ଜଗତସିଂହପୁର(ଓଡ଼ିଶା ରିପୋର୍ଟର): କଟକ ଜିଲ୍ଲା ଜଗତସିଂହପୁରସ୍ଥିତ ମା’ ଶାରଳାଙ୍କ ପୀଠରେ ୧୪୪ ଧାରା ଲାଗୁ କରାଯାଇଛି। ଆଜିଠୁ ୧୪ ତାରିଖ ଯାଏ ପୀଠ ଓ ଏହାର ଚତୁଃପାର୍ଶ୍ୱରେ ଏହି କଟକଣା ଲାଗୁ କରାଯାଇଛି। କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ତରଫରୁ ଏହି ପଦକ୍ଷେପ ନିଆଯାଇଛି।
ମହାଷ୍ଟମୀ ଏବଂ ଦଶହରା ବେଳେ ଶାରଳାଙ୍କ ପୀଠରେ ଅଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥାଏ। ଜିଲ୍ଲା ତଥା ଜିଲ୍ଲା ବାହାରୁ ହଜାର ହଜାର ଶ୍ରଦ୍ଧାଳୁ ମା’ଙ୍କ ଦର୍ଶନ ପାଇଁ ଆସିଥାନ୍ତି। ଏଭଳି ସ୍ଥିତିରେ କୋଭିଡ ସଂକ୍ରମଣ ବ୍ୟାପିବା ସମ୍ଭାବନା ଥିବାରୁ ଜିଲ୍ଲା ପ୍ରଶାସନ ଏଭଳି ପଦକ୍ଷେପ ଗ୍ରହଣ କରିଛି।
ମନ୍ଦିର ଆଖପାଖରେ ଗୋଟିଏ ସ୍ଥାନରେ ୪ରୁ ଅଧିକ ଲୋକଙ୍କ ସମାଗମ ଉପରେ କଟକଣା ଲାଗିଛି। ଯଥା ସମ୍ଭବ କମ୍ ପୂଜକ ଓ ସେବାୟତଙ୍କୁ ନେଇ ସମସ୍ତ ନୀତିକାନ୍ତି ଶେଷ କରିବାକୁ ମନ୍ଦିର ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି।
The post ଆଜିଠୁ ମା’ ଶାରଳାଙ୍କ ପୀଠରେ ୧୪୪ ଧାରା appeared first on Odisha Reporter.
from Odisha Reporter https://ift.tt/3lz2xlY
No comments:
Post a Comment