ଆଖିବୁଜିଲା ବରିଷ୍ଠ ମାଓନେତା ଆର୍‌.କେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 14, 2021

ଆଖିବୁଜିଲା ବରିଷ୍ଠ ମାଓନେତା ଆର୍‌.କେ

ନୂଆଦିଲ୍ଲୀ: ଲାଲବାହିନୀକୁ ଶକ୍ତ ଧକ୍କା। ବରିଷ୍ଠ ମାଓନେତା ଆକ୍କିରାଜୁ ହରଗୋପାଲ୍ ଓରଫ୍ ରାମକ୍ରିଷ୍ଣା ଓରଫ୍ ଆର୍.କେ.ର ମୃତ୍ୟୁ ହୋଇଥିବା କୁହାଯାଉଛି। ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ସେଣ୍ଟ୍ରାଲ କମିଟି ସଦସ୍ୟ ଆର୍‌.କେ.ଆର୍‌ ଦୀର୍ଘ ଦିନ ଧରି ଅଜଣା ରୋଗରେ ଆକ୍ରାନ୍ତ ହୋଇ ଅସୁସ୍ଥ ଥିଲା। ଛତିଶଗଡ଼ ଦକ୍ଷିଣ ବସ୍ତର ଜଙ୍ଗଲରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତ୍ୟୁ ବେଳକୁ ତାକୁ ୫୮ ବର୍ଷ ବୟସ ହୋଇଥିଲା।

ତେବେ ଏନେଇ ମାଓ ସଂଗଠନ ପକ୍ଷରୁ କୌଣସି ପ୍ରେସ ବିଜ୍ଞପ୍ତି ଜାରି କରାଯାଇନି କିମ୍ବା କୌଣସି ସୂଚନା ମିଳିପାରିନି। ପୁଲିସ ପକ୍ଷରୁ ମଧ୍ୟ କୌଣସି ସ୍ପଷ୍ଟ କରାଯାଇନି। ୧୯୭୦ରେ ମାଓ ସଂଗଠନରେ ସାମିଲ ହୋଇଥିଲା ଆର୍‌.କେ। ସେ କେନ୍ଦ୍ରୀୟ କମିଟିର ସଦସ୍ୟ ଥିଲା। ତା’ସହ ଆନ୍ଧ୍ର-ଓଡ଼ିଶା ସୀମା ଜୋନାଲ୍ କମିଟିର ସମ୍ପାଦକ ଥିଲା। ରାମାଗୁଡ଼ା ଏନ୍କାଉଣ୍ଟର ପରେ ସମ୍ପାଦକ ପଦରୁ ଓହରିଥିଲା ଆର୍.କେ। ଓଡ଼ିଶାରେ ଆର୍.କେ. ନାଁରେ ୨ଶହରୁ ଅଧିକ ମାମଲା ରହିଛି।

ଆର୍‌.କେ ନାଁରେ ବିଭିନ୍ନ ରାଜ୍ୟରେ ଅନେକ ମାମଲା ଥିବା ବେଳେ ତା’ଉପରେ ୯୭ ଲକ୍ଷ ଟଙ୍କାର ପୁରସ୍କାର ରାଶି ମଧ୍ୟ ଘୋଷଣା କରାଯାଇଥିଲା। ଅନ୍ଧ୍ରପ୍ରଦେଶ ଗୁଣ୍ଟୁର ଜିଲ୍ଲାର ତୁମରୁକୋଟା ଗାଁର ବାସିନ୍ଦା ଆର୍‌.କେ ଅବିଭାଜିତ ଆନ୍ଧ୍ରପ୍ରଦେଶରେ ୱାଇ.ଏସ୍‌ ରଜଶେଖର ରେଡ୍ଡିଙ୍କ ନେତୃତତ୍ୱାଧିନ କଂଗ୍ରେସ ସରକାର ସହ ଶାନ୍ତି ଆଲୋଚନାରେ ତତ୍କାଳୀନ ସିପିଆଇ-ଏମଏଲ୍ର ନେତୃତ୍ୱ ନେଇଥିଲା।

ଅକ୍ଟୋବର ୨୦୧୬ରେ ଓଡ଼ିଶାର ମାଲକାନଗିରି ସୀମାନ୍ତ ଜିଲ୍ଲାରେ ପୁଲିସ ଏବଂ ମାଓବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳିମାଡରେ ଆର୍‌.କେ ଆହତ ହୋଇଥିଲା। ପରେ ସେ ସୁରକ୍ଷିତ ଥିବା ନେଇ ମାଓବାଦୀଙ୍କ ପକ୍ଷରୁ ଏକ ବୟାନ ଜାରି କରି କୁହାଯାଇଥିଲା। ସେତେବେଳେ ପୁଲସ ମାଓବାଦୀ ଗୁଳି ବିନିମୟରେ ପ୍ରାୟ ୩୦ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଥିଲା।

The post ଆଖିବୁଜିଲା ବରିଷ୍ଠ ମାଓନେତା ଆର୍‌.କେ appeared first on Odisha Reporter.



from Odisha Reporter https://ift.tt/3mUan8X

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages