ଅଜବ ଘଟଣା: ଭୋଟ ପାଇଁ ନୋଟ ଦାବିରେ ଲୋକଙ୍କ ଧାରଣା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 29, 2021

ଅଜବ ଘଟଣା: ଭୋଟ ପାଇଁ ନୋଟ ଦାବିରେ ଲୋକଙ୍କ ଧାରଣା

ହାଇଦ୍ରାବାଦ: ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ତେଲେଙ୍ଗାନାରେ ଏପରି ଅଜବ ଘଟଣା ଘଟିଛି। ଉପ ନିର୍ବାଚନ ପୂର୍ବରୁ ତେଲେଙ୍ଗାନାର ହୁଜୁରାବାଦ ନିର୍ବାଚନ ମଣ୍ଡଳୀର ଏକାଧିକ ଗାଁର ଲୋକମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ବିଶେଷ କରି ମହିଳାମାନେ ଧାରଣାରେ ସାମିଲ ହୋଇ ନିଜର ମତାଧିକାର ସାବ୍ୟସ୍ତ କରିବା ପୂର୍ବରୁ ପ୍ରାର୍ଥୀମାନଙ୍କ ଠାରୁ ଟଙ୍କା ଦାବି କରିଛନ୍ତି।

ପୂର୍ବରୁ ନିର୍ବାଚନ ବେଳେ ରାଜନୀତିକ ଦଳଗୁଡ଼ିକର ଟଙ୍କା ବାଣ୍ଟି ଥାଆନ୍ତି। ସବୁ କିଛି ଲୁଚାଛପାରେ ଚାଲେ। କିନ୍ତୁ ଭାରତରେ ପ୍ରଥମଥର ପାଇଁ ଲୋକମାନେ ଭୋଟ ପାଇଁ ଖୋଲାଖୋଲି ଭାବେ ରାଜନେତାଙ୍କ ଠାରୁ ଟଙ୍କା ଦାବି କରିଛନ୍ତି। ଏଥିପାଇଁ ଧାରଣା ମଧ୍ୟ ଦେଇଛନ୍ତି।

ସେମାନେ ଭୋଟ ପାଇଁ ଟଙ୍କା ପାଇବାକୁ ହକଦାର ବୋଲି କହିବା ସହ ରାଜନେତାଙ୍କ ବିରୋଧରେ ନାରାବାଜୀ କରିଛନ୍ତି। କିଛି ଗାଁରେ ରାଜନେତାମାନେ ଟଙ୍କା ବାଣ୍ଟୁଥିଲା ବେଳେ ଆଉ କିଛି ଗାଁକୁ ଅଣଦେଖା କରୁଛନ୍ତି। ଏଥିପାଇଁ ଟଙ୍କା ପାଉଥିବା ଗାଁର ଲୋକମାନେ ଟଙ୍କା ମାଗି ଧାରଣା ପ୍ରଦର୍ଶନ କରିଛନ୍ତି।

ହୁଜୁରାବାଦ ନିର୍ବାଚନ ମଣ୍ଡଳୀରୁ ବିଧାୟକ ହୋଇଥିବା ରାଜ୍ୟର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ଇଟାଲା ରାଜେନ୍ଦ୍ର ନିକଟରେ ଇସ୍ତଫା ଦେଇଥିଲେ। ମୁଖ୍ୟମନ୍ତ୍ରୀ କେସିଆରଙ୍କ ସହ ତାଙ୍କର ତିକ୍ତତା ସୃଷ୍ଟି ହେବାରୁ ସେ ଟିଆରଏସ୍‌ ମଧ୍ୟ ଛାଡ଼ିଛନ୍ତି। ଏଥିପାଇଁ ଏହି ଆସନରେ ଉପ ନିର୍ବାଚନ ହେଉଛି।

ଜଣେ ବିକ୍ଷୋଭକାରୀ ମହିଳା କହିଛନ୍ତି, ଅନ୍ୟ ଗାଁର ଲୋକମାନଙ୍କୁ ରାଜନେତାମାନେ ଲଫାପା ମଧ୍ୟରେ ଟଙ୍କା ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାରର ସାମଗ୍ରୀ ଦେଉଛନ୍ତି। ହେଲେ ଆମ ଗାଁର ଲୋକଙ୍କୁ ରାଜନେତାମାନେ ଟଙ୍କା ଦେଉନାହାନ୍ତି। ଭୋଟ ପାଇଁ ଟଙ୍କା ପାଇବାର ଅଧିକାର ଆମର ରହିଛି। ତେଣୁ ଆମେ ବୀଣାବାଙ୍କା ମଣ୍ଡଳରେ ଥିବା ସରପଞ୍ଚଙ୍କ ଘର ଆଗରେ ଧାରଣା ଦେଇଛୁ ବୋଲି ସେ କହିଛନ୍ତି।

ଆଉ ଜଣେ ବିକ୍ଷୋଭକାରୀ କହିଛନ୍ତି, “ଆମ ପାଖ ଗାଁରେ ଗୋଟିଏ ଦଳର ପ୍ରାର୍ଥୀ ସମସ୍ତଙ୍କୁ ଟଙ୍କା ବାଣ୍ଟୁଛନ୍ତି। ହେଲେ ଆମ ସହ ପାତର ଅନ୍ତର କରାଯାଉଛି। ଆମ ଘରେ ୩ ଜଣ ଭୋଟର। ହେଲେ ଆମକୁ କେବଳ ଗୋଟିଏ ଭୋଟ ପାଇଁ ଟଙ୍କା ମିଳିଛି। ତେଣୁ ଆମେ ବାକି ୨ଟି ଭୋଟ ପାଇଁ ଟଙ୍କା ଦାବି କରୁଛୁ।”

କିଛି ରାଜନୀତିକ ଦଳ ଟଙ୍କା ବାଣ୍ଟୁଥିବା ଖବର ମିଳିବା ପରେ ରଙ୍ଗାପୁର, କାତ୍ରାପାଲ୍ଲୀ ଓ ପେଡ୍ଡାପାହିପାଲ୍ଲୀ ଗାଁର ଲୋକମାନେ ମଧ୍ୟ ଧାଡ଼ି ବାନ୍ଧିବା ସହ ଧାରଣାରେ ଦେଇଛନ୍ତି। ହୁଜୁରାବାଦର ସମସ୍ତ ୫ ମଣ୍ଡଳୀର ଏକାଧିକ ଗାଁ ଓ ୨ଟି ପୌରପାଳିକାରେ ଲୋକମାନେ ଭୋଟ ପାଇଁ ନୋଟ ଦାବିରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ବିକ୍ଷୋଭ ତୀବ୍ରତର ହେଉଥିବାରୁ ପୁଲିସ୍‌ ଲୋକଙ୍କୁ ବୁଝାସୁଝା କରି ଘରକୁ ପଠାଇବାକୁ ଚେଷ୍ଟା କରିଛି।

The post ଅଜବ ଘଟଣା: ଭୋଟ ପାଇଁ ନୋଟ ଦାବିରେ ଲୋକଙ୍କ ଧାରଣା appeared first on Odisha Reporter.



from Odisha Reporter https://ift.tt/3jLQnEO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages