ବାରମ୍ବାର ଡ଼ାକିଲେ ବି ଆସୁନାହାନ୍ତି ଜ୍ୟାକ୍‌ଲିନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 18, 2021

ବାରମ୍ବାର ଡ଼ାକିଲେ ବି ଆସୁନାହାନ୍ତି ଜ୍ୟାକ୍‌ଲିନ୍‌

ମୁମ୍ବାଇ: ସମନ୍‌ ଉପରେ ସମନ୍‌ ଜାରି ହେଉଛି । ବାରମ୍ବାର ହେଉଛି ଡାକରା। ତଥାପି ଆସୁନାହାନ୍ତି ଶ୍ରୀଲଙ୍କା ସୁନ୍ଦରୀ ତଥା ଅଭିନେତ୍ରୀ ଜ୍ୟାକ୍‌ଲିନ୍‌ ଫର୍ଣ୍ଣାଣ୍ଡିଜ। ୨୦୦ କୋଟି ଟଙ୍କାର ମନି ଲଣ୍ଡ୍ରିଂ ମାମଲାରେ ଚତୁର୍ଥ ଥର ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତରଫରୁ ତାଙ୍କୁ ସମନ ହୋଇଥିଲା। ଆଜି ସେ ହାଜର ହେବାର ଥିଲା କିନ୍ତୁ ସେ ଆଜି ବି ଇଡିର ସମନକୁ ଏଡାଇ ଦେଇଛନ୍ତି।

ଜ୍ୟାକ୍‌ଲିନ୍‌ ଏଭଳି ଥରେ କି ଦୁଇ ଥର ନୁହେଁ ଲଗାତର ଚାରିଥର ଦୋହରାଇ ସାରିଲେଣି। ଗତ ୪ ଦିନ ମଧ୍ୟରେ ଇଡି ତାଙ୍କୁ ପଚରାଉଚରା ପାଇଁ ତିନି ଥର ସମନ ପଠାଇ ସାରିଛି। କିନ୍ତୁ ସେ ଅକ୍ଟୋବର ୧୫, ୧୬, ଏବଂ ୧୮ରେ ଇଡିର ସମନକୁ ଅଣଦେଖା କରିଛନ୍ତି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆଗରେ ହାଜର ହେବାରେ ଅସମର୍ଥ ହୋଇଛନ୍ତି। ଏହାପୂର୍ବରୁ ସେପ୍ଟେମ୍ବର ୨୫ ତାରିଖରେ ମଧ୍ୟ ଜ୍ୟାକ୍‌ଲିନ୍‌ ଇଡି ଅଫିସରେ ପଚରାଉଚରା ପାଇଁ ପହଞ୍ଚିନଥିଲେ।

ସୂଚନା ମୁତାବକ, ଜ୍ୟାକ୍‌ଲିନ୍‌ ବ୍ୟକ୍ତିଗତ କାରଣ ଦର୍ଶାଇ ତଦନ୍ତରେ ସାମିଲ ହୋଇପାରୁନଥିବା କହିଛନ୍ତି। ଏଥିସହ ସେ ସମୟ ମଧ୍ୟ ମାଗିଛନ୍ତି। ଆସନ୍ତା ନଭେମ୍ବର ଯାଏଁ ତାଙ୍କୁ ସମୟ ଦେବାକୁ ସେ ଇଡି ନିକଟରେ ଅନୁରୋଧ କରିଛନ୍ତି।

ଇଡି ସ୍କାନରରେ ଅଛନ୍ତି ଏହି ଅଭିନେତ୍ରୀ। ଜ୍ୟାକ୍‌ଲିନଙ୍କ ଆର୍ଥିକ କାରବାର ଉପରେ ଇଡି ନଜର ରଖିଛି। ତାଙ୍କ କହିବାନୁସାରେ, ଜ୍ୟାକଲିନଙ୍କ ଆର୍ଥିକ ହେରଫେର ମାମଲାରେ ଧରାପଡିଥିବା କନମାନ ସୁକେଶ ଚନ୍ଦ୍ରଶେଖରଙ୍କ ସହ ସମ୍ପର୍କ ରହିଛି। ସୂତ୍ରରୁ ପ୍ରକାଶ ଯେ ଶୁକ୍ରବାର ଦିନ ଅଭିନେତ୍ରୀ ଇଡି ଅଧିକାରୀଙ୍କୁ ତଦନ୍ତକୁ ନଭେମ୍ବର ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ଅନୁରୋଧ କରିଛନ୍ତି।

ସେପଟେ ତଦନ୍ତକାରୀ ସଂସ୍ଥା ଜ୍ୟାକଲିନଙ୍କ ସହ ଯଥାଶୀଘ୍ର ପଚରାଉଚରା ଶେଷ କରିବାକୁ ଚାହୁଁଛି। ଏହି ମାମଲାର ଅନୁସନ୍ଧାନକାରୀ ଏଜେନ୍ସି ଜ୍ୟାକଲିନ ଏବଂ ସୁକେଶଙ୍କ ମଧ୍ୟରେ କିଛି ଲିଙ୍କ ଥିବା ତଥ୍ୟ ପାଇଛି। ଜ୍ୟାକଲିନ୍ ଏବଂ ସୁକେଶଙ୍କ ମଧ୍ୟରେ କୌଣସି କାରବାର ହୋଇଛି କି ନାହିଁ ତାହା ଜାଣିବାକୁ ଏବେ ଇଡି ଚେଷ୍ଟା କରୁଛି।

ଜ୍ୟାକଲିନ୍ ତାଙ୍କର ପ୍ରଥମ ବିବୃତ୍ତିରେ କହିଥିଲେ ଯେ, ସେ ମଧ୍ୟ କନମାନ୍ ସୁକେଶ ଚନ୍ଦ୍ରଶେଖରଙ୍କ ଦ୍ୱାରା ଠକାମିର ଶିକାର ହୋଇଛନ୍ତି। ସେ କହିଥିଲେ ଯେ ସେ କୌଣସି ଭୁଲ କାମରେ ସାମିଲ ହୋଇନାହାନ୍ତି। ସେପ୍ଟେମ୍ବର ଏବଂ ଅକ୍ଟୋବର ପୂର୍ବରୁ, ଜ୍ୟାକଲିନ୍ ଅଗଷ୍ଟ ୩୦ରେ ଇଡି ସମ୍ମୁଖରେ ହାଜର ହୋଇଥିଲେ।

ଉଲ୍ଲେଖ ଯୋଗ୍ୟ ଯେ, ୨୦୦ କୋଟି ଟଙ୍କା ଠକେଇ ମାମଲାରେ କନମାନ ସୁକେଶ ଚନ୍ଦ୍ରଶେଖର ଏବଂ ତାଙ୍କ ପତ୍ନୀ ଲୀଲା ପାଲ ଇଡି ହେପାଜତରେ ଅଛନ୍ତି। ତାଙ୍କ ବ୍ୟତୀତ ଅନ୍ୟ ୬ଜଣ ମଧ୍ୟ ଏହି ମାମଲାରେ ଇଡିଙ୍କ ହେପାଜତରେ ଅଛନ୍ତି। ଜ୍ୟାକଲିନଙ୍କ ପୂର୍ବରୁ ନୋରା ଫତେହିଙ୍କୁ ମଧ୍ୟ ଗତ ସପ୍ତାହର ଗୁରୁବାର ଦିନ ଇଡି ପଚରାଉଚରା କରିଥିଲା।

The post ବାରମ୍ବାର ଡ଼ାକିଲେ ବି ଆସୁନାହାନ୍ତି ଜ୍ୟାକ୍‌ଲିନ୍‌ appeared first on Odisha Reporter.



from Odisha Reporter https://ift.tt/3lPQ3X5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages