ଝଗଡ଼ା ସମାଧାନ କରିବାକୁ ଯାଇ ଚାଲିଗଲା ବାପାର ଜୀବନ, ଧକ୍କା ମାରିଦେଲା ପୁଅ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 2, 2021

ଝଗଡ଼ା ସମାଧାନ କରିବାକୁ ଯାଇ ଚାଲିଗଲା ବାପାର ଜୀବନ, ଧକ୍କା ମାରିଦେଲା ପୁଅ

ଭଞ୍ଜନଗର (ଓଡ଼ିଶା ରିପୋର୍ଟର): ପୁଅର ଝଗଡ଼ାର ସମାଧାନ କରିବାକୁ ଯାଇ ପ୍ରାଣ ହରାଇଲେ ଜଣେ ବ୍ୟକ୍ତି। ଘଟଣାଟି ଘଟିଛି ଗଞ୍ଜାମ ଜିଲ୍ଲା ଭଞ୍ଜନଗରର ବଡ଼କୋଦଣ୍ଡା ଗାଁରେ। ମୃତ ବ୍ୟକ୍ତିଙ୍କ ନାଁ ହାଡ଼ୁ ନାୟକ।

ଗତକାଲି ହାଡ଼ୁ ନାୟକଙ୍କ ପୁଅ ଶିବ ଗାଁର କିଛି ଲୋକଙ୍କ ସହିତ କୌଣସି କାରଣକୁ ନେଇ ଝଗଡ଼ା କରୁଥିଲେ। ଏହି ସମୟରେ ହାଡ଼ୁ ସେଠାରେ ପହଞ୍ଚିଥିଲେ। ସେ ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରିଥିଲେ। ତେବେ ସେତେବେଳେ ଉତ୍‌କ୍ଷିପ୍ତ ଶିବ ତାଙ୍କ ବାପାଙ୍କୁ ଧକ୍କା ମାରି ଦେଇଥିଲେ। ଫଳରେ ହାଡ଼ୁ ତଳେ ପଡ଼ି ଯାଇଥିଲେ ଓ ଗୁରୁତର ହୋଇପଡ଼ିଥିଲେ।

ହାଡ଼ୁଙ୍କୁ ଭଞ୍ଜନଗର ଡାକ୍ତରଖାନା ଅଣାଯାଇଥିଲା। ତେବେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ। ପୁଲିସ୍ ଅଭିଯୁକ୍ତ ଶିବଙ୍କୁ ଅଟକ ରଖି ଘଟଣାର ତଦନ୍ତ କରୁଛି।

The post ଝଗଡ଼ା ସମାଧାନ କରିବାକୁ ଯାଇ ଚାଲିଗଲା ବାପାର ଜୀବନ, ଧକ୍କା ମାରିଦେଲା ପୁଅ appeared first on Odisha Reporter.



from Odisha Reporter https://ift.tt/3A2v7zR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages