ବିନା ସାଇରନ୍‌ରେ ଖୋଲିଦେଲେ ଗେଟ୍‌, ଭାସିଗଲେ ୨ ଯୁବକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 8, 2021

ବିନା ସାଇରନ୍‌ରେ ଖୋଲିଦେଲେ ଗେଟ୍‌, ଭାସିଗଲେ ୨ ଯୁବକ

ଆନନ୍ଦପୁର(ମୁନା ସିଂ): ବିନା ସାଇରନ୍‌ରେ ଖୋଲିଦେଲେ ବୈତରଣୀ ନଦୀ ସିଙ୍ଗିନାଳି ପାୱାର ପ୍ରୋଜେକ୍ଟ ଗେଟ୍ । ଫଳରେ ସେତେବେଳେ ସେହି ନିକଟରେ ଗାଧୋଉଥିବା ୨ ଜଣ ଯୁବକ ଭାସି ଯାଇଥିଲେ। ତେବେ ଦୁହେଁ ଅଳ୍ପକେ ମରଣ ମୁହଁରୁ ବର୍ତ୍ତି ଯାଇଥିଲେ।

ସେମାନଙ୍କ ମଧ୍ୟରୁ ଜଣେ ଗଛରେ ଚଢ଼ି ଯାଇଥିଲେ ଓ ଅନ୍ୟ ଜଣଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ। ଯାହାଙ୍କୁ ଲୋକମାନେ ଉଦ୍ଧାର କଲେ ତାଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କୁ ଆନନ୍ଦପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଉଭୟ ଯୁବକ କାଦବହାଳି ଗାଁର ବୋଲି ଜଣାଯାଇଛି।

ପ୍ରୋଜେକ୍ଟ କର୍ତ୍ତୃପକ୍ଷ ସାଇରନ୍‌ ନ ବଜାଇ ଗେଟ୍‌ ଖୋଲିଥିବାରୁ ଏହାକୁ ନେଇ ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ଦେଖାଦେଇଛି। ତେବେ ଏହା କେବଳ ଆଜିର କଥା ନୁହେଁ, ପ୍ରୋଜେକ୍ଟ କର୍ତ୍ତୃପକ୍ଷ ପୂର୍ବରୁ ବି ଏମିତି ସାଇରନ୍‌ ନ ବଜାଇ ଗେଟ୍ ଖୋଲିଥିବା ଅଭିଯୋଗ ହୋଇଛି।

କର୍ତ୍ତୃପକ୍ଷ ନିଜ ଇଚ୍ଛା ମୁତାବକ କାମ କରୁଥିବା ବେଳେ ସ୍ଥାନୀୟ ଲୋକଙ୍କ ଧନଜୀବନ ପ୍ରତି ନଜର ଦେଉ ନ ଥିବା ଅଭିଯୋଗ ହୋଇଛି।  ଏହି ପାୱାର ପ୍ରୋଜେକ୍ଟ ପ୍ରାୟ ବର୍ଷେ ହେବ କାର୍ଯ୍ୟକ୍ଷମ ହୋଇଥିବା ବେଳେ ସେବେଠୁ ଅଞ୍ଚଳବାସୀଙ୍କ ଦୁଃଖ ବଢ଼ିଚାଲିଥିବା ଅଭିଯୋଗ ହୋଇଛି।  ଏପରିକି ଏହି ପ୍ରୋଜେକ୍ଟ ହେବା ପରଠୁ ବିସ୍ଥାପିତଙ୍କୁ ପ୍ରତିଶ୍ରୁତି ମୁତାବକ ଚାକିରି ଦିଆଯାଉ  ନ ଥିବା ଅଭିଯୋଗ ହୋଇଛି। ତୁରନ୍ତ ଏହି ସବୁ  ସମସ୍ୟାର ସମାଧାନ ନ ହେଲେ ରାଜରାସ୍ତାକୁ ଓହ୍ଲାଇବାକୁ ଉତ୍ତ୍ୟକ୍ତ ଲୋକେ ଚେତାବନୀ ଦେଇଛନ୍ତି।

ବେରିଂ ଭାଙ୍ଗିଯିବାରୁ ଏହି ପରିସ୍ଥିତି ଉପୁଜିଲା ବୋଲି ସଫେଇ ଦେଇଛନ୍ତି ପ୍ରୋଜେକ୍ଟ କର୍ତ୍ତୃପକ୍ଷ । ହେଲେ ଏହାକୁ ମାନିବାକୁ ଉତ୍ତ୍ୟକ୍ତ ଲୋକ ନାରାଜ । ବର୍ଷକ ତଳେ ନିର୍ମିତ ହୋଇଥିବା ପା଼ୱାର ପ୍ରୋଜେକ୍ଟର ବେରିଂ କିପରି ଭାଙ୍ଗିଗଲା ବୋଲି ସେମାନେ ପ୍ରଶ୍ନ ଉଠାଇଛନ୍ତି।

The post ବିନା ସାଇରନ୍‌ରେ ଖୋଲିଦେଲେ ଗେଟ୍‌, ଭାସିଗଲେ ୨ ଯୁବକ appeared first on Odisha Reporter.



from Odisha Reporter https://ift.tt/3ajOr1q

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages