ସରପଞ୍ଚଙ୍କ ସ୍ୱାମୀଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 29, 2021

ସରପଞ୍ଚଙ୍କ ସ୍ୱାମୀଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ

ପିପିଲି (ଓଡ଼ିଶା ରିପୋର୍ଟର): ସରପଞ୍ଚଙ୍କ ସ୍ୱାମୀଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ। ତାଙ୍କ ମୁଣ୍ଡ ଓ ହାତରେ ଲାଗିଛି ଗଭୀର ଆଘାତ। ଘଟଣାଟି ଘଟିଛି ପୁରୀ ଜିଲ୍ଲା କଣାସ ବ୍ଲକ ବଡ଼ାସରେ।

ଆହତ ବ୍ୟକ୍ତିଙ୍କ ନାଁ ବଳରାମ ପଲେଇ। ତାଙ୍କ ପତ୍ନୀଙ୍କ ନାଁ ରୀତା ପଲେଇ। ରୀତା ବଡ଼ାସ ପଞ୍ଚାୟତର ସରପଞ୍ଚ ଅଛନ୍ତି।

ବଡ଼ାସ-ଦୋକନ୍ଦା ମୁଖ୍ୟ ରାସ୍ତାରେ ବଳରାମଙ୍କୁ ଦୁଇ ଜଣ ଦୁର୍ବୃତ୍ତ ଆକ୍ରମଣ କରିଥିଲେ। ସେମାନେ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ଧାରୁଆ ଅସ୍ତ୍ରରେ ହାଣିଥିଲେ। ଗୁରୁତର ଅବସ୍ଥାରେ ବଳରାମଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି।

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବଳରାମଙ୍କୁ ଆକ୍ରମଣ କରାଯାଇଥିବା ଅନୁମାନ କରାଯାଉଛି। କଣାସ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି।

The post ସରପଞ୍ଚଙ୍କ ସ୍ୱାମୀଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ appeared first on Odisha Reporter.



from Odisha Reporter https://ift.tt/3jPsFHL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages