ଥମୁନି ତୈଳଦର, ଆଜି ପୁଣି ବଢ଼ିଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 10, 2021

ଥମୁନି ତୈଳଦର, ଆଜି ପୁଣି ବଢ଼ିଲା

ନୂଆଦିଲ୍ଲୀ: ପାର୍ବଣ ଋତୁ ଚାଲିଥିଲେ ମଧ୍ୟ ଲୋକଙ୍କୁ ମହଙ୍ଗା ମାଡ଼ରୁ କୌଣସି ନିସ୍ତାର ମିଳୁନି। ଆଜି କ୍ରମାଗତ ୭ମ ଦିନ ପାଇଁ ଦେଶରେ ଉଭୟ ପେଟ୍ରୋଲ ଓ ଡିଜେଲ ଦର ମହଙ୍ଗା ହୋଇଛି। ସମଗ୍ର ଦେଶରେ ପେଟ୍ରୋଲର ଲିଟର ପିଛା ୨୬ରୁ ୩୦ ପଇସା ବଢ଼ିଥିବା ବେଳେ ଡିଜେଲ ୩୩ରୁ ୩୭ ପଇସା ବୃଦ୍ଧି ପାଇଛି।

ସୋମବାର ଦିଲ୍ଲୀରେ ପେଟ୍ରୋଲ ଓ ଡିଜେଲର ଲିଟର ପିଛା ଦାମ ଯଥାକ୍ରମେ ୩୦ ପଇସା ଏବଂ ୩୫ ପଇସା ବଢ଼ିଛି। ବର୍ଦ୍ଧିତ ଦର ପରେ ଦିଲ୍ଲୀରେ ପେଟ୍ରୋଲର ଲିଟର ପିଛା ଦାମ ୧୦୪.୪୪ ଟଙ୍କା ଓ ଡିଜେଲ ୯୩.୧୭ ଟଙ୍କାରେ ପହଞ୍ଚିଛି। ସେହିପରି ମୁମ୍ବାଇରେ ପେଟ୍ରୋଲ ୨୯ ପଇସା ଓ ଡିଜେଲ ୩୭ ପଇସା ବଢ଼ିଛି। ଫଳରେ ଆଜି ସକାଳୁ ମୁମ୍ବାଇବାସୀ ପେଟ୍ରୋଲ ଲିଟର ପିଛା ୧୧୦.୪୧ ଟଙ୍କା ଓ ଡିଜେଲ ୧୦୧.୦୩ ଟଙ୍କାରେ କିଣୁଛନ୍ତି।

କୋଲକାତରେ ପେଟ୍ରୋଲ ଲିଟର ପିଛା ୧୦୫.୦୯ ଟଙ୍କା ଓ ଚେନ୍ନାଇରେ ଏହା ୧୦୧.୭୯ ଟଙ୍କା ରହିଛି। ଦୁଇ ସହରରେ ଡିଜେଲର ଲିଟର ପିଛା ଦାମ ଯଥାକ୍ରମେ ୯୬.୨୮ ଟଙ୍କା ଓ ୯୭.୫୯ ଟଙ୍କା ଛୁଇଁଛି। ବର୍ତ୍ତମାନ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦାମ ବଢ଼ୁଥିବାରୁ ଦେଶରେ ପେଟ୍ରୋଲ ଓ ଡିଜେଲ ଦର ମହଙ୍ଗା ହେଉଥିବା କୁହାଯାଉଛି।


ପେଟ୍ରୋଲ ଓ ଡିଜେଲର ଦାମ କ୍ରମାଗତ ଭାବେ ବଢ଼ୁଥିବାରୁ ଅନୁରୂପ ଭାବେ ବିଭିନ୍ନ ସାମଗ୍ରୀ ମଧ୍ୟ ମହଙ୍ଗା ହେଉଛି। ମହାମାରୀ କରୋନା ଲୋକଙ୍କ ଅଣ୍ଟା ଭାଙ୍ଗି ଦେଇଥିବା ବେଳେ ଏବେ ଦର ବୃଦ୍ଧି ଲୋକଙ୍କୁ ଚିନ୍ତାରେ ପକାଇଛି।

The post ଥମୁନି ତୈଳଦର, ଆଜି ପୁଣି ବଢ଼ିଲା appeared first on Odisha Reporter.



from Odisha Reporter https://ift.tt/3DsBAX1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages