ନୂଆଦିଲ୍ଲୀ: ଲଗାମ ଛଡା ହୋଇଛି ତୈଳ ଦର। ବଢ଼ି ଚାଲିଛି ପେଟ୍ରୋଲ-ଡିଜେଲ ଦାମ୍। ଆଜି ପୁଣି କ୍ରମାଗତ ଷଷ୍ଠ ଦିନ ପାଇଁ ବଢ଼ିଛି ତୈଳଦର। ଆଜି ସକାଳୁ ଦିଲ୍ଲୀରେ ପେଟ୍ରୋଲ ଲିଟର ପ୍ରତି ୩୦ ପଇସା ଏବଂ ଡେଜେଲ ଲିଟର ପ୍ରତି ୩୫ ପଇସା ମହଙ୍ଗା ହୋଇଛି। ଫଳରେ ସେଠାରେ ପେଟ୍ରୋଲ ଲିଟର ପିଛା ୧୦୩.୮୪ ଟଙ୍କାରୁ ବଢ଼ି ୧୦୪.୧୪ଟଙ୍କାରେ ପହଞ୍ଚିଛି। ସେହିପରି ଡିଜେଲ ମଧ୍ୟ ଲିଟର ପିଛା ୯୨.୮୨ଟଙ୍କାକୁ ବୃଦ୍ଧି ପାଇଛି।
ବର୍ଦ୍ଧିତ ଦର ଲାଗୁ ହେବା ପରେ ଚାରୋଟି ପ୍ରମୁଖ ସହର ଦିଲ୍ଲୀ, ମୁମ୍ବାଇ, କୋଲକାତା ଏବଂ ଚେନ୍ନାଇରେ ସବୁଠୁ ମହଙ୍ଗା ହୋଇଛି ତୈଳଦର। ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ଦର ୧୧୦ ଟଙ୍କା ଟପିଛି। ଏଠାରେ ପେଟ୍ରୋଲ ଲିଟର ପିଛା ୧୦୯.୮୩ ଟଙ୍କାରୁ ୧୧୦.୧୨ଟଙ୍କାରେ ପହଞ୍ଚିଛି। ସେହିପରି ଡିଜେଲ ମଧ୍ୟ ୧୦୦.୬୬ ଟଙ୍କା ପ୍ରତି ଲିଟର ହୋଇଛି।
ସେହିପରି କୋଲକାତାରେ ପେଟ୍ରୋଲ ଲିଟର ପିଛା ୧୦୪ ଟଙ୍କା ୮୦ ପଇସା ଥିବା ବେଳେ ଡିଜେଲ ଲିଟର ପିଛା ୯୫ ଟଙ୍କା ୯୩ ଟଙ୍କାକୁ ବଢ଼ିଛି। ଅନ୍ୟପଟେ ଚେନ୍ନାଇରେ ପେଟ୍ରୋଲ ଲିଟର ୧୦୧ ଟଙ୍କା ୫୩ ପଇସାକୁ ବୃଦ୍ଧି ପାଇଛି। ଡିଜେଲ ୯୭ଟଙ୍କା ୨୬ ପଇସା ପ୍ରତି ଲିଟର ରହିଛି।
ଆନ୍ତର୍ଜାତୀୟ ସ୍ତରରେ ଅଶୋଧିତ ତୈଳ ମୂଲ୍ୟ କ୍ରମାଗତ ଭାବେ ବୃଦ୍ଧି ପାଉଛି। ଏହାର ପ୍ରଭାବ ଭାରତୀୟ ବଜାର ଉପରେ ପଡୁଛି। କେବଳ ଭାରତରେ ନୁହେଁ ବିଶ୍ୱ ବଜାରରେ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ପାଉଛି।
Prices of petrol and diesel rise by Re 0.30 (at Rs 104.14/litre) and Re 0.35 (at Rs 92.82/litre) respectively in Delhi today
In Mumbai, petrol is priced at Rs 110.12/litre (up by Re 0.29) and diesel costs Rs 100.66/litre (up by Re 0.37) today pic.twitter.com/0O9GXsEEe2
— ANI (@ANI) October 10, 2021
The post ପୁଣି ବଢ଼ିଲା ପେଟ୍ରୋଲ୍-ଡିଜେଲ୍ ଦାମ୍ appeared first on Odisha Reporter.
from Odisha Reporter https://ift.tt/3mKwChQ
No comments:
Post a Comment