୍ମକ ଊର୍ଜା ବାହାରୁଥିଲେ ଗୃହ ନିର୍ମାଣ କରିବାରେ ସମସ୍ୟା ହୋଇଥାଏ।
୭- ଗୃହ ନିର୍ମାଣ କଲାବେଳେ ପଞ୍ଜିକାରୁ ଉପଯୁକ୍ତ ସମୟ ନିର୍ଦ୍ଧାରଣ କରି ଶୁଭ ଦେଲେ ସମସ୍ୟା ହୋଇ ନଥାଏ।
୮- ମୃତ୍ତିକାକୁ ବୈଜ୍ଞାନିକ ପଦ୍ଧତିରେ ପରୀକ୍ଷା କରି ଭୂମିର ନିଦାନ କରି ଗୃହ ନିର୍ମାଣ କଲେ ଶୁଭ ହୋଇଥାଏ।

The post ଶେଷ ହୋଇପାରୁନି କି ଗୃହ ନିର୍ମାଣ କାର୍ଯ୍ୟ ? ଜାଣନ୍ତୁ, କ’ଣ ଥାଇପାରେ ବାସ୍ତୁ ଦୋଷ appeared first on Odisha Reporter.



from Odisha Reporter https://ift.tt/3luo8fj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages