ମମିତା ନିଖୋଜ ମାମଲା: ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଆଜି କଳାହାଣ୍ଡି ବନ୍ଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 19, 2021

ମମିତା ନିଖୋଜ ମାମଲା: ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଆଜି କଳାହାଣ୍ଡି ବନ୍ଦ

ଭବାନୀପାଟଣା (ରାଜକୁମାର ସିଂଦେଓ): ବହୁ ଚର୍ଚ୍ଚିତ କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନ୍‌ସାଇନ ପବ୍ଲିକ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହର ନିଖୋଜ ମାମଲାରେ ଆଜି ୧୨ ଘଣ୍ଟିଆ କଳାହାଣ୍ଡି ବନ୍ଦ ଡାକରା ଦେଇଛି ବିଜେପି । ସକାଳ ୬ରୁ ସଂଧ୍ୟା ୬ଟା ଯାଏଁ ଏହି ବନ୍ଦ ଡାକରା ଦିଆଯାଇଛି।

ମମିତା  ନିଖୋଜ ମାମଲା ପଛରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ସ୍କୁଲ ମାଲିକ ଗୋବିନ୍ଦ ସାହୁଙ୍କର  ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସହ ଘନିଷ୍ଠ ସମ୍ପର୍କ ଥିବା ଅଭିଯୋଗ ଆଣିଛି ବିଜେପି। ତେଣୁ ତାଙ୍କ ଇସ୍ତଫା ଦାବିକୁ ଜୋରଦାର୍ କରି ବନ୍ଦ ଡାକରା ଦେଇଛି ଜିଲ୍ଲା ବିଜେପି । ଜିଲ୍ଲାର ସମସ୍ତ ସରକାରୀ, ବେସରକାରୀ ଶିକ୍ଷା ଅନୁଷ୍ଠାନ ଓ କାର୍ଯ୍ୟାଳୟ ସହିତ ଦୋକାନ ବଜାର ଏବଂ ଗାଡ଼ି ଚଳାଚଳ ବନ୍ଦ କରିବାକୁ ଦଳ ନିବେଦନ କରିଛି।

ବନ୍ଦକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ ସକାଳୁ ସକାଳୁ ପୁଲିସ୍‌ ପଇଁତରା ମାରୁଛି।

ଏହି ଘଟଣାର ସିବିଆଇ ତଦନ୍ତ କରି ଦୋଷୀକୁ ଧରିବାକୁ ଦାବି ଜଣାଇଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ। ଏ ନେଇ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ।  ସମ୍ପୃକ୍ତ ବିଦ୍ୟାଳୟରେ ସେକ୍ସ ରାକେଟ ଚାଲୁଥିବା ନେଇ ହୋଇଥିବା ଅଭିଯୋଗର ତଦନ୍ତ ଦାବି ସହ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ନୈତିକତା ଦୃଷ୍ଟିରୁ ଇସ୍ତଫା ଦେବା ଉଚିତ୍‌ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି ବିରୋଧୀ ଦଳ ନେତା।  ଏହାସହ ମନ୍ତ୍ରୀ ଗୃହ ବିଭାଗ ଦାୟିତ୍ୱରେ ଥିବାରୁ ତଦନ୍ତ ଠିକ୍ ଚାଲିପାରିବନି ବୋଲି ଲେଖିଛନ୍ତି ପ୍ରଦୀପ୍ତ ।

ଗତ ୮ ତାରିଖରେ ମହାଲିଙ୍ଗ ସନ୍‌ସାଇନ ପବ୍ଲିକ ସ୍କୁଲ ଶିକ୍ଷୟିତ୍ରୀ ମମିତା ନିଖୋଜ ହୋଇଯାଇଥିଲେ। ଏନେଇ ପରିବାର ଲୋକେ କେ.ଗାଁ ଥାନାରେ ଲିଖିତ ଅଭିଯୋଗ କରିବାକୁ ଯାଇଥିଲେ। ମାତ୍ର ପୁଲିସ ଅଭିଯୋଗକୁ ଗ୍ରହଣ କରିନଥିଲା। ସିନ୍ଧେଇକେଲା ଥାନାରେ ଲିଖିତ ଅଭିଯୋଗ କରିବାକୁ ପୁଲିସ ପରାମର୍ଶ ଦେଇଥିଲା। ଏହା ପରେ ୧୩ ତାରିଖରେ ସିନ୍ଧେଇକେଲା ଥାନାରେ ଲିଖିତ ଅଭିଯୋଗ କରିଥିଲେ ପରିବାର ଲୋକେ। ସନ୍‌ସାଇନ ପବ୍ଲିକ୍ ସ୍କୁଲ ପରିଚାଳନା କମିଟି ସଭାପତି ଗୋବିନ୍ଦ ସାହୁ ସେମାନ ଝିଅକୁ ଅପହରଣ କରିଥିବା ଅଭିଯୋଗ କରିଥିଲେ। ଏହା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା।

ପୁଲିସ ୧୪ ତାରିଖରେ ଗୋବିନ୍ଦ ସାହୁକୁ ଉଠାଇ ଆଣିଥିଲା। ମାତ୍ର ସୋମବାର ହାତ ଧୋଇବାକୁ ଯାଇ ପୁଲିସକୁ ଚକ୍‌ମା ଦେଇ ଖସି ଯାଇଥିଲା ଗୋବିନ୍ଦ। ଏହା ପରେ ପୁଲିସର ପାରିବା ପଣିଆକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ପୁଲିସ ନାନା ସମାଲୋଚନାର ଶିକାର ହୋଇଥିଲା। ଶେଷରେ ପୁଲିସ ସନ୍‌ସାଇନ୍‌ ସ୍କୁଲର ପ୍ରିନ୍ସିପାଲ୍‌ ଓ ଅନ୍ୟ ଦୁଇ କର୍ମଚାରୀଙ୍କୁ ଜେରା କରିଥିଲା।

ଜେରା ପରେ ପୁଲିସକୁ ମିଳିଥିଲା ବହୁ ତଥ୍ୟ। ସେହି ତଥ୍ୟ ଆଧାରରେ ପୁଲିସ ମହାଲିଙ୍ଗର ନିର୍ମାଣାଧୀନ ଷ୍ଟାଡିୟମରେ ଖୋଳିଥିଲା। ଆଉ ପାଇଥିଲେ ଏକ ପୋଡ଼ା  ମୃତଦେହ। ଏଥିସହ ପାଉଁଜି, ସୁନା ଚେନ୍‌ ଓ ବ୍ୟାଗ ମିଳିଥିଲା। ଏ ସବୁ ସାମଗ୍ରୀ ମମିତାର ବୋଲି ପରିବାର ଲୋକେ ଚିହ୍ନିଛନ୍ତି। ହେଲେ ଏନେଇ ପୁଲିସ୍‌ ପକ୍ଷରୁ ବିଧିବଦ୍ଧ ଭାବେ କିଛି ଘୋଷଣା କରାଯାଇ ନାହିଁ। ମୃତଦେହକୁ ଚିହ୍ନଟ କରିବା କଷ୍ଟକର ହେଉଥିବାରୁ ଡିଏନଏ ଟେଷ୍ଟ କରାଯିବ ବୋଲି ପୁଲିସ୍‌ ପକ୍ଷରୁ କୁହାଯାଇଛି।  ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେଉଁ ପଡ଼ିଆରୁ ଗତକାଲି ଦଗ୍ଧ ମୃତଦେହ ଉଦ୍ଧାର ହୋଇଥିଲା ସେହି ପଡ଼ିଆରେ ଷ୍ଟାଡିୟମ୍‌ ନିର୍ମାଣ କରିବାର ଦାୟିତ୍ୱ ନେଇଥିଲା ଗୋବିନ୍ଦ।

The post ମମିତା ନିଖୋଜ ମାମଲା: ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଆଜି କଳାହାଣ୍ଡି ବନ୍ଦ appeared first on Odisha Reporter.



from Odisha Reporter https://ift.tt/3piFrC5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages