ମନ୍ତ୍ରୀଙ୍କ ନାଁରେ ୧୦୦ କୋଟିରେ ମାନହାନି ମକଦ୍ଦମା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 30, 2021

ମନ୍ତ୍ରୀଙ୍କ ନାଁରେ ୧୦୦ କୋଟିରେ ମାନହାନି ମକଦ୍ଦମା

ମୁମ୍ବାଇ: ମନ୍ତ୍ରୀଙ୍କ ନାଁରେ ମାନହାନି ମକଦ୍ଦମା। ୧୦୦ କୋଟି ଟଙ୍କା ମାନହାନି ମକଦ୍ଦମା କଲେ ବିଜେପି ନେତା। ଲଗାତର ତାଙ୍କ ନାଁରେ ଅଭିଯୋଗ ଆଣିବା ପରେ ରାଗିଯାଇ ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି ବିଜେପି ନେତା। ମହାରାଷ୍ଟ୍ର ମନ୍ତ୍ରୀ ତଥା ଏନ୍‌ସିପି ନେତା ନୱାବ ମଲିକଙ୍କ ନାଁରେ ମାମଲା ଦାୟର କରିଛନ୍ତି ବିଜେପି ନେତା ମୋହିତ କାମ୍ବୋଜ।

ମୁମ୍ବାଇ ଡ୍ରଗ୍ସ ପାର୍ଟି ମାମଲାରେ ଶାହରୁଖ ଖାନ୍‌ଙ୍କ ପୁଅ ଆର୍ଯ୍ୟନ୍‌ଙ୍କୁ ଜାମିନ ମିଳି ସାରିଛି। ସେ ଜେଲ୍‌ରୁ ମୁକୁଳି ସାରିଛନ୍ତି। କିନ୍ତୁ ମହାରାଷ୍ଟ୍ରର ମନ୍ତ୍ରୀ ନୱାବ ମଲିକଙ୍କ ବୟାନବାଜି ଯୋଗୁଁ ଏହି ମାମଲା ଏବେବି ଚର୍ଚ୍ଚାରେ ରହିଛି। ଗତ କିଛି ଦିନ ହେବ ନୱାବ ମଲିକ ବିଜେପି ନେତା ମୋହିତ କାମ୍ବୋଜ ଏବଂ ତାଙ୍କ ପରିବାର ବିରୋଧରେ କ୍ରମାଗତ ଭାବେ ଅଭିଯୋଗ ଆଣିଥିଲେ। ମୁମ୍ବାଇ ଡ୍ରଗ୍ସ ମାମଲାରେ ମଧ୍ୟ ତାଙ୍କ ପରିବାର ସହ କନେକସନ୍‌ ଥିବା କଥା ଉଠାଇଥିଲେ।

ଏହି କାରଣରୁ ଅକ୍ଟୋବର ୯ରେ ମଲିକଙ୍କୁ ଏକ ନୋଟିସ ପଠାଇଥିଲେ ମୋହିତ । ବିନା ପ୍ରମାଣରେ ବଦନାମ କରିବା ଭୁଲ ଅଟେ ବୋଲି ମୋହିତ ଏହି ନୋଟିସ ଜରିଆରେ ଜୋର ଦେଇ କହିଥିଲେ। କିନ୍ତୁ ନୱାବ ମଲିକ ନୋଟିସ ସତ୍ତ୍ୱେ ତାଙ୍କ ଉପରେ ଟାର୍ଗେଟ କରିବା ଜାରି ରଖିଥିଲେ। ଅକ୍ଟୋବରରେ ୧୧ରେ ପୁଣି ଥରେ ମୋହିତଙ୍କ ପରିବାରକୁ ଟାର୍ଗେଟ କରିଥିଲେ ନୱାବ।

ଏଥିରେ ରାଗିଯାଇ ବିଜେପି ନେତା ମୋହିତ ଏବେ ମଲିକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତ ହୋଇଛନ୍ତି। ନୱାବ ମଲିକଙ୍କ ବିରୋଧରେ ବମ୍ବେ ହାଇକୋର୍ଟରେ ୧୦୦ କୋଟି ଟଙ୍କାର ମାନହାନୀ ମକଦ୍ଦମା କରିଛନ୍ତି। ଏଥିସହ ମୁମ୍ବାଇ ପୁଲିସ ନିକଟରେ ସେ ମନ୍ତ୍ରୀଙ୍କ ନାଁରେ ଅଭିଯୋଗ ମଧ୍ୟ କରିଛନ୍ତି।

ବମ୍ବେ ହାଇକୋର୍ଟରେ ଦାଖଲ ହୋଇଥିବା ଆବେଦନରେ ମୋହିତ କହିଛନ୍ତି ଯେ, ସେ ବିଜେପିର ସଦସ୍ୟ ଏବଂ ତାଙ୍କର ମଧ୍ୟ ବ୍ୟବସାୟ ଅଛି। କିନ୍ତୁ ନୱାବ ମଲିକଙ୍କ ଭିତ୍ତିହୀନ ଅଭିଯୋଗ ତାଙ୍କ ଭାବମୂର୍ତ୍ତିକୁ ଖରାପ କରିଛି। ତେଣୁ କୌଣସି ପ୍ରମାଣ ନଥାଇ ନୱାବଙ୍କ ଏଭଳି ବୟାନବାଜି କରିବା ଉପରେ ରୋକ ଲଗାଇବା ପାଇଁ ମୋହିତ କୋର୍ଟଙ୍କୁ ନିବେଦନ କରିଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ଏନସିବି କ୍ରୁଜ୍ ଉପରେ ଚଢ଼ାଉ କରି ଅନେକ ଲୋକଙ୍କୁ ଅଟକ ରଖିଥିଲା, ସେତେବେଳେ ନବାବ ମଲିକ୍ କହିଥିଲେ ଯେ ୮ ଜଣଙ୍କ ବଦଳରେ ଏନ୍‌ସିବି ୧୧ ଜଣଙ୍କୁ ଅଟକ ରଖାଯାଇଥିଲା। କିନ୍ତୁ ପରେ ବିଜେପି ନେତାଙ୍କ ଏକ ଫୋନ୍‌ ଆସିବା ପରେ ତିନି ଜଣଙ୍କୁ ଏନ୍‌ସିବି ଛାଡି ଦେଇଥିଲା। ଛଡା ଯାଇଥିବା ଲୋକଙ୍କ ମଧ୍ୟରେ ବିଜେପି ନେତା ମୋହିତଙ୍କ ଶଳା ମଧ୍ୟ ଥିଲେ ବୋଲି ନୱାବ ମଲିକ ଦାବି କରିଥିଲେ। ଏହାକୁ ନେଇ ଏବେ ନୱାବ ମଲିକଙ୍କ ବିରୋଧରେ ଏହି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ବିଜେପି ନେତା। ସେପଟେ ଏନେଇ ଏନ୍‌ସିପି ନେତା ନବାବ ମଲିକ କିନ୍ତୁ ଏପର୍ଯ୍ୟନ୍ତ ନିଜର ପ୍ରତିକ୍ରିୟା ଦେଇ ନାହାନ୍ତି।

The post ମନ୍ତ୍ରୀଙ୍କ ନାଁରେ ୧୦୦ କୋଟିରେ ମାନହାନି ମକଦ୍ଦମା appeared first on Odisha Reporter.



from Odisha Reporter https://ift.tt/3boWnyX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages