ବୋଲିଂ ଦୁର୍ବଳତାରେ ତାଳି ପକାଇ ଦେଲେ ନୂଆ ଓପନିଂ ଯୋଡ଼ି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 18, 2021

ବୋଲିଂ ଦୁର୍ବଳତାରେ ତାଳି ପକାଇ ଦେଲେ ନୂଆ ଓପନିଂ ଯୋଡ଼ି

ଦୁବାଇ: ଟି-୨୦ ବିଶ୍ୱକପର ଅଭ୍ୟାସ୍‌ ମ୍ୟାଚ୍‌ରେ ଭାରତକୁ ଜବରଦସ୍ତ ବିଜୟ ଭେଟି ଦେଇଛନ୍ତି ନୂଆ ଓପନିଂ ଯୋଡ଼ି। ଇଂଲଣ୍ଡ ବିପକ୍ଷ ଅଭ୍ୟାସ ମ୍ୟାଚ୍‌ରେ ରୋହିତ ଶର୍ମା ବ୍ୟାଟିଂ କରିବାକୁ ଆସି ନଥିଲେ। କିନ୍ତୁ କେଏଲ ରାହୁଲ ଓ ଈଶାନ କିଶନଙ୍କ ଜବରଦସ୍ତ ବ୍ୟାଟିଂ ବଳରେ ଟିମ୍‌ ଇଣ୍ଡିଆ ୧୮୯ ରନ୍‌ର ଟାର୍ଗେଟକୁ ଗୋଟିଏ ଓଭର ପୂର୍ବରୁ ହାସଲ କରିନେଇଛି।

ବୋଲରମାନେ ପ୍ରଥମ ଇନିଂସ୍‌ରେ ବିପୁଳ ରନ୍‌ ବ୍ୟୟ କରିଥିଲେ ମଧ୍ୟ ବ୍ୟାଟସମ୍ୟାନଙ୍କ ଜଲୱା ଏହି ତ୍ରୁଟିରେ ତାଳି ପକାଇ ଦେଇଛି। ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭର୍‌ରେ ୫ ୱିକେଟ ହରାଇ ୧୮୮ ରନ୍‌ କରିଥିଲା। ଏହାର ଜବାବରେ କେଏଲ ରାହୁଲଙ୍କ ୨୪ ବଲରେ ୫୧ ଓ ଈଶାନଙ୍କ ଅପରାଜିତ ୭୦ ରନ୍‌ ବଳରେ ଟିମ ଇଣ୍ଡିଆ ମାତ୍ର ୩ ୱିକେଟ ହରାଇ ବିଜୟ ଲକ୍ଷ୍ୟକୁ ହାସଲ କରିନେଇଛି। ଜିତିବା ପାଇଁ ୧ ରନ୍‌ ଦରକାର ଥିବା ବେଳେ ଋଷଭ ପନ୍ତ ଚୌକା ମାରି ଭାରତକୁ ବିଜୟୀ କରାଇଛନ୍ତି।

ଭାରତ ଏହି ଅଭ୍ୟାସ ମ୍ୟାଚ୍ ଜିତିଥିଲେ ମଧ୍ୟ ବୋଲରଙ୍କ ପ୍ରଦର୍ଶନ ଦଳର ଚିନ୍ତା ବଢ଼ାଇଛି। ଟି-୨୦ ବିଶ୍ୱକପରେ ଭାରତର ତା’ର ସୁପର ୧୨ ଅଭିଯାନ ଚୀର ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ବିପକ୍ଷରୁ ଆରମ୍ଭ କରିବ। ପାକିସ୍ତାନ ଗତକାଲି ଅଭ୍ୟାସ ମ୍ୟାଚ୍‌ରେ ଡିଫେଣ୍ଡିଂ ଚାମ୍ପିୟନ ୱେଷ୍ଟଇଣ୍ଡିଜକୁ ହରାଇଛି। ତେଣୁ ଇଂଲଣ୍ଡ ବିପକ୍ଷରେ ଭାରତୀୟ ବୋଲରଙ୍କ ପ୍ରଦର୍ଶନ ପୂରା ଟିମ ମ୍ୟାନେଜମେଣ୍ଟର ଚିନ୍ତା ବଢ଼ାଇଛି।

ଅଭ୍ୟାସ ମ୍ୟାଚ୍‌ରେ ଅଧିନାୟକ ବିରାଟ କୋହଲି ୫ ଜଣ ବୋଲରଙ୍କୁ ବ୍ୟବହାର କରିଥିଲେ। ଏହି ୫ ବୋଲର ୨୦ ଓଭର୍‌ରେ ୧୮୮ ରନ ବ୍ୟୟ କରିଛନ୍ତି। ସୁବଠାରୁ ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି ଭୁବନେଶ୍ୱର କୁମାର। ସେ ଓଭର ପିଛା ୧୩.୫୦ ହାର୍‌ରେ ରନ ବ୍ୟୟ କରିଛନ୍ତି। ଭୁବି ୪ ଓଭର୍‌ରେ ୫୪ ରନ ଦେଇଥିବା ବେଳେ କୌଣସି ୱିକେଟ ପାଇ ନାହାନ୍ତି। ମହମ୍ମଦ ଶାମି ୨ଟି ୱିକେଟ ନେଇଥିଲେ ମଧ୍ୟ ୪ ଓଭର୍‌ରେ ୪୦ ରନ୍‌ ଓ ସ୍ପିନର ରାହୁଲ ଚହର ଗୋଟିଏ ସଫଳତା ସହ ୪୩ ରନ ବ୍ୟୟ କରିଛନ୍ତି। ତେବେ ଯଶପ୍ରୀତ ବୁମ୍ରା ଓ ରବି ଅଶ୍ୱିନ ବେଶ ମାପଚୁପ ବୋଲି କରିଛନ୍ତି।

ବୁମ୍ରା ୪ ଓଭର୍‌ରେ ଗୋଟିଏ ୱିକେଟ ସହ ୨୬ ରନ୍‌ ଦେଇଥିବା ବେଳେ ଅଶ୍ୱିନ ବିନା ୱିକେଟରେ ୨୩ ରନ୍‌ ବ୍ୟୟ କରିଛନ୍ତି। ବୋଲରଙ୍କ ଦୁର୍ବଳତା ଅଭ୍ୟାସ ମ୍ୟାଚ୍‌ରେ ପଦାରେ ପଡ଼ିବା ପରେ ବ୍ୟାଟିଂ ଉପରେ ସମସ୍ତଙ୍କ ନଜର ରହିଥିଲା। ଭାରତୀୟ ବ୍ୟାଟସମ୍ୟାନମାନେ ମଧ୍ୟ କାହାକୁ ନିରାଶ କରି ନାହାନ୍ତି। ପ୍ରତିଟି ଇଂଲଣ୍ଡ ବୋଲରଙ୍କୁ ଭାରତୀୟ ବ୍ୟାଟସମ୍ୟାନମାନେ ଜବରଦସ୍ତ ପ୍ରହାର କରିଛନ୍ତି।

ବିଶେଷ କରି ଦୁଇ ଓପନର ରାହୁଲ ଓ ଈଶାନ ନିଜର କ୍ଲାସ ପ୍ରଦର୍ଶନ କରିଛନ୍ତି। ଆରମ୍ଭରୁ ରାହୁଲ ବଡ଼ଶଟ ଖେଳିଥିଲେ। ଈଶାନ ମଧ୍ୟ ତାଙ୍କର ଭରପୂର ସହଯୋଗ କରିଥିଲେ। ଉଭୟ ପ୍ରଥମ ୱିକେଟ ପାଇଁ ମାତ୍ର ୮ ଓଭର୍‌ରେ ୮୦ ରନ୍‌ ଯୋଡ଼ିଥିଲେ। ଏଥିସହ ରାହୁଲ ନିଜର ଅର୍ଦ୍ଧଶତକ ମଧ୍ୟ ହାସଲ କରିଥିଲେ। ଦଳୀୟ ସ୍କୋର ୮୨ ଥିବା ବେଳେ ବ୍ୟକ୍ତିଗତ ୫୧ ରନ୍‌ କରି ରାହୁଲ ଆଉଟ ହୋଇଥିଲେ। ଆଉଟ ହେବା ପୂର୍ବରୁ ସେ ୬ଟି ଚୌକା ଓ ୩ଟି ଛକା ବଳରେ ୫୧ ରନ୍‌ର ଇନିଂସ ଖେଳିଥିଲେ। ରାହୁଲ ଆଉଟ ହେବା ପରେ ଈଶାନ ବଡ଼ ଶଟ ଖେଳିବା ଆରମ୍ଭ କରିଥିଲେ। ହେଲେ ବିରାଟ କୋହଲି କେବଳ ୧୩ ରନ୍‌ କରି ଆଦିଲ ରଶିଦଙ୍କ ଶିକାର ବନିଥିଲେ।

୪ନଂରେ ଆସିଥିବା ଋଷଭ ପନ୍ତ ମଧ୍ୟ କାହାକୁ ନିରାଶ କରି ନଥିଲେ। ସେ ଈଶାନଙ୍କ ସହ ମିଶି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ। ଈଶାନ ମଧ୍ୟ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ସେ ବ୍ୟକ୍ତିଗତ ଭାବେ ୪୬ ବଲରେ ୭୦ ରନ୍‌ କରିଥିବା ବେଳେ ରିର୍ଟାଡ ହର୍ଟ ହୋଇ ପ୍ୟାଭିଲିୟନକୁ ଚାଲି ଯାଇଥିଲେ।

ତାଙ୍କ ବଦଳରେ ସୂର୍ଯ୍ୟ କୁମାର ଯାଦବ ବ୍ୟାଟିଂ କରିବାକୁ ଆସିଥିଲେ। ହେଲେ ସେ ମାତ୍ର ୮ ରନ୍‌ କରିବାକୁ ସକ୍ଷମ ହୋଇଥିଲେ। ୬ନଂରେ ବ୍ୟାଟିଂ କରିବାକୁ ଆସିଥିବା ହାର୍ଦ୍ଦିକ ପାଣ୍ଡ୍ୟା ଠିକଠାକ ବ୍ୟାଟିଂ କରିଛନ୍ତି। ସେ ପନ୍ତଙ୍କ ସହ ମିଶି ଭାରତକୁ ଆଉ କୌଣସି କ୍ଷତି ସହିବାକୁ ଦେଇ ନଥିଲେ। ଶେଷ ଯାଏ ପନ୍ତ ୧୪ ବଲରେ ୨୯ ଓ ପାଣ୍ଡ୍ୟା ୧୦ ବଲ୍‌ରେ ୧୨ ରନ୍‌ କରି ଅପରାଜିତ ରହିଥିଲେ। ଏଥିସହ ଭାରତକୁ ଗୋଟିଏ ଓଭର୍‌ ପୂର୍ବରୁ ୭ ୱିକେଟରେ ବିଜୟ ଭେଟି ଦେଇଥିଲେ।

The post ବୋଲିଂ ଦୁର୍ବଳତାରେ ତାଳି ପକାଇ ଦେଲେ ନୂଆ ଓପନିଂ ଯୋଡ଼ି appeared first on Odisha Reporter.



from Odisha Reporter https://ift.tt/3BYaC9i

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages