ଦୁନିଆ ଦେଖିବ ପାୱାର-ଷ୍ଟାର ପୁନିତଙ୍କ ଆଖି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 29, 2021

ଦୁନିଆ ଦେଖିବ ପାୱାର-ଷ୍ଟାର ପୁନିତଙ୍କ ଆଖି

ବେଙ୍ଗାଲୁର: ହୃଦଘାତର ଶିକାର ହୋଇ ଗତକାଲି କନ୍ନଡ ସିନେମାର ପାୱାର-ଷ୍ଟାର ପୁନିତ ରାଜକୁମାରଙ୍କ ଅଚାନକ ବିୟୋଗ ଘଟିଥିଲେ ବି ଏହାକୁ ସହଜେ ଗ୍ରହଣ କରିପାରୁ ନାହାନ୍ତି ତାଙ୍କର ଅଗଣିତ ଫ୍ୟାନ୍ସ । ଏବେ ବି ନିଜ ପ୍ରିୟ ଅଭିନେତାଙ୍କ ଏକ ଝଲକ ପାଇବାକୁ ଜନସମୁଦ୍ର ପରି ଲମ୍ବିଛି ଲୋକଙ୍କ ଲାଇନ୍‌। ଆସନ୍ତାକାଲି ପୂର୍ଣ୍ଣ ରାଜ୍ୟ ମର୍ଯ୍ୟାଦା ସହ ଶ୍ରୀ କାର୍ନ୍ତିବା ଷ୍ଟୁଡିଓରେ ତାଙ୍କୁ ଅନ୍ତିମ ବିଦାୟ ଦିଆଯିବ। ପଞ୍ଚଭୂତରେ ଲୀନ ହୋଇଯିବେ ପୁନିତ। ହେଲେ ତାହା ପୂର୍ବରୁ ସେ ନିଜ ଚକ୍ଷୁ ଦାନ କରିଦେଇ ଯାଇଛନ୍ତି।  ପୁନିତ ସିନା ଚାଲିଗଲେ, ହେଲେ ଦୁନିଆ ଦେଖିବ ପୁନିତଙ୍କ ଆଖି।

ପୁନିତଙ୍କ ପିତା ତଥା କନ୍ନଡ ଫିଲ୍ମର ପ୍ରସିଦ୍ଧ ଅଭିନେତା ଡ. ରାଜକୁମାର ୧୯୯୪ ମସିହାରେ ନିଜ ସମସ୍ତ ପରିବାର ସଦସ୍ୟଙ୍କ ଚକ୍ଷୁ ଦାନ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହାପରେ ୨୦୦୬ ମସିହା ୧୨ ଏପ୍ରିଲରେ ୭୬ ବର୍ଷ ବୟସରେ ହୃଦଘାତ ଯୋଗୁ ତାଙ୍କ ମୃତ୍ୟୁ ହୋଇଥିଲା। ଏହାପରେ ତାଙ୍କ ଚକ୍ଷୁ ଦାନ କରାଯାଇଥିଲା। ନିଜ ପିତା ସୁପରଷ୍ଟାର ରାଜ କୁମାରଙ୍କ ପରି ପୁନିତ ମଧ୍ୟ ନେତ୍ର ଦାନ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି।

ଗତକାଲି ୪୬ ବର୍ଷୀୟ ପୁନିତ ଜିମ୍‌ରେ ୱାର୍କ ଆଉଟ କରୁଥିବା ବେଳେ ହଠାତ୍‌ ଟଳି ପଡ଼ିଥିଲେ। ତାଙ୍କୁ ବେଙ୍ଗାଲୁରୁର ଗୋଟିଏ ଘରୋଇ ହସ୍ପିଟାଲକୁ ନିଆଯାଇଥିଲେ ମଧ୍ୟ ସେଠାରେ ହୃଦଘାତରେ ତାଙ୍କର ଦେହାନ୍ତ ହୋଇଥିଲା। ପୁନିତଙ୍କ ଅଚାନକ ମୃତ୍ୟୁରେ ପରିବାର ଲୋକ ତଥା ଫ୍ୟାନ୍ସ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ ବି ମୃତ୍ୟୁର ୬ ଘଣ୍ଟା ମଧ୍ୟରେ ତାଙ୍କ ଚକ୍ଷୁ ଦାନ ପ୍ରକ୍ରିୟା ସମ୍ପନ୍ନ କରାଯାଇଛି।

ଅଭିନେତା ଚେତନ କୁମାର ଟ୍ୱିଟ କରିଛନ୍ତି, ଏକ ଡାକ୍ତରୀ ଟିମ୍‌ ପୁନିତଙ୍କ ମୃତ୍ୟୁର ୬ ଘଣ୍ଟା ମଧ୍ୟରେ ତାଙ୍କ ଚକ୍ଷୁ ବାହାର କରିବା ପ୍ରକ୍ରିୟାକୁ ଶେଷ କରିଛନ୍ତି। ଯେପରି ଡା. ରାଜକୁମାର ଓ ତାଙ୍କ ପତ୍ନୀ ନିମ୍ମା ଶିବନ୍ନା ଚକ୍ଷୁ ଦାନ କରିଛନ୍ତି, ସେହିପରି ପୁନିତ ବି ନିଜ ଆଖି ଦାନ କରିଛନ୍ତି। ପୁନିତ୍‌ଙ୍କ ପରି ସମସ୍ତେ ଚକ୍ଷୁ ଦାନ କରିବାକୁ ବି ଟ୍ୱିଟ କରିଛନ୍ତି ଚେତନ କୁମାର।

ପୁନିତ ରାଜକୁମାରଙ୍କ ପରିବାର କହିଲେ ପତ୍ନୀ ଅଶ୍ୱିନୀ ରେଭନ୍ତ ଓ ୨ ଝିଅ ଅଛନ୍ତି। ତାଙ୍କ ଝିଅ ବିଦେଶରେ ଥିବା ବେଳେ ସେ ପହଞ୍ଚିବା ପରେ ଶେଷକୃତ ସମ୍ପନ୍ନ ହେବ ବୋଲି ଜଣାଯାଇଛି।

The post ଦୁନିଆ ଦେଖିବ ପାୱାର-ଷ୍ଟାର ପୁନିତଙ୍କ ଆଖି appeared first on Odisha Reporter.



from Odisha Reporter https://ift.tt/3BsVtM8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages