ମାଲିଙ୍ଗାଙ୍କୁ ପଛରେ ପକାଇ ରେକର୍ଡ କଲେ ରାଶିଦ ଖାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 29, 2021

ମାଲିଙ୍ଗାଙ୍କୁ ପଛରେ ପକାଇ ରେକର୍ଡ କଲେ ରାଶିଦ ଖାନ

ଦୁବାଇ: ଟି-୨୦ରେ ରେକର୍ଡ କରିଛନ୍ତି ଆଫଗାନିସ୍ତାନର ଲେଗ ସ୍ପିନର ରାଶିଦ ଖାନ। ସେ ଶ୍ରୀଲଙ୍କାର ପୂର୍ବତନ ବୋଲର ଲସିଥ ମାଲିଙ୍ଗାକୁ ପଛରେ ପକାଇ ପକାଇ ଦେଇଛନ୍ତି। ପାକିସ୍ତାନ ବିପକ୍ଷରେ ରାଶିଦ ଭେଟରାନ ମହମ୍ମଦ ହଫିଜଙ୍କ ୱିକେଟ ଦଖଲ କରିବା ପରେ ଟି-୨୦ରେ ୧୦୦ତମ ୱିକେଟ ପୂରଣ କରିଛନ୍ତି।

ଏହାପରେ ରାଶିଦ ବିଶ୍ୱର ଦ୍ରୁତତମ ବୋଲର ଭାବେ ଟି-୨୦ରେ ୧୦୦ ୱିକେଟ ପୂରଣ କରିବାର ରେକର୍ଡ ନିଜ ନାଁରେ କରିଛନ୍ତି। ପୂର୍ବରୁ ଏହା ଲସିଥ ମାଲିଙ୍ଗାଙ୍କ ନାଁରେ ରହିଥିଲେ। ପାକିସ୍ତାନ ବିପକ୍ଷରେ ରାଶିଦ ୧୦୦ ୱିକେଟ ପୂରଣ କରିଥିଲେ ମଧ୍ୟ ଆଫଗାନକୁ ପରାଜୟର ସ୍ୱାଦ ଚାଖିବାକୁ ପଡ଼ିଛି।

ଟି-୨୦ରେ ରାଶିଦଙ୍କ ୧୦୦ ତମ ଶିକାର ମହମ୍ମଦ ହଫିଜ ହୋଇଛନ୍ତି। ଗତକାଲି ମ୍ୟାଚ୍‌ରେ ସେ ପାକ୍‌ ଅଧିନାୟକ ବାବର ଆଜମଙ୍କ ୱିକେଟ ମଧ୍ୟ ନେଇଥିଲେ। ମାତ୍ର ୫୩ଟି ଇନିଂସରେ ରାଶିଦ ୧୦୦ଟି ୱିକେଟ ଦଖଲ କରିଛନ୍ତି। ମାଲିଙ୍ଗା ୭୬ଟି ମ୍ୟାଚ୍‌ରେ, ଟିମ ସାଉଦି ୮୧ଟି ମ୍ୟାଚ୍‌ରେ ଓ ବାଂଲାଦେଶ ସ୍ପିନର ସାକିବ ଅଲ ହାସନ ୮୩ଟି ମ୍ୟାଚ୍‌ରେ ୧୦୦ଟି ୱିକେଟ ଦଖଲ କରିଥିଲେ।

ଏହି ୪ କ୍ରିକେଟରଙ୍କୁ ଛାଡ଼ି ଦେଲେ ଆଉ କୌଣସି ଖେଳାଳି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ଏଯାଏ ୧୦୦ ୱିକେଟ ଦଖଲ କରିପାରି ନାହାନ୍ତି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ରାଶିଦ ଖାନ ଦିନିଆରେ ମଧ୍ୟ ୧୦୦ ୱିକେଟ ଦଖଲ କରିବାରେ ସବୁଠାରୁ ଦ୍ରୁତତମ ବୋଲର। ଉଭୟ ଟି-୨୦ ଓ ଦିନିକିଆରେ ଦ୍ରୁତତମ ବୋଲର ଭାବେ ୧୦୦ ୱିକେଟ ଦଖଲ କରିବାର ବରିଳ ରେକର୍ଡ ରାଶିଦଙ୍କ ନାଁରେ ରହିଛି। ୨୦୧୮ରେ ସେ ନିଜର ୪୪ତମ ଦିନିକିଆ ଇନିଂସରେ ୧୦୦ତମ ୱିକେଟ ହାସଲ କରିଥିଲେ।

ଶୁକ୍ରବାର ମ୍ୟାଚ୍‌କୁ ବିଚାରକୁ ନେଲେ ଆଫଗାନକୁ ପାକିସ୍ତାନ ୫ ୱିକେଟରେ ପରାସ୍ତ କରିଛି। ଏଥିସହ ୟୁଏଇରେ ପାକିସ୍ତାନ ତା’ର ଅପରାଜେୟ ଧାରା ଜାରି ରଖିଛି। ଏଯାଏ ପାକିସ୍ତାନ ୟୁଏଇରେ ଖେଳିଥିବା ସମସ୍ତ ୧୪ଟି ଯାକ ଟି-୨୦ ମ୍ୟାଚ୍ ଜିତିଛି। ସେହିପରି ଆଫଗାନିସ୍ତାନ ଏଯାଏ ୟୁଏଇରେ ୧୭ଟି ମ୍ୟାଚ୍ ଖେଳି ସବୁଥିରେ ଜିତିଥିଲା। ହେଲେ ୧୮ତମ ମ୍ୟାଚରେ ଦଳର ବିଜୟ ଧାରାରେ ବ୍ରେକ ଲାଗିଛି।

The post ମାଲିଙ୍ଗାଙ୍କୁ ପଛରେ ପକାଇ ରେକର୍ଡ କଲେ ରାଶିଦ ଖାନ appeared first on Odisha Reporter.



from Odisha Reporter https://ift.tt/3vYV4jp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages