ପୁଞ୍ଚର ବଦଲା ଶୋପିଆନରେ ନେଲେ ସୁରକ୍ଷାକର୍ମୀ, ୩ ଆତଙ୍କୀ ସଫା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 11, 2021

ପୁଞ୍ଚର ବଦଲା ଶୋପିଆନରେ ନେଲେ ସୁରକ୍ଷାକର୍ମୀ, ୩ ଆତଙ୍କୀ ସଫା

ଶ୍ରୀନଗର: ସୋମବାର ଜମ୍ମୁ-କଶ୍ମୀରର ପୁଞ୍ଚରେ ଆତଙ୍କବାଦୀମାନେ କରିଥିବା ହମଲାର ବଦଲା ଆଜି ସୁରକ୍ଷାକର୍ମୀମାନେ ଶୋପିଆନରେ ନେଇଛନ୍ତି। ପୁଞ୍ଚ ହମଲାରେ ୫ ଜଣ ଯବାନ ସହିଦ ହୋଇଥିଲେ। ଆଜି ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟର୍‌ରେ ୩ ଜଣ କୁଖ୍ୟାତ ଆତଙ୍କୀ ପ୍ରାଣ ହରାଇଛନ୍ତି।

ନିହତ ସମସ୍ତ ଆତଙ୍କବାଦୀମାନେ ଲସ୍କର-ଇ-ତାଏବା ଦ୍ୱାରା ପରିଚାଳିତ ଦି ରେଜିଷ୍ଟାନ୍ସ ଫ୍ରଣ୍ଟ(ଟିଆରଏଫ)ର ସଦସ୍ୟ। ‌ଏହାବାଦ ପୁଞ୍ଚ ସେକ୍ଟରକୁ ଲାଗିଥିବା ରଜୌରୀର ଦେହରା କି ଗଲି ଅଞ୍ଚଳରେ ମଧ୍ୟ ଆତଙ୍କବାଦୀ ଓ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଛନ୍ତି। ଏବେ ବି ସେଠାରେ ଗୁଳି ବିନିମୟ ଓ ସର୍ଚ୍ଚ ଅପରେସନ ଜାରି ରହିଛି।

କଶ୍ମୀର ଆଇଜିପି ବିଜୟ କୁମାର କହିଛନ୍ତି, ଶୋପିଆନର ଇମାମଶାହବ ଅଞ୍ଚଳର ତୁଲରାନ ଗାଁରେ କିଛି ଆତଙ୍କବାଦୀ ଲୁଚି ରହିଥିବା ଖବର ମିଳିଥିଲା। ଏହାପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ମିଳିତ ଅପରେସନ ଆରମ୍ଭ କରାଯାଇଥିଲା। ଏଥିରେ ଆର୍ମି, ସିଆରପିଏଫ ଓ ଜମ୍ମୁ-କଶ୍ମୀର ପୁଲିସ୍‌ ସାମିଲ ଥିଲେ।

ସୁରକ୍ଷାକର୍ମୀମାନେ ତୁଲରାନ ଗାଁକୁ ଘେରାଉ କରିବା ମାତ୍ରେ ଆରମ୍ଭ ହୋଇଥିଲା ଗୁଳି ବିନିମୟ। ଦୀର୍ଘ ସମୟ ଧରି ଚାଲିଥିବା ଏହି ଏନକାଉଣ୍ଟର୍‌ରେ ୩ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ସେମାନଙ୍କ ନିକଟରୁ ବିପୁଳ ପରିମାଣରର ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଜବତ କରାଯାଇଛି। ଏମାନେ ସମସ୍ତେ ଟିଆରଏଫର ସଦସ୍ୟ। ସେମାନଙ୍କର ଆଉ କିଛି ସହଯୋଗୀ ଆଖପାଖ ଅଞ୍ଚଳରେ ଲୁଚି ରହିଥିବା ସନ୍ଦେହ କରାଯାଉଛି। ତେଣୁ ସର୍ଚ୍ଚ ଅପରେସନ ଏବେ ବି ଜାରି ରହିଛି।


ନିହତ ୩ ଆତଙ୍କବାଦୀଙ୍କ ପରିଚୟ ମିଳିଛି। ଏମାନଙ୍କ ମଧ୍ୟରେ ଥିବା ଗଣ୍ଡେରବାଲର ମୁକ୍ତାର ଶାହ ନିକଟରେ ଶ୍ରୀନଗରରେ ବୀରେନ୍ଦ୍ର ପାଶ୍ୱାନ ନାମକ ଜଣେ ଷ୍ଟ୍ରିଟ ଭେଣ୍ଡରଙ୍କୁ ହତ୍ୟା କରିଥିଲା। ବୀରେନ୍ଦ୍ରଙ୍କ ଘର ବିହାରରେ ହୋଇଥିବା ବେଳେ ସେ ଏଠାରେ ବ୍ୟବସାୟ କରୁଥିଲେ। ତାଙ୍କୁ ହତ୍ୟା କରିବା ପରେ ମୁକ୍ତାର ଶୋପିଆନ ଚାଲି ଆସିଥିଲା।

ସେହିପରି ଅନ୍ୟ ଦୁଇ ଆତଙ୍କୀ ହେଲେ ରାୟ କପରାନ ଅଞ୍ଚଳର ଡାନିଶ ଅହମଦ ଓ ପେହଲିପୋରା ଶୋପିଆନର ୱାୱର ଅହମଦ ବୋଲି ବିଜୟ କୁମାର ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଗତକାଲି ପୁଞ୍ଚ ସେକ୍ଟର୍‌ରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ପ୍ରବଳ ଗୁଳି ବିନିମୟ ହୋଇଥିଲା। ଏଥିରେ ଜଣେ ଜେସିଓଙ୍କ ସମେତ ୫ ଜଣ ସୁରକ୍ଷାକର୍ମୀ ସହିଦ ହୋଇଥିଲେ। ସେବେଠାରୁ ସୁରକ୍ଷାକର୍ମୀମାନେ ପୂରା ଘାଟିରେ ହାଇଆଲର୍ଟ ଜାରି କରି ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି।

The post ପୁଞ୍ଚର ବଦଲା ଶୋପିଆନରେ ନେଲେ ସୁରକ୍ଷାକର୍ମୀ, ୩ ଆତଙ୍କୀ ସଫା appeared first on Odisha Reporter.



from Odisha Reporter https://ift.tt/3mQ50Ia

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages