ମୁମ୍ବାଇ ଡ୍ରଗ୍ସ ପାର୍ଟି ମାମଲା: ଆଉ ଜଣଙ୍କୁ ବାନ୍ଧିଲା ଏନ୍‌ସିବି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 8, 2021

ମୁମ୍ବାଇ ଡ୍ରଗ୍ସ ପାର୍ଟି ମାମଲା: ଆଉ ଜଣଙ୍କୁ ବାନ୍ଧିଲା ଏନ୍‌ସିବି

ମୁମ୍ବାଇ: ମୁମ୍ବାଇ ହାଇପ୍ରୋଫାଇଲ୍‌ ଡ୍ରଗ୍ସ ପାର୍ଟି ମାମଲାରେ ଗରଫଦାରୀ ସଂଖ୍ୟା ବଢ଼ିବାରେ ଲାଗିଛି। ଆଜି ଏନ୍‌ସିବି ଆଉ ଜଣଙ୍କୁ ଗିରଫ କରିଛି। ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରେ ଜଣେ ବିଦେଶୀ ନାଗରିକଙ୍କୁ ଗିରଫ କରିଥିବା ବେଳେ ତା’ ନିକଟରୁ ୪୦ଟି ଡ୍ରଗ୍ସ ଟାବଲେଟ ଜବତ ହୋଇଛି। ତେବେ ଏହି ବିଦେଶୀ ନାଗରିକଙ୍କ କାହା ସହ ସମ୍ପର୍କ ରହିଥିଲା ସେ ନେଇ ଏନ୍‌ସିବି ପଚରା ଉଚରା କରୁଛି।

ଏହି ମାମଲାରେ ପୂର୍ବରୁ ଶାହରୁଖ ଖାନ୍‌ଙ୍କ ପୁଅ ଆର୍ଯ୍ୟନ୍‌ଙ୍କ ସମେତ ୧୭ ଜଣଙ୍କୁ ଗିରଫ କରିସାରିଛି। ଆଜି ଆର୍ଯ୍ୟନ୍‌ ଖାନ୍‌ଙ୍କ ଜାମିନ ଶୁଣାଣି ଅଛି। ସେପଟେ ଏହା ପୂର୍ବରୁ ମୁମ୍ବାଇର ଏକ ଅଦାଲତା ଆର୍ଯ୍ୟନ୍‌ଙ୍କ ସମେତ ଅନ୍ୟ ଅଭିଯୁକ୍ତଙ୍କୁ ୧୪ ଦିନ ପାଇଁ ଏନ୍‌ସିବି ହେପାଜତକୁ ପଠାଇଥିଲା।

ଏନ୍‌ସିବି ଅଭିଯୁକ୍ତଙ୍କ ରିମାଣ୍ଡ ଅବଧି ବଢ଼ାଇବା ପାଇଁ କୋର୍ଟରେ ଅନୁରୋଧ କରିଥିଲା। କିନ୍ତୁ ଏହାକୁ କୋର୍ଟ ଖାରଜ କରିଦେଇଛନ୍ତି। ଏନ୍‌ସିବି ଏନେଇ ଅନୁମତି ଦେଇ ନାହାନ୍ତି କୋର୍ଟ।

ଉଲ୍ଲେଖ ଯୋଗ୍ୟ ଯେ, ମୁମ୍ବାଇର ଏକ କ୍ରୁଜ ଭିତରେ ରେଭ୍‌ ପାର୍ଟି ଚାଲିଥିବା ବେଳେ ଏନ୍‌ସିବି ଚଢ଼ାଉ କରିଥିଲା। ଏହି ସମୟରେ ଶାହାରୁଖଙ୍କ ପୁଅ ଆର୍ଯ୍ୟନ୍‌, ମୁନ୍‌ମୁନ୍‌ ଧମେଚା ଏବଂ ଅରବାଜ ମର୍ଚ୍ଚେଣ୍ଟଙ୍କୁ ଏନ୍‌ସିବି ଗିରଫ କରିଥିଲା। ଏହା ପର ଦିନ ଅନ୍ୟ ୫ ଜଣ ଅଭିଯୁକ୍ତ ଗିରଫ ହୋଇଥିଲେ। ଅଭିଯୁକ୍ତଙ୍କୁ ପଚରାଉଚରା ପରେ ଏନ୍‌ସିବି ଡ୍ରଗ୍ସ ପେଡଲର ସମେତ ଅନ୍ୟ ଗିରଫ କରିଥିଲା।

ସେପଟେ ଏହି ମାମଲାରେ ଗୁରୁବାର ଦିନ ଏନ୍‌ସିବି ନେତା ନବାବ ମଲ୍ଲିକ ଏକ ଆଶ୍ଚର୍ଯ୍ୟଜନକ ମନ୍ତବ୍ୟ ଦେଇଛନ୍ତି। ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର କାର୍ଯ୍ୟାନୁଷ୍ଠାନ ଉପରେ ପ୍ରଶ୍ନ କରି ସେ କହିଛନ୍ତି, ଏହି ଆକ୍ରମଣ ସମୟରେ ବିଜେପି ନେତାଙ୍କ ଜଣେ ସମ୍ପର୍କୀୟଙ୍କୁ ମଧ୍ୟ ଗିରଫ କରାଯାଇଥିଲା ଏବଂ ପରେ ତାଙ୍କୁ ଛାଡି ଦିଆଯାଇଥିଲା। ଆସନ୍ତାକାଲି ସମସ୍ତଙ୍କ ସାମ୍ନାରେ ସେ ଏହାର ପ୍ରମାଣ ଦେବେ ବୋଲି କହିଛନ୍ତି।

The post ମୁମ୍ବାଇ ଡ୍ରଗ୍ସ ପାର୍ଟି ମାମଲା: ଆଉ ଜଣଙ୍କୁ ବାନ୍ଧିଲା ଏନ୍‌ସିବି appeared first on Odisha Reporter.



from Odisha Reporter https://ift.tt/3FvbqVB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages