ଖାଇକୁ ଖସିଲା ଯାତ୍ରୀବାହୀ ବସ୍‌, ୮ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 27, 2021

ଖାଇକୁ ଖସିଲା ଯାତ୍ରୀବାହୀ ବସ୍‌, ୮ ମୃତ

ଶ୍ରୀନଗର: ଖାଇକୁ ଖସିଲା ଯାତ୍ରୀବାହୀ ବସ୍‌। ଜମ୍ମୁ-କଶ୍ମୀର ଡୋଡାରେ ଘଟିଛି ମର୍ମନ୍ତୁଦ ବସ୍‌ ଦୁର୍ଘଟଣା। ଜମ୍ମୁର ଠଥରୀ-ଡୋଡା ରାସ୍ତାର ଗ୍ୱାରୀ ନିକଟରେ ଏକ ଯାତ୍ରୀବାହୀ ମିନି ବସ୍‌ ଖାଇକୁ ଖସିପଡିଛି। ଫଳରେ ଏଥିରେ ୮ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି। ଏଥିସହ ୧୨ରୁ ଅଧିକ ଆହତ ହୋଇଥିବା ସନ୍ଦେହ କରାଯାଇଛି।

ସୂଚନା ମୁତାବକ, ଏକ ମିନି ବସ୍‌ ଆଜି ସକାଳୁ ଭାରସାମ୍ୟ ହରାଇ ଡୋଡା ନିକଟ ଏକ ଖାଇକୁ ଖସି ପଡିଥିଲା। କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ଏନେଇ ସୂଚନା ଦେଇଛନ୍ତି। ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଗୁରୁତରଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସେପଟେ ଏହି ଦୁର୍ଘଟଣା ଖବରକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିଛନ୍ତି। ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାରକୁ ପ୍ରଧାନମନ୍ତ୍ରୀ ଦୁଇ ଲକ୍ଷ ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି। ଏଥିସହ ଆହତଙ୍କୁ ପାଇଁ ୫୦ ହଜାର ଟଙ୍କା ଲେଖାଏଁ ଘୋଷଣା କରିଛନ୍ତି ମୋଦି।

The post ଖାଇକୁ ଖସିଲା ଯାତ୍ରୀବାହୀ ବସ୍‌, ୮ ମୃତ appeared first on Odisha Reporter.



from Odisha Reporter https://ift.tt/3vQgkYC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages