କଶ୍ମୀରରେ ସାଧାରଣ ନାଗରିକଙ୍କ ହତ୍ୟାର ତଦନ୍ତ କରିବ ଏନଆଇଏ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 19, 2021

କଶ୍ମୀରରେ ସାଧାରଣ ନାଗରିକଙ୍କ ହତ୍ୟାର ତଦନ୍ତ କରିବ ଏନଆଇଏ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରେ ଆତଙ୍କବାଦୀମାନେ ସାଧାରଣ ଲୋକଙ୍କୁ ହତ୍ୟା କରୁଥିବା ବେଳେ ଏହାର ଛାନଭିନ ଦାୟିତ୍ୱ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ)କୁ ମିଳିଛି। ଆତଙ୍କବାଦୀଙ୍କ ଆକ୍ରମଣରେ ପ୍ରାୟ ୧୧ ଜଣ ସାଧାରଣ ଲୋକ ଇତି ମଧ୍ୟରେ ପ୍ରାଣ ହରାଇଛନ୍ତି। ଏମାନଙ୍କ ମଧ୍ୟରେ ସବୁ ଧର୍ମରୁ ଲୋକ ରହିଛନ୍ତି।

ସେହିପରି କଶ୍ମୀରରେ ରହୁଥିବା ବାହାର ରାଜ୍ୟର କିଛି ଲୋକ ମଧ୍ୟ ଆତଙ୍କୀଙ୍କ ଗୁଳିର ଶିକାର ହୋଇଛନ୍ତି। ଏହା ପଛରେ ବଡ଼ଧରଣର ଷଡ଼ଯନ୍ତ୍ର ଥିବା ଆଶଙ୍କା କରି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଏନଆଇଏକୁ ତଦନ୍ତ ଦାୟିତ୍ୱ ଦେଇଥିବା ଜଣାପଡ଼ିଛି।

ଏନଆଇଏ ପ୍ରାଥମିକ ପର୍ଯ୍ୟାୟରେ ଅକ୍ଟୋବର ୫ରେ ଶ୍ରୀନଗର ଠାରେ ଘଟିଥିବା ଆତଙ୍କୀ ହମଲାର ଯାଞ୍ଚ କରିବ। ଏହାପରେ ଅନ୍ୟ ମାମଲାକୁ ହାତକୁ ନେବ ବୋଲି କୁହାଯାଉଛି। ଶ୍ରୀନଗରରେ ଆତଙ୍କୀମାନେ କଶ୍ମୀର ପଣ୍ଡିତ ମଖନ ଲାଲ ବିନ୍ଦ୍ରୋ ଓ ବିହାରର ଷ୍ଟ୍ରିଟ ଭେଣ୍ଡର ବୀରେନ୍ଦ୍ର ପାଶ୍ୱାନଙ୍କୁ ହତ୍ୟା କରିଥିଲେ।

ଆତଙ୍କୀମାନେ ମଖନ ଲାଲଙ୍କୁ ତାଙ୍କ ଔଷଧ ଦୋକାନରେ ଗୁଳି କରି ହତ୍ୟା କରିଥିଲେ। ସେହିପରି ବୀରେନ୍ଦ୍ର ଭେଲପୁରି ବିକ୍ରି କରୁଥିବା ବେଳେ ତାଙ୍କୁ ଅତି ନିକଟରୁ ଗୁଳି କରାଯାଇଥିଲା। ଏହାର କିଛି ଘଣ୍ଟା ପରେ ବାନ୍ଦିପୋରା ଠାରେ ଆତଙ୍କୀମାନେ ଟ୍ୟାକ୍ସି ଚାଳକ ମହମ୍ମଦ ଶରିଫ ଲୋନଙ୍କୁ ହତ୍ୟା କରିଥିଲେ।

ଏବେ ଏନଆଇଏ ଡିଜି ଓ ଜମ୍ମୁ-କଶ୍ମୀର ପୁଲିସ ଡିଜିଙ୍କ ମଧ୍ୟରେ ଘଟଣାକୁ ନେଇ ଶ୍ରୀନଗରରେ ବୈଠକ ହେବ। ଏହାପରେ ଏନଆଇଏ ବିଧିବଦ୍ଧ ଭାବେ ଘଟଣାର ତଦନ୍ତ ଆରମ୍ଭ କରିବ।

The post କଶ୍ମୀରରେ ସାଧାରଣ ନାଗରିକଙ୍କ ହତ୍ୟାର ତଦନ୍ତ କରିବ ଏନଆଇଏ appeared first on Odisha Reporter.



from Odisha Reporter https://ift.tt/3vooEPb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages