୩ ଅକ୍ଟୋବର, ରବିବାର: ଯେତେ ଭଲ କାମ କଲେ ମଧ୍ୟ ଅନ୍ୟମାନେ ଦୋଷ ଖୋଜିବେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 2, 2021

୩ ଅକ୍ଟୋବର, ରବିବାର: ଯେତେ ଭଲ କାମ କଲେ ମଧ୍ୟ ଅନ୍ୟମାନେ ଦୋଷ ଖୋଜିବେ

ମେଷ: ପାରିବାରିକ ସମସ୍ୟା ବିଚଳିତ କରିବ। ସବୁ କାମରେ ବିଳମ୍ବରେ ସଫଳତା ମିଳିବ। କୌଣସି ପୂର୍ବ ସମସ୍ୟାକୁ କେନ୍ଦ୍ର କରି ବନ୍ଧୁଙ୍କ ସହ ଝଗଡ଼ା ହୋଇପାରେ।

ବୃଷ: ନିକଟ ସମ୍ପର୍କୀୟଙ୍କ ସାହାଯ୍ୟ ଓ ସହଯୋଗ ପାଇ କାମଗୁଡ଼ିକୁ ସହଜରେ ସମ୍ପନ୍ନ କରିପାରିବେ। କଳା, ସାହିତ୍ୟ ଓ ସଙ୍ଗୀତ କ୍ଷେତ୍ରରେ ସଫଳତା ପାଇବେ।

ମିଥୁନ: କାର୍ଯ୍ୟ ବ୍ୟସ୍ତ ରହିବେ। ଆର୍ଥିକ ଉନ୍ନତି ହେବ। ବକେୟା ଅର୍ଥ ଲାଭ କରିବେ।

କର୍କଟ: ମନମୁତାବକ ସବୁ କିଛି ହୋଇ ନପାରେ। ବକେୟା ଟଙ୍କା ପାଇବା ସକାଶେ କାହା ସହ ଯୁକ୍ତିତର୍କ ହୋଇପାରେ।

ସିଂହ: ଦୃଢ଼ ମନୋବଳ ଯୋଗୁ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ହାସଲ କରିବେ। ପରିବହନ ଓ ନିର୍ମାଣ ଆଦି କାର୍ଯ୍ୟରେ କୌଣସି ପ୍ରତିବନ୍ଧକ ରହିବ ନାହିଁ।

କନ୍ୟା: ଆର୍ଥିକ ସ୍ଥିତିରେ ସୁଧାର ଆସିବ। ବିରୋଧୀମାନେ ପରାସ୍ତ ହେବେ। ମାନସିକ ଶାନ୍ତି ମିଳିବ।

ତୁଳା: ନିଜ ଲୋକମାନେ ଶତ୍ରୁତା କଲେ ମଧ୍ୟ କୌଣସି କାମ ଅଟକି ରହିବ ନାହିଁ। କର୍ମକ୍ଷେତ୍ରରେ ଥିବା ସମସ୍ୟାର ସମାଧାନ ହୋଇଯିବ। ଅସମ୍ପୂର୍ଣ୍ଣ କାମକୁ ନିଜ ବୁଦ୍ଧି ବଳରେ ସମ୍ପୂର୍ଣ୍ଣ କରିବେ।

ବିଛା: ସ୍ୱାସ୍ଥ୍ୟ ଭଲ ନ ରହିବାରୁ ଚିନ୍ତିତ ରହିବେ। ବ୍ୟବସାୟରେ ବିବାଦ ଦେଖା ଦେଇପାରେ।

ଧନୁ: ପରିବାରରେ ଅଶାନ୍ତି ଦେଖା ଦେବ। ଅପରାହ୍ଣରେ ଆଶା କରୁଥିବା ଦିଗରୁ ଶୁଭ ଖବର ଶୁଣିପାରନ୍ତି।

ମକର: ପ୍ରତିକୂଳ ପରିସ୍ଥିତିକୁ ଦୂରେଇବାରେ ସମର୍ଥ ହେବେ। ଜମିଜମା ଓ ବିବାଦୀୟ କ୍ଷେତ୍ରରେ ସଫଳତା ପାଇବେ।

କୁମ୍ଭ: ପ୍ରତ୍ୟେକ ଦିଗରୁ ସଫଳତା ମିଳିବ। ବ୍ୟବସାୟୀଙ୍କ ପାଇଁ ଦିନଟି ବେଶ୍ ଭଲ ଅଛି। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଆହୁରି ଦୃଢ଼ ହେବ।

ମୀନ: ଦୀର୍ଘ ଦିନରୁ ଚିନ୍ତା କରିଥିବା ନୂତନ ଯୋଜନାକୁ କାର୍ଯ୍ୟକାରୀ କରିବେ। ଯେତେ ଭଲ କାମ କଲେ ମଧ୍ୟ ଅନ୍ୟମାନେ ଦୋଷ ଖୋଜିବେ।

The post ୩ ଅକ୍ଟୋବର, ରବିବାର: ଯେତେ ଭଲ କାମ କଲେ ମଧ୍ୟ ଅନ୍ୟମାନେ ଦୋଷ ଖୋଜିବେ appeared first on Odisha Reporter.



from Odisha Reporter https://ift.tt/3isXQrD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages