ଉପ-ମୁଖ୍ୟମନ୍ତ୍ରୀଙ୍କ ସମ୍ପର୍କୀୟଙ୍କ ଘରେ ଆୟକର ଚଢ଼ାଉ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 7, 2021

ଉପ-ମୁଖ୍ୟମନ୍ତ୍ରୀଙ୍କ ସମ୍ପର୍କୀୟଙ୍କ ଘରେ ଆୟକର ଚଢ଼ାଉ

ମୁମ୍ବାଇ: ଗୁରୁବାର ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ସମ୍ପର୍କୀୟଙ୍କ ଘରେ ଆୟକର ବିଭାଗ ଚଢ଼ାଉ କରିଛି। ଯେଉଁଥିରେ ଅଜିତ ପାୱାରଙ୍କ ପୁଅ ପର୍ଥ ପାୱାରଙ୍କ ବ୍ୟବସାୟିକ ଠିକଣା ସାମିଲ ଅଛି। ଏଥିସହ ତାଙ୍କର ପୁଣେ ଓ କୋହ୍ଲାପୁରରେ ରହୁଥିବା ଦୁଇ ଭଉଣୀଙ୍କ ଘରେ ଆୟକର ବିଭାଗ ରେଡ୍‌ କରିଛି। ସେହିପରି ଏହି ଲିଙ୍କରେ ମୁମ୍ବାଇ ସ୍ଥିତ ରିଅଲ୍‌ ଷ୍ଟେଟ୍‌ କମ୍ପାନୀ ଏବଂ ଦୁଇ ଚିନି କଳରେ ମଧ୍ୟ ଆୟକର ବିଭାଗ ଖାନତଲାସି କରିଛି।

ମିଳିଥିବା ସୂଚନା ଅନୁଯାୟୀ ଆୟକର ବିଭାଗ ଏହି ରେଡ୍‌ ଆଗାମୀ କିଛି ଦିନ ପାଇଁ ଜାରି ରଖିପାରେ। ନିକଟ ଅତିତରେ ମହାରାଷ୍ଟ୍ରର ମହାବିକାଶ ଅଘାଡି ସରକାରରେ ଥିବା ଶିବସେନା, ଏନ୍‌ସିବି ଏବଂ କଂଗ୍ରେସ ନେତାଙ୍କ ଘରେ ଟିକସ ଫାଙ୍କିଥିବା ଅଭିଯୋଗରେ ଆଇଟି ରେଡ୍‌ କରିଥିଲା। ଏବେ ଯେଉଁ ଆଇଟି ରେଡ୍‌ ଚାଲିଛି କେତେ ପରିମାଣରେ ଠକେଇ ହୋଇଛି ତା’ର ସତ୍ୟତା ଜଣାପଡିନାହିଁ। କିନ୍ତୁ ଆୟକର ଚଢ଼ାଉ ଶେଷ ହେବା ପରେ ଏସବୁ ତଥ୍ୟ ସାମ୍ନାକୁ ଆସିବ ବୋଲି କୁହାଯାଉଛି।

ଚଢ଼ାଉ ବେଳେ ଆୟକର ବିଭାଗ ଏକ ବଡ଼ ଖୁଲାସା କରିଥିବା ଦାବି କରିଛି। କିଛି ଦଲାଲ ବା ସିଣ୍ଡିକେଟ୍‌ ଧରାପଡିଥିବା ଆୟକର ବିଭାଗ କହିଛି। ଏନ୍‌ଡି ଟିଭିର ରିପୋର୍ଟ ଅନୁଯାୟୀ, ଆୟକର ବିଭାଗ ଦାବି କରିଛି ଯେ ସିଣ୍ଡିକେଟର ଦୁଇଜଣ ମଧ୍ୟସ୍ଥି ମୁମ୍ବାଇର ଓବରଏ ହୋଟେଲରେ ସ୍ଥାୟୀ ରୂପେ ଏକ ରୁମ୍‌ ବୁକ୍‌ କରି ରହିଥିଲେ। ଗ୍ରାହକଙ୍କୁ ସେଠାରେ ହିଁ ଭେଟିବାକୁ ନିମନ୍ତ୍ରଣ କରୁଥିଲେ। ଏହି ସିଣ୍ଡିକେଟରେ ବ୍ୟବସାୟୀ, ମଧ୍ୟସ୍ଥି ଏବଂ ସରକାରୀ କାର୍ଯ୍ୟାଳୟର କିଛି କର୍ମଚାରୀ ସାମିଲ ଥିଲେ। ସେମାନଙ୍କଠାରୁ ୧୦ଟି ପୁରୁଣା ରେକର୍ଡ ମିଳିଛି, ଯେଉଁଥିରେ ଗୁପ୍ତ ନାଁ ବା କୋଡ୍ ନାଁ ବ୍ୟବହାର କରାଯାଇଛି । ଏଥିରୁ ୧୦୫୦ କୋଟି ଟଙ୍କା କାରବାର ହୋଇଥିବା ନେଇ ଜଣାପଡିଛି।

ମହାରାଷ୍ଟ୍ରୀର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ଏଭଳି ଆୟକର ରେଡ୍‌କୁ ହୀନ ରାଜନୀତି ବୋଲି କହିଛନ୍ତି। ଯେଉଁଭଳି ଭାବରେ ତାଙ୍କ ଭଉଣୀ ଏବଂ ବ୍ୟବସାୟୀଙ୍କ ଘରେ ଆୟକର ବିଭାଗ ଚଢ଼ାଉ କରିଛି, ଏହା ଏକ ରାଜନୈତିକ ଉଦ୍ଦେଶ୍ୟ ବୋଲି ସେ କହିଛନ୍ତି।

ଆକୟର ତଦନ୍ତକାରୀ ସଂସ୍ଥା ଯାହା ଇଚ୍ଛା କରିପାରନ୍ତି। ମୋର ଭଉଣୀଙ୍କ ଘରେ ଆୟକର ବିଭାଗର ଚଢ଼ାଉ କୁ ନେଇ ମୁଁ ମର୍ମାହତ। ମୋର ଦୁଇ ଭଉଣୀ ୩୫ ରୁ ୪୦ ବର୍ଷ ହେବ ବିବାହ କରି ସେମାନେ ତାଙ୍କ ବ୍ୟକ୍ତଗତ ଜୀବନ ବିତାଉଛନ୍ତି। ହେଲେ ହଠାତ୍‌ ତାଙ୍କ ଘରେ ଏଭଳି ଚଢ଼ାଉର ଉଦ୍ଦେଶ୍ୟ କ’ଣ ଥାଇପାରେ ତାହା ମୁଁ ଭଲଭାବେ ବୁଝିପାରୁଛି ବୋଲି ଅଜିତ ପାୱାର କହିଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ଯେଉଁ ଚିନି କଳ ଉପରେ ଆୟକର ବିଭାଗ ଚଢ଼ାଉ କରିଛି, ଗତ ଜୁଲାଇ ମାସରେ ସେହି ଚିନି କଳ ଉପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚଢ଼ାଉ କରି ୬୫ କୋଟି ଟଙ୍କା ଜବତ କରିଥିଲା। କୋରେଗାଓଁ ସତାରା ସ୍ଥିତ ଜର୍ଣ୍ଣାଦେଶ୍ୱର ସକେରି ସୁଗାର ମିଲ୍‌ ତଥା ଉକ୍ତ ଚିନି କଳ ସହ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀଙ୍କ ଲିଙ୍କ ରହିଛି।

The post ଉପ-ମୁଖ୍ୟମନ୍ତ୍ରୀଙ୍କ ସମ୍ପର୍କୀୟଙ୍କ ଘରେ ଆୟକର ଚଢ଼ାଉ appeared first on Odisha Reporter.



from Odisha Reporter https://ift.tt/3DmAPPj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages