‘ସ୍ୱଳ୍ପ ପରିମାଣର ଡ୍ରଗ୍ସ ମିଳିଲେ ପୀଡ଼ିତ କୁହାଯିବ, ଦୋଷୀ ନୁହେଁ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 25, 2021

‘ସ୍ୱଳ୍ପ ପରିମାଣର ଡ୍ରଗ୍ସ ମିଳିଲେ ପୀଡ଼ିତ କୁହାଯିବ, ଦୋଷୀ ନୁହେଁ’

ନୂଆଦିଲ୍ଲୀ: ସାରା ଦେଶରେ ଡ୍ରଗ୍ସ ସେବନ ଓ ଚାଲାଣକୁ ନେଇ ତମ୍ବିତୋଫାନ ଚାଲିଥିବା ବେଳେ ଏନଡିପିଏସ୍‌ ଆଇନରେ କିଛିଟା ପରିବର୍ତ୍ତନ କରିବାକୁ ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରଣାଳୟ ପ୍ରସ୍ତାବ ଦେଇଛି। ବର୍ତ୍ତମାନ ଡ୍ରଗ୍ସ ସେବନ କରୁଥିବା ଲୋକଙ୍କ କ୍ଷେତ୍ରରେ ଆଡିକ୍ଟ ଶବ୍ଦର ବ୍ୟବହାର କରାଯାଉଛି। କିନ୍ତୁ ଏନଡିପିଏସ୍‌ ଆକ୍ଟରୁ ଏହାକୁ ହଟାଇ ଡ୍ରଗ୍ସ ସେବନକାରୀଙ୍କୁ ୟୁଜର୍ସ ଓ ସବଷ୍ଟାନ୍ସ ଡିପେଡେଣ୍ଟ ଭାବେ ନାମିତ କରିବାକୁ ମନ୍ତ୍ରଣାଳୟ ପ୍ରସ୍ତାବ ଦେଇଛି।

ସେହିପରି ୟୁଜର୍ସ ଓ ଡିପେଡେଣ୍ଟମାନେ ଯଦି ସ୍ୱଳ୍ପ ପରିମାଣର ଡ୍ରଗ୍ସ ସହ ଧରା ପଡ଼ନ୍ତି, ତା’ହେଲେ ସେମାନଙ୍କୁ ପୀଡ଼ିତ ଭାବେ ବିବେଚନା କରାଯିବ। ସେମାନଙ୍କୁ ଦୋଷୀ କୁହାଯିବ ନାହିଁ। ଏହାବାଦ ଡ୍ରଗ୍ସ ସେବନ କରୁଥିବା ଲୋକଙ୍କୁ ଜେଲ ଓ ଜୋରିମାନା ବଦଳରେ ବାଧ୍ୟତାମୂଳକ ରିହାବିଲଟେସନ ଓ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ମନ୍ତ୍ରଣାଳୟ ପ୍ରସ୍ତାବ ଦେଇଛି।

ଏନଡିପିଏସ୍‌ ଆକ୍ଟ ୧୯୮୫ରେ କିଛି ପରିବର୍ତ୍ତନ ସମ୍ପର୍କରେ ପ୍ରସ୍ତାବ ଦେବାକୁ ରାଜସ୍ୱ ବିଭାଗ ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରଣାଳୟକୁ କହିଥିଲା। ଏହାପରେ ହିଁ ମନ୍ତ୍ରଣାଳୟ ପକ୍ଷରୁ ଏପରି ପ୍ରସ୍ତାବ ଦିଆଯାଇଛି।

ମନ୍ତ୍ରଣାଳୟ ବିସ୍ତୃତ ଭାବେ ନିଜ ପ୍ରସ୍ତାବ ସମ୍ପର୍କରେ ସୂଚନା ଦେଇ କହିଛି ଯେ ୟୁଜର୍ସମାନଙ୍କୁ ପ୍ରଥମେ ୩୦ ଦିନ ପାଇଁ ବାଧ୍ୟତାମୂଳକ ରିହାବିଲଟେସନରେ ରଖାଯିବ। ଏହାପରେ ସେମାନଙ୍କୁ ଗୋଟିଏ ବର୍ଷ ପାଇଁ ବାଧ୍ୟତାମୂଳକ ସାମାଜିକ ସେବା କରିବାକୁ କୁହାଯାଇ ପାରେ। ବିପୁଳ ପରିମାଣ ଓ ସ୍ୱପଳ୍ପ ପରିମାଣର ଡ୍ରଗ୍ସ ସହ ଧରା ପଡ଼ୁଥିବା ଲୋକଙ୍କ ମଧ୍ୟରେ ଥିବା ପାର୍ଥକ୍ୟକୁ ଦୃଷ୍ଟିରେ ରଖି ଦଣ୍ଡ ପ୍ରଦାନରେ ଯେମିତି ଅସୁବିଧା ନ ହେବ, ସେଥିପାଇଁ ମନ୍ତ୍ରଣାଳୟ ଏପରି ବ୍ୟବସ୍ଥା କରିଛି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ମୁମ୍ବାଇ କ୍ରୁଜ ଡ୍ରଗ୍ସ ପାର୍ଟି ଘଟଣାରେ ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନଙ୍କ ଗିରଫକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏପରି ଏକ ପ୍ରସ୍ତାବ ମନ୍ତ୍ରଣାଳୟ ପକ୍ଷରୁ ଆସିଛି। ଆର୍ଯ୍ୟନଙ୍କ କେସରେ ସ୍ୱଳ୍ପ ଓ ବିପୁଳ ପରିମାଣର ଡ୍ରଗ୍ସକୁ ନେଇ ବେଶ ନ୍ୟାୟିକ ଲଢ଼େଇ ଦେଖିବାକୁ ମିଳିଛି।

ଆର୍ଯ୍ୟନଙ୍କ ବନ୍ଧୁ ଅରବାଜଙ୍କ ଠାରୁ ମାତ୍ର ୬ ଗ୍ରାମ ଡ୍ରଗ୍ସ ମିଳିଛି। ତଥାପି ଆର୍ଯ୍ୟନ ଓ ଅରବାଜଙ୍କୁ ଗତ ୩ ତାରିଖରୁ ଗିରଫ କରି ରଖାଯାଇଛି। ମନ୍ତ୍ରଣାଳୟ କହିଛି, ଚୋରା ଚାଲାଣ ଓ ବ୍ୟକ୍ତିଗତ ସେବନ ପାଇଁ ସ୍ୱଳ୍ପ ପରିମାଣର ଡ୍ରଗ୍ସ ନିଜର ପାଖରେ ରଖିବା ଦୁଇଟି ଭିନ୍ନ କଥା। ଏହାକୁ ଗୋଟିଏ ଦୃଷ୍ଟିରେ ଦେଖାଯାଇ ପାରିବ ନାହିଁ। ତେଣୁ ସ୍ୱଳ୍ପ ପରିମାଣର ଡ୍ରଗ୍ସ ସେବନ କରୁଥିବା ଲୋକମାନେ ଅପରାଧୀ ନୁହନ୍ତି ବରଂ ପୀଡ଼ିତ/ପୀଡ଼ିତା ବୋଲି ମନ୍ତ୍ରଣାଳୟ କହିଛି।

The post ‘ସ୍ୱଳ୍ପ ପରିମାଣର ଡ୍ରଗ୍ସ ମିଳିଲେ ପୀଡ଼ିତ କୁହାଯିବ, ଦୋଷୀ ନୁହେଁ’ appeared first on Odisha Reporter.



from Odisha Reporter https://ift.tt/3vGieuQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages