ମନୋଜ ଏବଂ କଙ୍ଗନା ପାଇଲେ ଜାତୀୟ ଫିଲ୍ମ ପୁରସ୍କାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 25, 2021

ମନୋଜ ଏବଂ କଙ୍ଗନା ପାଇଲେ ଜାତୀୟ ଫିଲ୍ମ ପୁରସ୍କାର

ନୂଆଦିଲ୍ଲୀ: ଦିଲ୍ଲୀ ବିଜ୍ଞାନ ଭବନରେ ୬୭ତମ ଫିଲ୍ମ ପୁରସ୍କାର ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବଲିଉଡର ଭର୍ସଟାଇଲ ଅଭିନେତା ମନୋଜ ବାଜପେୟୀଙ୍କୁ ମିଳିଲା ଜାତୀୟ ଫିଲ୍ମ ପୁରସ୍କାର। ତାଙ୍କୁ ଶ୍ରେଷ୍ଠ ଅଭିନେତା ରୂପେ ପୁରସ୍କୃତ କରାଯାଇଛି। ଫିଲ୍ମ ‘ଭୋସଲେ’ ପାଇଁ ତାଙ୍କୁ ଏହି ପୁରସ୍କାର ମିଳିଛି। ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ତାଙ୍କୁ ପରୁସ୍କାର ପ୍ରଦାନ କରିଛନ୍ତି। ସେହିପରି ସାଉଥ ସୁପରଷ୍ଟାର ଧନୁଷଙ୍କୁ ମଧ୍ୟ ଶ୍ରେଷ୍ଟ ଅଭିନେତା ରୂପେ ଫିଲ୍ମ ‘ଅସୁରନ୍‌’ ପାଇଁ ଜାତୀୟ ଫିଲ୍ମ ପୁରସ୍କାର ମିଳିଛି।

ସେହିପରି କଙ୍ଗନା ରଣାୱତଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ମିଳିଛି। ତାଙ୍କୁ ଫିଲ୍ମ ‘ପଙ୍ଗା’ ଓ ‘ମଣିକର୍ଣ୍ଣିକା’ ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଛି।  ବଲିଉଡ ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଫିଲ୍ମ `ଛିଛୋରେ’କୁ ଶ୍ରେଷ୍ଠ ହିନ୍ଦୀ ଚଳଚ୍ଚିତ୍ର ପୁରସ୍କାର ମିଳିଛି।

ଅନ୍ୟପଟେ ସାଉଥର ସୁପରଷ୍ଟାର ତଥା ଥଲାଇଭା ରଜନୀକାନ୍ତଙ୍କୁ ମିଳିଛି ୫୧ତମ ଦାଦା ସାହେବ ଫାଲକେ ଆୱାର୍ଡ।

ସେହିପରି ତିନି ଓଡିଆ ଫିଲ୍ମକୁ ମିଳିଛି ଜାତୀୟ ପୁରସ୍କାର।   ଓଡିଆ ଫିଲ୍ମ ‘ଶଲା ବୁଢ଼ାର ବଦଲା’ ଓ ‘କାଲିର ଅତୀତ’କୁ ପୁରସ୍କାର ପ୍ରଦାନ କରାଯାଇଛି। ବେଷ୍ଟ ଆର୍ଟ ଆଣ୍ଡ କଲଚର ଫିଲ୍ମ ଭାବେ ‘ଶ୍ରୀକ୍ଷେତ୍ରରୁ ସାହି ଯାତ’କୁ ଜାତୀୟ ଫିଲ୍ମ ପୁରସ୍କାର ହାତେଇଛି।

୨୦୧୯ର ଶ୍ରେଷ୍ଠ ଫିଲ୍ମ ଓ ଅଭିନେତା ଓ ଅଭିନେତ୍ରୀଙ୍କ ପାଇଁ ମାର୍ଚ୍ଚ ୨୦୨୧ ରେ ୬୭ ତମ ଜାତୀୟ ଫିଲ୍ମ ପୁରସ୍କାର ଘୋଷଣା କରାଯାଇଥିଲା। କିନ୍ତୁ କରୋନା ମହାମାରୀ ହେତୁ ଏହି ପୁରସ୍କାର ବିତରଣ ଉତ୍ସବକୁ  ସ୍ଥଗିତ ରଖାଯାଇଥିଲା। ଆଜି ଏହି ପୁରସ୍କାର ପ୍ରଦାନ କରାଯାଇଛି।

ଫିଲ୍ମ ସୁଟିଂ ପାଇଁ ସିକ୍କିମଙ୍କୁ ପ୍ରିୟ ରାଜ୍ୟ ପୁରସ୍କାର ପ୍ରଦାନ କରାଯାଇଛି। ସେହିପରି ସୋହିନୀ ଚଟ୍ଟୋପାଧ୍ୟାୟଙ୍କୁ ଶ୍ରେଷ୍ଠ ଚଳଚ୍ଚିତ୍ର ସମାଲୋଚକ ପୁରସ୍କାର ମିଳିଛି |

ଶ୍ରେଷ୍ଠ ସହ ଅଭିନେତ୍ରୀ ଭାବେ `ଦ ତାସ୍‌କେଣ୍ଟ’ ଫିଲ୍ମ ପାଇଁ ପଲ୍ଲଭୀ ଯୋଶୀଙ୍କୁ ପୁରସ୍କୃତ କରାଯାଇଛି। ସେହିପରି ଶ୍ରେଷ୍ଠ ସହ ଅଭିନେତା ପାଇଁ ଫିଲ୍ମ `ସୁପର ଡିଲକ୍ସ’ ଲାଗି ବିଜୟ ସେତୁପତି ପୁରସ୍କୃତ ହୋଇଛନ୍ତି।

ଶ୍ରେଷ୍ଟ ବହି ‌ ଅନ୍ ସିନେମା- ଏ ଗାନ୍ଧିଆନ୍ ଅଫେୟାର୍‌: ଇଣ୍ଡିଆଜ୍‌ କ୍ୟୁରିଅସ୍‌ ଲବ ଇନ୍‌ ସିନେମା ବୟ, ସଞ୍ଜୟ ପୁରୀ

ଶ୍ରେଷ୍ଠ ନରେସନ୍‌- ୱାଇଲ୍ଡ କର୍ଣ୍ଣାଟକ

ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ- ବିଶାଖ ଜ୍ୟୋତି

ଶ୍ରେଷ୍ଠ ସିନେମୋଟୋଗ୍ରଫି- ସବିତା ସିଂହ

ଶ୍ରେଷ୍ଠ ନିର୍ଦ୍ଦେଶକ- ଫିଲ୍ମ `ନକ୍‌ ନକ୍‌ ନକ୍‌’ ପାଇଁ ସୁଧାଂଶୁ ସରିୟା

ଶ୍ରେଷ୍ଠ ଆନିମେସନ ଫିଲ୍ମ- ରାଧା

ଶ୍ରେଷ୍ଠ ଫିଚର ଫିଲ୍ମରେ – ଜର୍ସି(ତେଲୁଗୁ)

ଶ୍ରେଷ୍ଠ ତାମିଲ ଫିଲ୍ମ-ଅସୁରନ୍‌

ଶ୍ରେଷ୍ଠ ମଲାୟଲମ ଫିଲ୍ମ- କଳା ନୋତ୍ତମ

ଶ୍ରେଷ୍ଠ ମରାଠୀ ଫିଲ୍ମ- ବାରଡୋ

ଶ୍ରେଷ୍ଠ ବଙ୍ଗାଳୀ ଫିଲ୍ମ- ଗୁମନାମୀ

ସେହିପରି ଶ୍ରେଷ୍ଠ ଫି-ମେଲ୍ ପ୍ଲେବ୍ୟାକ୍ ସିଙ୍ଗର ମରାଠି- ସାୱନି ରବିନ୍ଦ୍ର

ଶ୍ରେଷ୍ଠ ମେଲ୍ ପ୍ଲେବ୍ୟାକ୍ ସିଙ୍ଗର- `ତେରୀ ମିଟି’ ଗୀତ ପାଇଁ ବି ପ୍ରାକ୍

ଶ୍ରେଷ୍ଠ ନିର୍ଦ୍ଦେଶକ-ସଞ୍ଜୟ ପୁରେ ସିଂହ ଚୌହାନ

ଶ୍ରେଷ୍ଠ ପପୁଲାର ଫିଲ୍ମ- ମହର୍ଷି

ନନ୍‌ ଫିଚର ଫିଲ୍ମରେ

ଶ୍ରେଷ୍ଠ ସଟ୍‌ ଫିଲ୍ମ-କଷ୍ଟଡି (ହିନ୍ଦୀ/ଇଂରାଜୀ)

ସ୍ପେଶାଲ ଜୁରୀ ଆୱାର୍ଡ- ସ୍ମଲ ସ୍କେଲ ସୋସାଇଟି (ଇଂରାଜୀ)

ଶ୍ରେଷ୍ଠ ଇନ୍‌ଭେଷ୍ଟିଗେଟ୍‌ ଫିଲ୍ମ- ଜକାଲ

ଶ୍ରେଷ୍ଠ ସୋସିଆଲ ଇସ୍ୟୁ – ହୋଲି ରାଇଟ୍‌ସ

ଶ୍ରେଷ୍ଠ କଳା ଓ ସଂସ୍କୃତି ଫିଲ୍ମ- ଶ୍ରୀକ୍ଷେତ୍ରରୁ ସାହିଜାତ (ଓଡ଼ିଆ)

ଶ୍ରେଷ୍ଠ ନନ୍‌ ଫିଚର ଫିଲ୍ମ- ଆନ୍‌ ଇଂଜିନିଅର ଡ୍ରିମ୍ (ହିନ୍ଦୀ)

ଶ୍ରେଷ୍ଠ ଶିଶୁ ଫିଲ୍ମ- କସ୍ତୁରୀ (ହିନ୍ଦୀ)

The post ମନୋଜ ଏବଂ କଙ୍ଗନା ପାଇଲେ ଜାତୀୟ ଫିଲ୍ମ ପୁରସ୍କାର appeared first on Odisha Reporter.



from Odisha Reporter https://ift.tt/3Ec2GlB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages