ରେଢ଼ାଖୋଲ(ରମାକାନ୍ତ ମହାନନ୍ଦ): ସମ୍ବଲପୁର ଜିଲ୍ଲା ରେଢାଖୋଲ ରେଞ୍ଜ୍ ଖୋଲଗଡ଼ ସଂରକ୍ଷିତ ଜଙ୍ଗଲ ନିକଟରେ ହାତୀ ଆକ୍ରମଣରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ସମ୍ପର୍କରେ କକାପୁତୁରା ବୋଲି ଜଣାପଡ଼ିଛି। ସେମାନେ ହେଲେ କକା ଦୁଃଶାସନ ଭୋଇ ଓ ପୁତୁରା ରତିକ ଭୋଇ। ଦୁଃଶାସନଙ୍କୁ ୨୭ ବର୍ଷ ହୋଇଥିବା ବେଳେ ରତିକଙ୍କୁ ୫ ବର୍ଷ ହୋଇଥିବା ଜଣାଯାଇଛି। ସେମାନଙ୍କ ଘର ଡିମିରିକୁଦା ଗାଁର ବୋଲି ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟାରେ ଦୁଃଶାସନ ଓ ରତିକ ସାଇକେଲରେ ବିଜୟୱାଡା-ରାଞ୍ଚି ଏନ୍ଏଚରେ ବୁଲୁଥିଲେ। ଏହି ସମୟରେ ହାତୀଟି ରାସ୍ତା ଉପରକୁ ଆସି ଉଭୟଙ୍କୁ ଗୋଡ଼ାଇଥିଲା।କକାପୁତୁରା ନିକଟରେ ଥିବା ଜଙ୍ଗଲକୁ ଦୌଡ଼ି ପଳାଇଯାଇଥିଲେ। ହାତୀଟି ଉଭୟଙ୍କୁ ଜଙ୍ଗଲରେ ଗୋଡ଼ାଇ ଦଳି ମାରି ଦେଇଥିଲା।
ଦୁଃଶାସନ ଓ ରତିକ ରାତିରେ ଘରକୁ ନ ଫେରିବାରୁ ପରିବାରଲୋକେ ବହୁତ ଖୋଜାଖୋଜି କରିଥିଲେ। ହେଲେ ସେମାନଙ୍କୁ ପାଇ ନଥିଲେ। ଆଜି ସକାଳେ ରାସ୍ତାକଡ଼ରେ ଦୁଃଶାସନଙ୍କ ସାଇକେଲ ପଡ଼ିଥିବା ଗ୍ରାମବାସୀ ଦେଖିଥିଲେ। ପରେ ଜଙ୍ଗଲରେ ଖୋଜାଖୋଜି କରିବା ପରେ ଉଭୟଙ୍କ ମୃତଦେହ ଜଙ୍ଗଲରୁ ଉଦ୍ଧାର କରାଯାଇଥିଲା।
ଖବର ପାଇ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚିଛି। ହାତୀଟି ଜଙ୍ଗଲରେ ଥିବା ଜଣାଯାଇଛି।
The post କକାପୁତୁରାଙ୍କୁ ଦଳି ଦେଲା ହାତୀ appeared first on Odisha Reporter.
from Odisha Reporter https://ift.tt/2YWdrtl
No comments:
Post a Comment