ବେଙ୍ଗାଳୁରୁ: ଅଲବିଦା ପାୱାରଷ୍ଟାର ପୁନିତ ରାଜକୁମାର। ପରିବାର, ପ୍ରିୟଜନ ଓ ହଜାର ହଜାର ଫ୍ୟାନ୍ଙ୍କ ଗ୍ରହଣରେ କନ୍ନଡ ଅଭିନେତା ପୁନିତଙ୍କୁ ଦିଆଯାଇଛି ଶେଷ ବିଦାୟ। ବେଙ୍ଗାଳୁରୁର କାନ୍ତିରବା ଷ୍ଟୁଡିଓରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପୁନିତଙ୍କ ଶେଷକୃତ୍ୟ ହୋଇଛି। ବାପା ରାଜକୁମାରଙ୍କ ସମାଧୀ ନିକଟରେ ଚିରନିଦ୍ରାରେ ଶୋଇଛନ୍ତି ପୁନିତ।
ଏହି ସମୟରେ ସମାଧୀ ସ୍ଥଳରେ ଶହ ଶହ ସଂଖ୍ୟାରେ ଲୋକେ ଉପସ୍ଥିତ ଥିଲେ। ଫ୍ୟାନ୍ମାନେ ନିଜ ପ୍ରିୟର ଷ୍ଟାର ଚାଲି ଯିବା କଥାକୁ ସହଜରେ ଗ୍ରହଣ କରିପାରୁନାହିନ୍ତି। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ ଆଜି ବି ସମାଧୀ ସ୍ଥଳରେ ଉପସ୍ଥିତ ଥିଲେ। ପୁନିତଙ୍କୁ ଶେଷ ବିଦାୟ ଜଣାଇବା ବେଳେ ସେ ଭାବବିହ୍ୱଳ ହୋଇପଡ଼ିଥିଲେ।
ଗତକାଲି ରାତିରେ ପୁନିତଙ୍କ ଦୁଇ ଝିଅ ବିଦେଶରୁ ଫେରିବା ପରେ ତାଙ୍କ ଶେଷକୃତ୍ୟ ନେଇ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ବାପାଙ୍କୁ ଏଭଳି ଅବସ୍ଥାରେ ଦେଖି କୋହକୁ ସମ୍ଭାଳି ପାରିନଥିଲେ ଦୁଇ ଝିଅ। ପୁନିତ କୁମାରଙ୍କୁ ଶେଷ ଥର ପାଇଁ ଦେଖିବାକୁ କର୍ଣ୍ଣାଟକର ବହୁ ବରିଷ୍ଠ ନେତା, ବ୍ୟକ୍ତି ଏବଂ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ପ୍ରାୟ ସମସ୍ତ ଅଭିନେତା, ଅଭିନେତ୍ରୀ ପହଞ୍ଚିଥିଲେ। କେବଳ ସେତିକି ନୁହେଁ ତାଙ୍କ ଲକ୍ଷ ଲକ୍ଷ ଫ୍ୟାନ୍ମାନେ ମଧ୍ୟ ତାଙ୍କୁ ଶେଷଥର ଲାଗି ଦେଖିବା ପାଇଁ ଭିଡ ଜମାଇଥିଲେ।
ଶୁକ୍ରବର ଅପରାହ୍ଣରେ ଦିନ ପୁନିତଙ୍କୁ ହୃଦ୍ଘାତ ହୋଇଥିଲା। ଏହାପରେ ତାଙ୍କୁ ବିକ୍ରମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କ ଅବସ୍ଥା ବେଶ୍ ଗୁରୁତର ଥିଲା। ଡାକ୍ତରମାନେ ପୂରା ଚେଷ୍ଟା କରିବା ପରେ ବି ପୁନିତଙ୍କୁ ବଞ୍ଚାଇ ପାରିନଥିଲେ। ତାଙ୍କ ହଠାତ ମୃତ୍ୟୁ ଖବର ସମସ୍ତଙ୍କୁ ଚକିତ କରିଦେଇଥିଲା। ସୋଶାଲ ମିଡିଆରେ ଶୋକର ଲହରି ଖେଳିଯାଇଥିଲା। ୪୬ ବର୍ଷ ବୟସରେ ପୁନିତଙ୍କ ମୃତ୍ୟୁରେ ପୂରା ସାଉଥ ଇଣ୍ଡଷ୍ଟ୍ରି ଠାରୁ ଆରମ୍ଭ କରି ବଲିଉଡ ଇଣ୍ଡଷ୍ଟ୍ରିକୁ ଧକ୍କା ଲାଗିଛି।
Karnataka: The last rites of Kannada actor #PuneethRajkumar were performed at Sree Kanteerava Studios in Bengaluru today with state honours. pic.twitter.com/mzk5m9GoBR
— ANI (@ANI) October 31, 2021
The post ପାୱାରଷ୍ଟାର୍ ପୁନିତଙ୍କୁ ଅଶ୍ରୁଳ ବିଦାୟ, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସରିଲା ଶେଷକୃତ୍ୟ appeared first on Odisha Reporter.
from Odisha Reporter https://ift.tt/3Gvhcqy
No comments:
Post a Comment