ଢେଙ୍କାନାଳରୁ ଯୁବକଙ୍କୁ ଉଠାଇ ନେଲା କର୍ଣ୍ଣାଟକ ପୁଲିସ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 10, 2021

ଢେଙ୍କାନାଳରୁ ଯୁବକଙ୍କୁ ଉଠାଇ ନେଲା କର୍ଣ୍ଣାଟକ ପୁଲିସ୍‌

ଢେଙ୍କାନାଳ(ରାଜଶ୍ରୀ ଶତପଥୀ): ଫର୍ଜୀ କମ୍ପାନୀ ଖୋଲି ଲକ୍ଷ ଲକ୍ଷ ଟଙ୍କା ଲୁଟୁଥିଲେ। ଶେଷରେ ଢେଙ୍କାନାଳ ଆସି ମାଡ଼ି ବସିଲା କର୍ଣ୍ଣାଟକ ପୁଲିସ୍‌। କର୍ଣ୍ଣାଟକର ଜଣେ ବ୍ୟକ୍ତିଙ୍କଠାରୁ ୧୨ ଲକ୍ଷ ୫୦ ହଜାର ଟଙ୍କା ଠକିବା ଅଭିଯୋଗରେ ଢେଙ୍କାନାଳର ଜଣେ ଯୁବକଙ୍କୁ ଗିରଫ କରିଛି କର୍ଣ୍ଣାଟକ ପୁଲିସ୍‌।

ମିଳିଥିବା ସୂଚନା ଅନୁଯାୟୀ, କଟକ ଜିଲ୍ଲା ଡ଼ାଳଭାଗ ଗ୍ରାମର ଜଣେ ଯୁବକ ଇଣ୍ଡିଆ ସାଇନ ଗୁଡ୍ସ ଆଣ୍ଡ ଇନ୍ଫ୍ରା ପ୍ରାଇଭେଟ୍ ଲିମିଟେଡ ନାମକ ଏକ ଫର୍ଜୀ କମ୍ପାନୀ ଖୋଲିଥିଲେ । ଏହି କମ୍ପାନୀ ସାହାଯ୍ୟରେ କର୍ଣ୍ଣାଟକର ଅନ୍ୟ ଜଣେ ବ୍ୟକ୍ତିଙ୍କଠାରୁ ୧୨ ଲକ୍ଷ ୫୦ ହଜାର ଟଙ୍କା ଠକି ନେଇଥିଲେ ।

ଏହି ସାଇବର ଠକେଇ ଘଟଣାକୁ ନେଇ ସମ୍ପୃକ୍ତ ବ୍ୟକ୍ତି ୫ ଅଗଷ୍ଟରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଆଇଟି ଆକ୍ଟ ଅନୁଯାୟୀ ମାମଲା ରୁଜୁ କରିଥିଲା । କର୍ଣ୍ଣାଟକ ପୋଲିସ ତଦନ୍ତ କରିବା ପରେ ଅଭିଯୁକ୍ତ ଯୁବକ ଢ଼େଙ୍କାନାଳରେ ରହୁଥିବା ଜାଣିବାକୁ ପାଇଥିଲା ।

ଏହାପରେ ଗତକାଲି ଢ଼େଙ୍କାନାଳ ପୋଲିସ ସହାୟତାରେ ଯୁବକଙ୍କୁ ସ୍ଥାନୀୟ ଷ୍ଟେସନ ବଜାରରେ ରହୁଥିବା ଭଡ଼ା ଘରୁ ଉଠାଇ ଗିରଫ କରିଥିଲା  । ତାଙ୍କଠାରୁ ପୁଲିସ୍‌ ଚାରୋଟି ମୋବାଇଲ ଓ ଗୋଟିଏ ଲ୍ୟାପଟପ୍ ଜବତ କରିଛି ।

The post ଢେଙ୍କାନାଳରୁ ଯୁବକଙ୍କୁ ଉଠାଇ ନେଲା କର୍ଣ୍ଣାଟକ ପୁଲିସ୍‌ appeared first on Odisha Reporter.



from Odisha Reporter https://ift.tt/3oRwsYu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages