ମୁମ୍ବାଇ: ଖୁବଶୀଘ୍ର ହାତକୁ ଦି ହାତ ହେବେ ରଣବୀର କପୁର ଓ ଅଭିନେତ୍ରୀ ଆଲିଆ ଭଟ୍ଟ। ବାଜିବ ଏହି ଲର୍ଭବାର୍ଡଙ୍କ ଶାହାନାଇ। ଚଳିତ ବର୍ଷ ଶେଷ ଆଡକୁ ଉଭୟ କରିପାରନ୍ତି ବିବାହ। ଏକଥା ଆମେ କହୁନି ବିଭିନ୍ନ ଗଣମାଧ୍ୟମରେ ରଣବୀର ଓ ଆଲିଆଙ୍କ ବିବାହକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।
ଏହି ଖବରକୁ ନେଇ ଏବେ ଆଲିଆ ଭଟ୍ଟଙ୍କ ମା’ ସୋନି ରାଜଦାନ ମୁହଁ ଖୋଲିଛନ୍ତି। ସେ ବଲିଉଡ ଲାଇଫକୁ ଦେଇଥିବା ଏକ ସାକ୍ଷାତକାରେ କହିଛନ୍ତି, ରଣବୀର-ଆଲିଆ କେବେ ବିବାହ କରିବେ, ତାଙ୍କୁ ଏ ବିଷୟରେ କିଛି ଜଣାନାହିଁ। ଅନ୍ୟମାନଙ୍କ ଭଳି ସେ ମଧ୍ୟ ଏହି ବିବାହକୁ ନେଇ ଅପେକ୍ଷାରେ ଅଛନ୍ତି। ‘
ଦୁହିଁଙ୍କ ବିବାହ ପାଇଁ ଅଳ୍ପ ଅପେକ୍ଷା କରିବାକୁ ପଡିବ। ଭବିଷ୍ୟତରେ ଦୁହେଁ ନିଶ୍ଚିତ ବିବାହ କରିବେ ବୋଲି ଆଲିଆଙ୍କ ମା’ ଇସାରା ଦେଇଛନ୍ତି। ଏଥିସହ ଏବେ କିନ୍ତୁ ଆଲିଆ-ରଣବୀରଙ୍କ ବିବାହ କେବେ ହେବ ତାହା କହିବା ମୁସ୍କିଲ ବୋଲି ସୋନି ରାଜଦାନ କହିଛନ୍ତି।
ସେପଟେ ପୂର୍ବରୁ ରଣବୀରଙ୍କ ମା’ ନୀତୁ କପୁର ଖୁବ୍ଶୀଘ୍ର ଆଲିଆଙ୍କୁ ବୋହୂ କରି ଘରକୁ ଆଣିବେ ବୋଲି କହି ସାରିଲେଣି। ଏହି ଖବର ସାମ୍ନାକୁ ଆସିବା ପରେ ଆଲିଆ-ରଣବୀରଙ୍କ ପ୍ରଶଂସକମାନେ ଉତ୍ସାହିତ ହୋଇପଡ଼ିଛନ୍ତି। ଗତବର୍ଷ ମଧ୍ୟ ଏହି ପ୍ରେମୀଯୁଗଳଙ୍କ ବିବାହ ଖୁବ୍ ଚର୍ଚ୍ଚାରେ ଥିଲା। କିନ୍ତୁ କରୋନା ଯୋଗୁ ବିବାହକୁ ସ୍ଥଗିତ ରଖାଯାଇଥିଲା।
ସୂଚନା ମୁତାବକ ରଣବୀର ଓ ଆଲିଆ ପରସ୍ପରକୁ ଦୀର୍ଘ ଦିନ ଧରି ଡେଟ୍ କରୁଛନ୍ତି। ଫ୍ୟାନ୍ମାନେ ତାଙ୍କ ବିବାହକୁ ବହୁ ଦିନ ହେଲାଣି ଅପେକ୍ଷା କରି ରହିଛନ୍ତି। ଏଥିପାଇଁ ଉଭୟେ ନିଜ ସମସ୍ତ କାମକୁ ଶୀଘ୍ର ଶୀଘ୍ର ସାରୁଛନ୍ତି। ରଣବୀର ଡିସେମ୍ବରରେ ସନ୍ଦୀପ ରେଡି ବାଂଗାଙ୍କ ଫିଲ୍ମ ‘ଆନିମଲ’ରେ କାମ କରିବାକୁ ପ୍ରସ୍ତୁତ ଥିଲେ। କିନ୍ତୁ ଏବେ ସେ ଫିଲ୍ମର ସୁଟିଂ ତାରିଖକୁ ଘୁଞ୍ଚାଇ ଦେଇଛନ୍ତି। ଏହି ଫିଲ୍ମର ସୁଟିଂ ସେମାନେ ଆସନ୍ତାବର୍ଷ ଆରମ୍ଭ କରିବେ।
ସେହିପରି ଆଲିଆ ଭଟ୍ଟ ବର୍ଷ ଶେଷ ଆଡ଼କୁ କେବଳ ଗଙ୍ଗୁବାଇ କାଠିୟାବାଡି ଫିଲ୍ମର ପ୍ରମୋସନ ହିଁ କରିବେ। ଏହା ପୂର୍ବରୁ ରଣବୀର କପୁର ଓ ଆଲିଆ ଭଟ୍ଟ ଯୋଧପୁର ଟୁର୍ ପାଇଁ ଚର୍ଚ୍ଚାରେ ରହିଥିଲେ। ଦୁହିଁଙ୍କ ସେଠି ନିର୍ବନ୍ଧ ହୋଇଥିବା ନେଇ ଗୁଜବ ହୋଇଥିଲା।
The post ଖୁବଶୀଘ୍ର ରଣବୀର-ଆଲିଆଙ୍କ ବାଜିବ ଶାହାନାଇ, ଇସାରା ଦେଲେ ଆଲିଆଙ୍କ ମା’ appeared first on Odisha Reporter.
from Odisha Reporter https://ift.tt/3mk7grS
No comments:
Post a Comment